instruction
stringlengths 9
1.46k
| input
stringlengths 5
3.79k
⌀ | output
stringlengths 1
2.69k
| source
stringclasses 6
values |
---|---|---|---|
ବିବାହିତ ମହିଳାମାନେ ମଥା ରେ କଣ ପିନ୍ଧନ୍ତି ?
|
ଭାରତିୟ ମହିଳା ମାନେ ମେକପ ଓ ଗହଣା ସହିତ ଆକର୍ଷଣ ଏବଂ ଫ୍ୟାସନର ଭାବନାକୁ ନିଖୂଣ ଭାବେ କରିଥାନ୍ତି । ଟିକିଲି, ମେହେନ୍ଦି, ଚୁଡି ଓ ଅନ୍ୟ ଗହଣା ସାମଗ୍ରୀ ମହିଳା ମାନଙ୍କ ପାଇଁ ସାଧାରଣ ଅଟେ । ବିଶେଷ ଅବସରରେ, ଯେପରି ବିବାହ ସମାରୋହ ଏବଂ ପର୍ବପର୍ବାଣିରେ ମହିଳା ମାନେ ବିବିନ୍ନ ରତ୍ନ କିମ୍ବା କ୍ଷେତ୍ରୀୟ ପଥରର ଗହଣା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସାଢି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସାଧାରଣ ଭାବେ "ଟିକିଲି" ହିନ୍ଦୁ ମହିଳଆ ମାନଙ୍କ ପାଇଁ ଏକ ମେକପର ଏକ ଅନନ୍ୟ ଅଂଶ ଅଟେ । ଏହାକୁ ଅତ୍ୟନ୍ତ ଶୁଭ ଚିହ୍ନ ବୋଲି ମାନନ୍ତି । ପାରମ୍ପରିକ ଋପେ ଲାଲି ଟିକିଲି କେବଳ ବିବାହିତ ହିନ୍ଦୁ ମହିଳା ମାନେ ଲଗେଇଥା'ନ୍ତି ଓ ଅବିବାହିତ ମହିଳା ମାନେ ଭିନ୍ନଭିନ୍ନ ରଙ୍ଗର ଟିକିଲି ଲଗେଇବାକୁ ପସନ୍ଦ କରିଥାନ୍ତି । କିଛି ମହିଳା ନିଜ ମଥାରେ "ସିନ୍ଦୁର" ଲଗେଇଥାନ୍ତି ଏବଂ ସମସ୍ତ ବିବାହିତ ମହିଳଆ ମାନେ ନିଜ କପାଳରେ ଚୁଟିର ମଧ୍ୟ ବିଭାଜନ ଭାଗରେ ସିନ୍ଦୁର ଲଗେଇଥା'ନ୍ତି । ଏହା ବିବାହିତ ହିନ୍ଦୁ ମହିଳା ମାନଙ୍କ ପାଇଁ ଏକ ପାରମ୍ପରିକ ଅଂଶ ଅଟେ । କିନ୍ତୁ କିଛି ଅବିବାହିତ ମହିଳା ମାନେ ଏହାର ବ୍ୟବହାର ଫ୍ୟାସନ ପାଇଁ କରିଥାନ୍ତି । ମେକପ ଓ ପୋଷାକର ଶୈଳି ହିନ୍ଦୁ ସମୂହ ମଧ୍ୟରେ ଏବଂ ଜଳବାୟୁ କିମ୍ବା ଧର୍ମ ମଧ୍ୟରେ କ୍ଷେତ୍ରୀୟ ଋପେ ଭିନ୍ନ ହୋଇଥାଏ ।
|
"ସିନ୍ଦୁର"
|
ai4bharatIndicQA
|
ଦୁର୍ଘଟଣା ସମୟରେ ଯାନଟି ପୃଥିବୀ ପୃଷ୍ଠରୁ କେତେ ଉଚ୍ଚରେ ରହିଥିଲା ?
|
ଚାୱଲା କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster)ରେ ମୃତ୍ୟୁବରଣ କରିଥିଲେ । ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ଟେକ୍ସାଜ୍ ବିଶ୍ୱବିଦ୍ୟାଳୟର ଉପରିଭାଗରେ ପୃଥିବୀର ବାୟୁମଣ୍ଡଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ କଲମ୍ବିଆ ଯାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସମସ୍ତ ସାତ ଜଣ ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦିନ ମହାକାଶଯାନଟି କେପ୍ କାନାଭେରାଲ୍ (Cape Canaveral)ଠାରେ ଅବତରିତ ହେବାର ଥିଲା । ଦୁର୍ଘଟଣା ସମୟରେ ଯାନଟି ପୃଥିବୀ ପୃଷ୍ଠରୁ ୨,୦୭,୧୩୫ ଫୁଟ ଉଚ୍ଚତାରେ ଥିଲା । କମ୍ପ୍ୟୁଟର୍ ତଥା ଟେଲିଭିଜନ ପର୍ଦ୍ଦାରେ ମହାକାଶଯାନଟି ଅତି କ୍ଷୁଦ୍ର ଦେଖାଯାଉଥିଲା ।
|
୨,୦୭,୧୩୫
|
ai4bharatIndicQA
|
ସେ ଫଳର ସୁରକ୍ଷା ପାଇଁ ନିର୍ମାଣ କରିଥିବା ଛୋଟ ମେହେନ୍ଦୀ ର ନାମ କଣ ?
|
ଫୃଟିର ମାଆ ଅନେକ ଦିନ ତଳୁ ସ୍ୱର୍ଗବାସୀ ହୋଇସାରିଥିଲା । ଫୃଟି ରାତିରେ ଛାତ ଉପରକୁ ଯାଇକି ସବୁବେଳେ ତାରାମାନଙ୍କୁ ଦେଖୁଥିଲା । ତା'ର ବିଶ୍ୱାସ ଥିଲା କି ସେହି ତାରକାପୁଞ୍ଜମାନଙ୍କ ଭିତରୁ ଜଣେ ତା'ର ମାଆ ଥିବ । ତେଣେ ଘରେ କାହାର କିଛି ଜିନିଷ ନ ମିଳିଲେ ସେମାନେ ଫୃଟିକୁ ଏଥିପାଇଁ ଦାୟୀ କରୁଥିଲେ । ଫୃଟିର ମାଆ ସ୍ୱର୍ଗବାସୀ ହୋଇଯିବା ପରେ ତା'ର ବାପା ରୋହିତ ପିଲାମାନଙ୍କର ଦେଖାଶୁଣା କରିବା ପାଇଁ ପୁଣିଥରେ ବିବାହ କରିବାକୁ ରୁବୀ ନାମକ ଏକ ଝିଅ ସହ ସମ୍ପର୍କ ଗଢ଼ିଥିଲେ । କିନ୍ତୁ ରୁବୀ ରୋହିତର ଧନ ସମ୍ପତ୍ତି ଦେଖି ତାକୁ ବିବାହ କରିବାକୁ ଚାହୁଁଥିଲା ଏବଂ ବିବାହ ପରେ ସେ ରୋହିତର ପିଲାମାନଙ୍କୁ ଅନାଥ ଆଶ୍ରମକୁ ପଠେଇଦେଇବା ପାଇଁ ଯୋଜନା କରୁଥିଲେ । ସେଥିପାଇଁ ଫୃଟି କିମ୍ବା ତା'ର ଭାଇକୁ ରୁବୀ ଆଦୌ ପସନ୍ଦ ନ ଥିଲା । ଏକଦା ଫୃଟି, ଆପି ଏବଂ ରୁବୀ ସହ ତା'ର ବାପା ଏକ ଭୋଜନାଳୟକୁ ଯାଇଥିଲେ, ସେଠାରେ ଫୃଟିର ବଦମାସୀ ପାଇଁ ତା'ର ବାପା ତାକୁ ବହୁତ ଗାଳି କରିଥିଲେ । ସେଠାରେ ରୁବୀ ଆଗରେ ଗାଳି ଖାଇଥିବା କାରଣରୁ ଫୃଟି ମନଦୁଃଖରେ ଛାତ ଉପରେ ବସି ତାରାମାନଙ୍କୁ ଦେଖୁଥିବା ବେଳେ ଅନ୍ୟମନସ୍କ ବସତଃ ସେ ପଡ଼ିଯାଉଥିଲା । ଏହି ସମୟରେ ସୋନପରୀ ଆସି ତାକୁ ଉଠେଇନେଲା ଏବଂ ସେ ନିଜର ପରିଚୟ ଦେଇ ଫୃଟି ସହ ବନ୍ଧୁତା ସ୍ଥାପନ କଲା । ଏହା ପରେ ସୋନା ଆଲ୍ତୁ ସହ ଫୃଟିର ପରିଚୟ କରାଇଲା । ଏହିଭଳି ଅଦ୍ଭୁତପୂର୍ଣ୍ଣ ବନ୍ଧୁତାରୁ କାହାଣୀର ଆରମ୍ଭ । ସୋନପରୀ ଏବଂ ଅଲ୍ତୁ ସବୁବେଳେ ଫୃଟିକୁ ଦେଖାକରିବାକୁ ପରୀସ୍ଥାନରୁ ପୃଥିବୀଲୋକକୁ ଆସୁଥିଲେ । ସେମାନେ ଫୃଟିକୁ ଅନେକ ବିପଦରେ ସାହାଯ୍ୟ କରିଥିଲେ । ସେମାନେ ରୁବୀ ଏବଂ ତା'ର କୁଟବୁଦ୍ଧିରୁ ଫୃଟି ଏବଂ ତା'ର ପରିବାରକୁ ରକ୍ଷା କରିଥିଲେ ।
|
ଫୃଟି
|
ai4bharatIndicQA
|
କରବେଟ୍ ଜାତୀୟ ଉଦ୍ୟାନରେ କେତେ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି ?
|
କର୍ବେଟ୍ ଜାତୀୟ ଉଦ୍ୟାନରେ ୫୮୬ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସାପଖିଆ ଚିଲ, ଲାଲ୍ମୁହଁ ଶୁଆ, ଲାଲ୍ ବଣକୁକୁଡ଼ା (ଯାହାଠାରୁ ଅନ୍ୟ ବଣକୁକୁଡ଼ା ପ୍ରଜାତିଙ୍କ ବିବର୍ତ୍ତନ ଘଟିଛି), ଇତ୍ୟାଦି ଏଠାକାର କିଛି ଅଧିବାସୀ ପକ୍ଷୀ । ୩୩ ପ୍ରଜାତିର ସରୀସୃପ, ୭ ପ୍ରଜାତିର ଉଭୟଚର, ୩୬ ପ୍ରଜାତିର କଙ୍କି ମଧ୍ୟ ଏଠାରେ ଦେଖାଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ମହାବଳ ବାଘ ରହିଥିଲେ ହେଁ ଘଞ୍ଚ ଜଙ୍ଗଲ ଓ ପାରିପାର୍ଶ୍ୱିକ ଜଙ୍ଗଲରେ ଏମାନଙ୍କୁ ସହଜରେ ଠାବ କରିହୁଏ ନାହିଁ । ଘଞ୍ଚ ଜଙ୍ଗଲ, ଉଦ୍ୟାନ ଦେଇ ପ୍ରବାହିତ ରାମଗଙ୍ଗା ନଦୀ ଓ ବହୁଳ ମାତ୍ରାରେ ଉପଲବ୍ଧ ଶିକାର ଯୋଗୁଁ ଏହା ବାଘଙ୍କ ପାଇଁ ଏକ ଆଦର୍ଶ ଅଧିବାସ । ଏହି ଜଙ୍ଗଲରେ ବାଘମାନଙ୍କୁ ନିଜ ଆକାରଠାରୁ ଯଥେଷ୍ଟ ବଡ଼ ମଇଁଷି ଓ ହାତୀମାନଙ୍କ ଶିକାର କରୁଥିବା ମଧ୍ୟ ଦେଖାଯାଇଛି । ସାଧାରଣ ଶିକାର ଯଥା ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ଅଭାବ ଦେଖାଦେଲେ ବାଘ ବଡ଼ ଆକାରର ପ୍ରାଣୀଙ୍କ ଶିକାର କରିଥାଏ । ନିଜ ଇଲାକାରେ ଶିକାର ଅଭାବରେ ଏଠାକାର ବାଘ ଗୃହପାଳିତ ପଶୁଙ୍କ ଶିକାର କରିବା ମଧ୍ୟ ଶୁଣାଯାଇଛି । କଲରାପତରିଆ ବାଘ ସାଧାରଣତଃ ପାହାଡ଼ିଆ ଭୂମିରେ ବାସ କରନ୍ତି ଓ ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳକୁ ଓହ୍ଲାଇ ଆସନ୍ତି । କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ । କୁଟୁରା, ସମ୍ବର, କୁଜି ହରିଣ, ଚିତଲ୍ ହରିଣ, ଭାଲୁ, ହିମାଳୟ କଳାଭାଲୁ, ଭାରତୀୟ ପାଉଁଶିଆ ନେଉଳ, ଓଧ, ଭାରତୀୟ ମାର୍ଟେନ୍, ହିମାଳୟ ଘୋରାଲ୍, ବଜ୍ରକାପ୍ତା, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି ଏଠାରେ ଦେଖାଯାଉଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରାଣୀ । ରାତିରେ ପେଚା ଓ ଦେବତା ବିନ୍ଧାଣୀ ପକ୍ଷୀଙ୍କ (ଭୂଇଁ ଚାପୁଳି – ଈଂରାଜୀରେ Nightjar) ଡାକ ଶୁଣିବାକୁ ମିଳେ । ଗ୍ରୀଷ୍ମଋତୁରେ ଶହ ଶହ ହାତୀଙ୍କ ପଲ ଦେଖାଯାଇପାରିବ । ଏଠାରେ ଅଜଗର ମଧ୍ୟ ବସବାସ କରନ୍ତି ।
|
୫୮୬
|
ai4bharatIndicQA
|
ବଚ୍ଚନ କାହଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍ଜାଲ୍ଭେସ୍ ଭାବେ ଅଭିନୟ କରିଥିଲେ?
|
୧୯୭୬ ମସିହାରେ ସେ ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ରୋମାଣ୍ଟିକ୍ ତଥା ପାରିବାରିକ ଚଳଚ୍ଚିତ୍ର କଭି କଭିରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା (ରାକ୍ଷୀ ଗୁଲ୍ଜାର୍) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ଜଞ୍ଜିର୍ ଓ ଦିୱାର୍ ଆଦି ଚଳଚ୍ଚିତ୍ରରେ କରିଥିବା "ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍" ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ଅଦାଲତ୍ ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ଅମର୍ ଅକବର୍ ଆନ୍ଥୋନି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ ବିନୋଦ ଖନ୍ନା ଓ ଋଷି କପୁରଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍ଜାଲ୍ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ପର୍ବରିଶ୍ ଓ ଖୁନ୍ ପସିନା ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।
|
ବଚ୍ଚନ
|
ai4bharatIndicQA
|
ଶ୍ରୀ ରାମକୃଷ୍ଣ କାହାଙ୍କୁ କହିଥିଲେ, ମୋତେ କୁହ ଯେ ଅନ୍ୟ ଧର୍ମର ଅନୁଗାମୀମାନେ ତୁମକୁ କିପରି ପୂଜା କରନ୍ତି ?
|
ଶ୍ରୀରାମକୃଷ୍ଣ କହିଥିଲେ, ‘ମୋତେ ସବୁ ଧର୍ମ ଥରଟିଏ କରି ଗ୍ରହଣ କରିବାକୁ ପଡ଼ିଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ପୁଣି ବୈଷ୍ଣବ, ବେଦାନ୍ତ, ଏହିସବୁ ପଥ ଧରି ମଧ୍ୟ ଆସିବାକୁ ପଡ଼ିଛି । ସବୁଠି ସେହି ଏକ ଈଶ୍ୱରଙ୍କୁ ଦେଖିଲି; ତାଙ୍କରି ପାଖକୁ ସଭିଏଁ ଆସୁଛନ୍ତି ଭିନ୍ନ ଭିନ୍ନ ପଥ ଧରି । ’ ଶ୍ରୀରାମକୃଷ୍ଣ ଜଗନ୍ମାତାଙ୍କୁ କହିଲେ, ‘ମା’ ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ତୋତେ କିପରି ଭାବରେ ଭଜନ କରନ୍ତି, ତା’ ମୋତେ ଜଣାଇ ଦେ । ‘ ଏହାର କିଛି ଦିନ ପରେ ଦକ୍ଷିଣେଶ୍ୱରକୁ ସୁଫୀ ସଂପ୍ରଦାୟର ମୁସଲମାନ ଫକିର ଆସିଲେ, ନାମ ଗୋବିନ୍ଦ ରାୟ । ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍ ମୁଗ୍ଧ କଲା । ସେ ତାଙ୍କ ନିକଟରୁ ଦୀକ୍ଷା ଓ ଶିକ୍ଷା ଗ୍ରହଣ କରି ଇସ୍ଲାମ ଧର୍ମସାଧନାରେ ପ୍ରବୃତ୍ତ ହେଲେ । ସେ ସେତେବେଳେ କେବଳ ଆଲ୍ଲାଙ୍କ ନାମ ଜପ କରୁଥିଲେ, ନମାଜ ପଢ଼ୁଥିଲେ ଏବଂ ଆହାର ବିହାରରେ ସଂମ୍ପୂର୍ଣ୍ଣ ମୁସଲମାନଭାବାପନ୍ନ ହୋଇ ଯାଇଥିଲେ ।
|
ଜଗନ୍ମାତାଙ୍କୁ
|
ai4bharatIndicQA
|
ରାମକୃଷ୍ଣର କ’ଣ ନଥିଲା?
|
ଶ୍ରୀରାମକୃଷ୍ଣଙ୍କ କଥା ‘ଯିଏ ରାମ, ଯିଏ କୃଷ୍ଣ, ଏବେ (ଆପଣା ଶରୀରକୁ ଦେଖାଇ) ସେ ଏହି ଦେହକୁ ଆସିଛନ୍ତି । ...କିନ୍ତୁ ଏଥର ଛଦ୍ମବେଶରେ ଆସିଛନ୍ତି; ଯେପରି ଜମିଦାର ଗୋପନରେ କେବେ କେବେ ଜମିଦାରୀ ଦେଖିବାକୁ ଯାଆନ୍ତି, ଠିକ୍ ସେହିଭଳି । ’ ଶ୍ରୀରାମକୃଷ୍ଣଙ୍କର କୌଣସି ପ୍ରକାର ଐଶ୍ୱର୍ଯ୍ୟ ନ ଥିଲା । ସେ ଏକ ପ୍ରକାର ନିରକ୍ଷର ହୋଇ ଆସିଥିଲେ । ଜଟା ବଳ୍କଳ ମଧ୍ୟ ଧାରଣ କରି ନାହାନ୍ତି । ହିମାଳୟର ଗହ୍ୱରକୁ ମଧ୍ୟ ତପସ୍ୟା କରିବାକୁ ଯାଇ ନାହାନ୍ତି । ବାହ୍ୟତଃ ସେ ଥିଲେ ଅତି ସାଧାରଣ ମଣିଷ ।
|
କୌଣସି ପ୍ରକାର ଐଶ୍ୱର୍ଯ୍ୟ
|
ai4bharatIndicQA
|
କେଉଁ ମନ୍ଦିର ସମ୍ମୁଖରେ ଜଗନ୍ନାଥ ମନ୍ଦିର ଅବସ୍ଥିତ?
|
ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ ।
|
ବଟ ଗଣପତି ସମୁଖରେ
|
ai4bharatIndicQA
|
ଗମ୍ବୁଜ ତଳେ କେଉଁ ପ୍ରତିମୂର୍ତ୍ତି ରହିଛି?
|
ଗୁମ୍ଫା ୧୦ରେ ବିହାର, ଗୀର୍ଜାଘର ପରି ଏକ ପୂଜା ଗୃହ, ପଛ କାନ୍ଥରେ ୪ଟି ଓ ଡାହାଣ ପଟ କାନ୍ଥରେ ୪ଟି ଲେଖାଏଁ କରି ଧ୍ୟାନ କରିବା ପାଇଁ ୮ଟି କ୍ଷୁଦ୍ର ପ୍ରକୋଷ୍ଠ ଓ ସାମନା ପଟକୁ ଏକ ବାରଣ୍ଡା ରହିଛି । ଏଲୋରାର ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଏଇଟି ଏକମାତ୍ର ଚୈତ୍ୟ ଗୃହ ଓ ଏହାର ଗଠନ ଅଜନ୍ତାର ଗୁମ୍ଫା କ୍ରମାଙ୍କ ୧୯ ଓ ୨୬ ପରି । ଗବାକ୍ଷ, ଚନ୍ଦ୍ରଶାଳ ବା ତୋରଣ ପରି ଅର୍ଦ୍ଧ ଚନ୍ଦ୍ରାକାର ଝରକା ଗୁମ୍ଫା କ୍ରମାଙ୍କ ୧୦ର ବିଶେଷତା ଏବଂ ଏକ ସୁଡ଼ଙ୍ଗଦ୍ୱାରା ଏହି ଗୁମ୍ଫାଟି ୯ ନମ୍ବର ଗୁମ୍ଫା ସହିତ ସଂଯୋଜିତ ହୋଇଅଛି । ବିଶ୍ୱକର୍ମା ଗୁମ୍ଫାଟି ଅଭ୍ୟନ୍ତର ଗମ୍ବୁଜାକାର । ଏହାର କେନ୍ଦ୍ରୀୟ ପ୍ରକୋଷ୍ଠ ଓ କାନ୍ଥର ଭିତର ପଟକୁ ରହିଥିବା ଆୟତାକାର ବଳୟ ମଧ୍ୟରେ ୨୮ଟି ଅଷ୍ଟଭୂଜାକାର ସ୍ତମ୍ଭ ଆୟତକ୍ଷେତ୍ର ଆକାରରେ ସଜ୍ଜିତ ହୋଇ ରହିଛନ୍ତି । ଚୈତ୍ୟ ଗୃହର ଗମ୍ବୁଜ ତଳେ ଏକ ସ୍ତୁପ ଖୋଦିତ ଯାହା ସହିତ ବ୍ୟାଖ୍ୟାୟନ ମୁଦ୍ରାରେ (ଧର୍ମୋପଦେଶ ପ୍ରଦାନ କରୁଥିବା ମୁଦ୍ରାରେ) ରହିଥିବା ବୁଦ୍ଧଙ୍କର ଏକ ବିରାଟ ମୂର୍ତ୍ତି ସଂଲଗ୍ନ ହୋଇ ରହିଛି ।
|
ବୁଦ୍ଧଙ୍କର ଏକ ବିରାଟ ମୂର୍ତ୍ତି
|
ai4bharatIndicQA
|
ଦକ୍ଷିଣ ଗୋପୁର ତଳେ ଭଗବାନ ବିଷ୍ଣୁଙ୍କର କେଉଁ ନାମକ ଏକ ପ୍ରତିମା ଅଛି ?
|
ବାହାର ପଟର ପାଚେରୀଟି ମାପରେ ୩୩୬୦′ × ୨୬୩୧′ (୧୦୨୪ ମି. × ୮୦୨ ମି.)ର ଆୟତାକାର କ୍ଷେତ୍ର । ଏହା ପ୍ରାୟ ୧୫ ଫୁଟ୍ ବା ୪.୫ ମିଟର୍ ଉଚ୍ଚତା ବିଶିଷ୍ଟ । ବାହାର ପଟର ପାଚେରୀ ୩୦ ମି. (୯୮ ଫୁଟ୍) ଖୋଲା ପଡିଆଦ୍ୱାରା ଆବଦ୍ଧ । ତାହାକୁ ଚାରିପଟରୁ ୧୯୦ ମି. (୬୨୦ ଫୁଟ୍) ପ୍ରସ୍ଥବିଶିଷ୍ଟ ମନୁଷ୍ୟକୃତ ଜଳାଶୟ ବା ଖାଇ ଘେରି ରହିଛି । ମନ୍ଦିରକୁ ଯିବା ପାଇଁ ପୂର୍ବପଟରେ ଏକ ମାଟିବନ୍ଧ ଓ ପଶ୍ଚିମ ପଟେ ବାଲୁକା ପ୍ରସ୍ତର ନିର୍ମିତ ପୋଲ ରହିଛି । ପ୍ରଥମେ ତିଆରି ହୋଇଥିବା ଏକ କାଠ ପୋଲ ସ୍ଥାନରେ ପରବର୍ତ୍ତୀ ସମୟରେ ପଥର ନିର୍ମିତ ପୋଲ ତିଆରି ହୋଇଥିବା ଅନୁମାନ କରାଯାଏ । ପ୍ରତ୍ୟେକ ଦିଗରେ ଗୋପୁର ରହିଥିଲା । ପଶ୍ଚିମ ପଟର ଗୋପୁର ସବୁଠାରୁ ବଡ ମନେ ହୁଏ ଓ ଏହାର ଅନ୍ୟ ଶିଖରଗୁଡିକ ବର୍ତ୍ତମାନ ଭଗ୍ନାବସ୍ଥାରେ ରହିଛନ୍ତି । ଗ୍ଲେଜ୍ଙ୍କ ମତରେ ଅଂକୋର୍ ୱାଟ୍ର ଗୋପୁର ମନ୍ଦିରର ପ୍ରକୃତ ରୂପର କିଛି ଅଂଶ ଦର୍ଶାଏ ଓ କିଛି ଅଂଶ ଲୁଚାଇ ରଖେ । ଦକ୍ଷିଣ ଗୋପୁର ତଳେ ଭଗବାନ ବିଷ୍ଣୁଙ୍କର “ତା ରିଚ୍” ନାମକ ଏକ ପ୍ରତିମୂର୍ତ୍ତି ରହିଛି । ଏହି ପ୍ରତିମୂର୍ତ୍ତିଟି ଏକଦା ମୁଖ୍ୟ ମନ୍ଦିରର ଶୋଭା ବଢାଉଥିବାର ଅନୁମାନ କରାଯାଏ । ସମସ୍ତ ଗୋପୁର ଚିତ୍ରଶାଳାର ପାଚେରୀଦ୍ୱାରା ସଂଯୁକ୍ତ । ଗୋପୁରର ଦୁଇ ପାର୍ଶ୍ୱରେ ତୋରଣ ଏବଂ ପ୍ରବେଶ ଦ୍ୱାର ରହିଛି । ଏହି ପ୍ରବେଶ ଦ୍ୱାର ଆକାରରେ ପ୍ରଶସ୍ତ, ଉଚ୍ଚ ଯେପରିକି ହାତୀ ପରି ବଡ ଜୀବ ମଧ୍ୟ ଏହି ଦ୍ୱାର ଦେଇ ପ୍ରବେଶ କରିପାରିବେ ଓ ସେଥିପାଇଁ ଏମାନଙ୍କୁ “ହସ୍ତୀ ଦ୍ୱାର” ବୋଲି ମଧ୍ୟ କୁହାଯାଏ ।
|
ତା ରିଚ୍
|
ai4bharatIndicQA
|
ଜିପିଏସ୍ କେଉଁ ଦେଶ ଦ୍ୱାରା ବିକଶିତ?
|
୧୯୯୯ କାରଗିଲ ଯୁଦ୍ଧ ପରେ ଭାରତ ନିଜସ୍ୱ ଦିଗସୂଚକ ପ୍ରଣାଳୀ (Navigation system)ର ଆବଶ୍ୟକତା ପଡିଲା । ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (ଇଂରାଜୀ: Indian Regional Navigational Satellite System) ଇସ୍ରୋଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ପ୍ରଣାଳୀ । ମତ୍ସ୍ୟଜୀବି ମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ (NavIC) ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍), ଋଷ୍ (ଗ୍ଲୋନାସ୍), ଇଉରୋପୀୟ ସଂଘ (ଗାଲିଲିଓ) ଓ ଚୀନ୍ (ବାଇଡୁ)ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି । ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍, ଗାଲିଲିଓ ପରି ନାବିକର ସୀମିତ ପରିସର କାର୍ଯ୍ୟରେ ଉପଲବ୍ଧ ହେବ । ଭାରତ ତଥା ଏହାର ସୀମାରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହି ବ୍ୟବସ୍ଥାର ବ୍ୟବହାରକାରୀଙ୍କୁ ସଠିକ ସ୍ଥାନର ସୂଚନା ମିଳିପାରିବ । ପୃଥିବୀ ପୃଷ୍ଠରୁ ଏହି ସୂଚନା ପାଇବା ପାଇଁ ଟ୍ରାଇଙ୍ଗୁଲେସ୍ନ୍ (Triangulation) ଆଲଗୋରିଦମର ବ୍ୟବହାର କରଯାଏ ।
|
ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍)
|
ai4bharatIndicQA
|
ଭଦ୍ରାକାଳି କିଏ?
|
ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟରେ ଏହି ମା'ଙ୍କ ମନ୍ଦିର ଅବସ୍ଥିତ। ଏହି ମା'ଙ୍କୁ ଭଦ୍ରକାଳୀ ବା ଗୁହ୍ୟ କାଳୀ କୁହାଯାଇଥାଏ। ପୂର୍ବରୁ ଚାରିପାର୍ଶ୍ୱ ଘଞ୍ଚ ବୃକ୍ଷ ରାଶି ଛାୟା ବେଢ଼ି ରହିଥିଲା। ଏଣୁ ବହୁ ଲୋକ ମୃତ୍ୟୁମୁଖରେ ପଡିଛନ୍ତି। ମରହଟ୍ଟା ରାଜତ୍ୱରେ ବାବା ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ବର୍ତ୍ତମାନର ବିଗ୍ରହ ସ୍ଥାପନା କରାଯାଇଥିଲା ଓ ଯନ୍ତ୍ର କାଳୀ ଓ ବେଢ଼ାକାଳୀଙ୍କ ପ୍ରକୋପକୁ ଶାନ୍ତ କରାଯାଇଥିଲା। କୁର୍ମ ବେଢ଼ା, ଶ୍ରୀମନ୍ଦିରର ରକ୍ଷକ ରୂପେ ବେଢ଼ାକାଳୀ ପ୍ରଭୁଙ୍କ ପହୁଡ଼ ପରେ ଜାଗ୍ରତ ହୋଇ ରହିଥାନ୍ତି। ମା'ଭଦ୍ରକାଳୀ ତଥା ବେଢ଼ା କାଳୀ ଗର୍ଭ ଗୃହରେ ପୂଜା ପାଆନ୍ତି।
|
ବେଢ଼ା କାଳୀ
|
ai4bharatIndicQA
|
ରାସାୟନିକ ପଦାର୍ଥର ବ୍ୟବହାର ହେତୁ ମୂର୍ତ୍ତି ପ୍ରାୟ କେତେ ପ୍ରତିଶତ ଦୁର୍ବଳ ହୋଇଅଛି?
|
ନରୋଦମ ସିହାନୌକଙ୍କ ଅନୁରୋଧ ପରେ ୧୯୯୨ ମସିହାରେ ଅଂକୋର୍ ୱାଟ୍କୁ UNESCOର ବିପଦମୁଖରେ ରହିଥିବା ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା । ଅଂକୋର୍ର ସୁରକ୍ଷା ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା, କିନ୍ତୁ ପରେ ୨୦୦୪ ମସିହାରେ ପୁନରୁଦ୍ଧାର କାର୍ଯ୍ୟର ସନ୍ତୋଷଜନକ ସଫଳତା ପରେ ଏହାକୁ ବିପଦ ସୂଚକ ତାଲିକାରୁ ବାହାର କରିଦିଆଗଲା । ୧୯୯୪ ମସିହାରେ ଅଂକୋର୍ ଅଞ୍ଚଳକୁ ବିଭିନ୍ନ ଜୋନ୍ (Zone)ରେ ବିଭକ୍ତ କରାଗଲା, ୧୯୯୫ ମସିହାରେ ଅଂକୋର୍ର ରକ୍ଷଣାବେକ୍ଷଣ ପାଇଁ ଅପସରା (APSARA) ସଂସ୍ଥାର ଗଠନ କରାଗଲା ଏବଂ ୧୯୯୬ ମସିହାରେ କାମ୍ବୋଡିଆର ଏହି ଐତିହ୍ୟ ସ୍ଥଳର ସୁରକ୍ଷା ପାଇଁ ସରକାରୀ ନିୟମର ପ୍ରଚଳନ କରାଗଲା । ଫ୍ରାଂସ୍, ଜାପାନ୍ ଓ ଚୀନ୍ ପରି ଅନେକ ଦେଶ ଅଂକୋର୍ ୱାଟ୍ର ସୁରକ୍ଷାରେ ସହାୟତା କରୁଛନ୍ତି । ଜର୍ମାନ୍ ଅପସରା ସୁରକ୍ଷା ପ୍ରକଳ୍ପ (German Apsara Conservation Project - GACP) ମନ୍ଦିର କାନ୍ଥରେ ଖୋଦିତ ଚିତ୍ର ଓ ପ୍ରତିମୂର୍ତ୍ତିର ସୁରକ୍ଷା କାର୍ଯ୍ୟର ତଦାରଖ କରୁଛି । ଏହି ସଂସ୍ଥାର ସର୍ବେକ୍ଷଣ ଅନୁଯାୟୀ ସମସ୍ତ ଦେବତା ପ୍ରତିମୂର୍ତ୍ତିମାନଙ୍କ ପ୍ରାୟ ୨୦% ପ୍ରାକୃତିକ ଅବକ୍ଷୟ ଓ ପୂର୍ବ ସମୟରେ ପୁନରୁଦ୍ଧାର ପାଇଁ କରାଯାଇଥିବା ରାସାୟନିକ ବ୍ୟବହାର ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ରହିଛି । ଏହା ସହିତ ମନ୍ଦିରର ଅନ୍ୟ ଅଂଶଗୁଡିକର ମରାମତି, ଅବକ୍ଷୟ ହେବାରୁ ସୁରକ୍ଷା କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଇଛି ।
|
୨୦%
|
ai4bharatIndicQA
|
କାହାକୁ ବ୍ୟବହାର କରି କଳ୍ପନା ଚାୱଲା ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଉପରେ ଗବେଷଣା କରିଥିଲେ?
|
୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। । ସେଠାରେ ସେ Computational fluid dynamics (CFD)କୁ ବ୍ୟବହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ।
|
Computational fluid dynamics (
|
ai4bharatIndicQA
|
ରାମକୃଷ୍ଣ ନିଜ ପତ୍ନୀଙ୍କ ପାଇଁ ସାବଧାନତାର ସହ କ’ଣ କିଣି ଦେଇଥିଲେ ?
|
ଆପାତଃଦୃଷ୍ଟିରେ ମନେ ହୁଏ, ଶ୍ରୀରାମକୃଷ୍ଣ ବିବାହ କରିଥିଲେ; କିନ୍ତୁ ସେ ସଂସାରଧର୍ମ ସଂସାରୀଭାବରେ ପାଳନ କରି ନାହାନ୍ତି । ସ୍ତ୍ରୀଙ୍କ ସହିତ ତାଙ୍କର କୌଣସି ଦୈହିକ ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପ୍ରତି ସେ କେବେହେଲେ ବିନ୍ଦୁମାତ୍ର ଔଦାସୀନ୍ୟ ଦେଖାଇ ନାହାନ୍ତି । ସ୍ତ୍ରୀଙ୍କୁ ସେ ଖୁବ୍ ଭଲ ପାଉଥିଲେ, ନାନାଭାବରେ ସ୍ତ୍ରୀଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ବିଧାନରେ ସଦା ତତ୍ପର ରହୁଥିଲେ ଏବଂ ସ୍ତ୍ରୀଙ୍କୁ ଖୁବ୍ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ ଓ ଦେବୀଜ୍ଞାନ କରୁଥିଲେ । ସେ କହୁଥିଲେ, ‘ଏ ଯେ ସାରଦା, ସରସ୍ୱତୀ, ସେଥିପାଇଁ ତ ସାଜସଜ୍ଜାକୁ ଏତେ ଭଲପାଏ । ’ ତେଣୁ ସ୍ତ୍ରୀଙ୍କ ପାଇଁ ସେ ଯତ୍ନ ସହକାରେ ସୁନାର ଗହଣା ଗଢ଼ାଇ ଦେଇଥିଲେ । ଦେହସ୍ପର୍ଶ- ନିରପେକ୍ଷ ଏ ଯେପରି କେବଳ ଦୁଇଟି ଆତ୍ମାର ଅମୃତ ମିଳନ ! ସ୍ତ୍ରୀଙ୍କୁ ସେ ଖୁବ୍ ଶ୍ରଦ୍ଧା କରୁଥିଲେ । ସାରଦାଦେବୀ ଅଠର ବର୍ଷ ବୟସରେ ଯେତେବେଳେ ଦକ୍ଷିଣେଶ୍ୱରକୁ ସ୍ୱାମୀ-ସାହଚର୍ଯ୍ୟ ଲାଭ ପାଇଁ ଆସିଲେ, ଶ୍ରୀରାମକୃଷ୍ଣ ତାଙ୍କୁ ଅତି ସମାଦରରେ ଗ୍ରହଣ କଲେ ଏବଂ ତାଙ୍କୁ ଦେବୀ ଷୋଡ଼ଶୀ ତ୍ରୀପୁରାସୁନ୍ଦରୀ ଜ୍ଞାନରେ ଯଥାବିଧି ପୂଜା କରିଥିଲେ ଏବଂ ଅତି ଯତ୍ନ ସହକାରେ ଆପଣା ନିକଟରେ ରଖିଥିଲେ । ତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରି ଧର୍ମଜୀବନ-ଯାପନରେ ନାନାଭାବରେ ସାହାଯ୍ୟ କରିଥିଲେ । ପରସ୍ପର ମଧ୍ୟରେ ସେମାନଙ୍କର ନିବିଡ଼ ପ୍ରୀତିବନ୍ଧନ ଥିଲା । ସାରଦାଦେବୀ ଏକଦା କହିଥିଲେ, ‘ଆହା, ସେ ମୋ ସହିତ କିପରି ବ୍ୟବହାର କରିଛନ୍ତି! ଦିନେହେଲେ ମୋ ମନରେ ବ୍ୟଥା ଲାଗିଲା ଭଳି କିଛି କହିନାହାନ୍ତି ।
|
ସୁନାର ଗହଣା
|
ai4bharatIndicQA
|
କେଉଁ ଋଷି ଦଶରଥ ଙ୍କ ଦରବାର କୁ ଆସିଥିଲେ ?
|
ରାମ ଜନ୍ମପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ ।
|
ବିଶ୍ୱାମିତ୍ର
|
ai4bharatIndicQA
|
ରକ୍ତଚାପର ପ୍ରଥମାବସ୍ଥାରେ ରୋଗର ସମ୍ପୁର୍ଣ୍ଣ ଇତିହାସ ଓ କ'ଣ ପରୀକ୍ଷା କରାଯାଏ?
|
ଲଗାତାର ରକ୍ତଚାପ ବଢି ରହିଲେ ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ କରାଯାଏ । ପରମ୍ପରା ଅନୁଯାୟୀ ମାସେ ଛଡାରେ ତିନି ଥର ରକ୍ତଚାପ ମପାଯାଏ । ପ୍ରଥମାବସ୍ଥାରେ ରୋଗର ସମ୍ପୁର୍ଣ୍ଣ ଇତିହାସ ଓ ଶାରୀରିକ ପରୀକ୍ଷା କରାଯାଏ । ଅଧୁନା ୨୪ ଘଣ୍ଟିଆ ଆମ୍ବୁଲେଟରି ଚକ୍ତଚାପ ମନିଟର ଓ ଘରୋଇ ରକ୍ତଚାପ ମେସିନ୍ ମିଳୁଛି ଯାହା ଫଳରେ ଭୁଲ କ୍ରମେ ଧଳା କୋଟ ରକ୍ତଚାପ ନିର୍ଣ୍ଣୟରୁ ମୁକ୍ତି ମିଳୁଛି । ଅଧୁନା ବ୍ରିଟିଶ ପଦ୍ଧତିରେ ଚିକିତ୍ସାଳୟରେ ଥରେ ମାପ ପରେ ଆମ୍ବୁଲେଟରି ମାପ ବା ୭ ଦିନ ଧରି ଘରୋଇ ମାପ କରାଯାଉଛି । ବୟସ୍କ ଲୋକଙ୍କର ରକ୍ତ ନଳୀ କାନ୍ଥ କ୍ୟାଲସିୟମ ଯୁକ୍ତ ଥିବାରୁ ଶକ୍ତ ରହେ ।
|
ଶାରୀରିକ
|
ai4bharatIndicQA
|
ଶେଖ କବୀର ଆଫସାନା-ଇ-ଶାହାନଙ୍କ ଅନୁଯାୟୀ କଳାପାହାଡ଼ ଜଣେ କ'ଣ ଥିଲେ?
|
ଧ୍ୱଂସର ମୂଳକାରଣ କଳାପାହାଡ଼ଦ୍ୱାରା ଆକ୍ରମଣ ବୋଲି ଉଲ୍ଲେଖ ରହିଛି । କଳାପାହାଡ଼ ବଙ୍ଗୀୟ ସୁଲତାନ ସୁଲେମାନ କରାଣୀଙ୍କ ସେନାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କଳା ପାହାଡ଼ ପ୍ରଥମେ ହିନ୍ଦୁ ଓ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନଙ୍କ ଅନୁସାରେ ସେ ଜଣେ ବତିନି (ଆଫଗାନୀ ପଠାଣ) ଲୋକ । ଓଡ଼ିଶା ଇତିହାସରେ ଉଲ୍ଲେଖ ହୋଇଛି ଯେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ ।
|
ବତିନି (ଆଫଗାନୀ ପଠାଣ) ଲୋକ
|
ai4bharatIndicQA
|
ଅତି ବୃତ୍ତାକାର ମାର୍ବଲ୍ କୁଣ୍ଡ ଆକୃତିର ଏନକ୍ଲୋଜର କାହା ଉପରେ ସ୍ଥାପିତ ?
|
ଇମାରତ ଉପରେ ଭାରତୀୟ ସ୍ଥାପତ୍ୟ କଳାର ଏକ ଅଭିନ୍ନ ଅଙ୍ଗ ରହିଛି । ଇମାରତରେ ବିଭିନ୍ନ ଭାରତୀୟ ଡିଜାଇନ ଡାଳ ଯୋଡ଼ା ଯାଇଅଛି । ଏଥିରେ ବହୁତ ଗୋଲାକାର ପରାତ / କୁଣ୍ଡ ରୂପୀ ଘେର ଚିତ୍ରିତ ହୋଇଛି, ଯାହା କି ଭବନ ଉପରେ ଲଗା ହୋଇଛି । ଏହା ଭାରତୀୟ ସ୍ଥାପତ୍ୟର ଅଭିନ୍ନ ଅଙ୍ଗ ଅଟେ । ଏଠାରେ ପରମ୍ପରାଗତ ଭାରତୀୟ ଚଜ୍ଜେ ମଧ୍ୟ ରହିଛି , ଯାହା କି ଆଠ ଫୁଟ ଦ୍ୱାରରୁ ବାହାରକୁ ବହିରିଛି ଏବଂ ତଳେ ପୁଷ୍ପକୃତିରେ ସମ୍ପନ୍ନ ହୋଇଛି । ଏହା ଭବନକୁ ସିଧା ସୂର୍ଯ୍ୟାଲୋକ ଝରକାରେ ପଡିବାଦ୍ୱାରା ଏବଂ ମୌସମୀରେ ବର୍ଷା ଜଳରୁ ଅଟକାଇ ଥାଏ । ଛାତ ଉପରେ ତିଆରି ହୋଇଥିବା ବହୁ ଛତା , ଭବନର ଛାତର ପର ଭାଗକୁ , ଯେଉଁଠାରେ ମୁଖ୍ୟ ଗୁମ୍ବଦ ତିଆରି ହୋଇନାହିଁ , ସେଇଠାରେ ସପାଟ ଦୃଶ୍ୟ ହେବାରୁ ଅଟକାଇ ଥାଏ । ଲୁଟ୍ୟନ୍ସ ବହୁ ଭାରତୀୟ ଶୈଳୀର ନମୁନାକୁ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରିଛନ୍ତି , ଯାହା ବହୁ ପ୍ରଭାବ ଶାଳୀ ହୋଇପାରିଛି ।
|
ଛାତ ଉପରେ
|
ai4bharatIndicQA
|
ସଂକ୍ରମଣର କେତେ ଦିନ ପରେ ମ୍ୟାଲେରିଆର ଲକ୍ଷଣ ଦେଖାଯାଇପାରେ ?
|
ମ୍ୟାଲେରିଆ ସଂକ୍ରମଣ ହେବାର ୮-୨୫ ଦିନ ମଧ୍ୟରେ ଏହାର ଲକ୍ଷଣ ସବୁ ଦେଖା ଯାଇଥାଏ । କିନ୍ତୁ ମ୍ୟାଲେରିଆ ପୂର୍ବରୁ ପ୍ରତିକାର ପାଇଁ ପ୍ରତିଷେଧକ ନେଇଥିଲେ ଲକ୍ଷଣମାନ ବିଳମ୍ବରେ ଦେଖା ଦେଇ ପାରେ । ରୋଗର ଲକ୍ଷଣ ରୂପେ ଜ୍ୱର, କମ୍ପନ, ଗଣ୍ଠିରେ ଯନ୍ତ୍ରଣା, ବାନ୍ତି, ଦେହ ଶେତା ପଡ଼ିଯିବା, ଜଣ୍ଡିସ, ଆଖିରେ କଷ୍ଟ, ତଥା ମାଂସପେଶୀରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ପ୍ରାୟ ୩୦% ରୋଗୀ ପ୍ରାଥମିକ ଚିକିତ୍ସା ଫଳରେ ଜ୍ୱର ଅନୁଭବ କରି ନଥାନ୍ତି। ମ୍ୟାଲେରିଆର ସର୍ବାଧିକ ଦେଖାଯାଇଥିବା ଲକ୍ଷଣଟି ହେଲା - ପ୍ରତି ଦୁଇ ଘଣ୍ଟାରେ ପ୍ରବଳ ଶୀତ ଲାଗିବା ପରେ ଦେହ ଅବଶ ହୋଇଯାଇ ଜ୍ୱର ଆସିବା ଓ ପରେ ପରେ ବହୁ ଝାଳ ବାହାରିବା । ପି. ଭିଭାକ୍ସ ଓ ପି. ଓଭାଲ ଜୀବାଣୁ ଜନିତ ସଂକ୍ରମଣରେ ଏହା ପ୍ରତି ଦୁଇ ଦିନରେ ଥରେ ଏବଂ ପି. ମ୍ୟାଲେରିଏ ଓ ପି. ଫାଲସିପାରମ ଜନିତ ସଂକ୍ରମଣରେ ଏହା ପ୍ରତି ତିନି ଦିନରେ ହୋଇପାରେ ତଥା ୩୬-୪୮ ଘଣ୍ଟା ମଧ୍ୟରେ ବାରମ୍ବାର ଜ୍ୱର ଆସିଥାଏ । ବୋଧହୁଏ ଭୁଲ କାରଣ ବଶତଃ ବା ମସ୍ତିଷ୍କ ମଧ୍ୟରେ ଚାପ ଯୋଗୁଁ ସମ୍ବନ୍ଧିତ ହୋଇଥିବାରୁ; ମ୍ୟାଲେରିଆ ପିଡୀତ ଛୋଟ ଶିଶୁ ନାନା ଅସ୍ୱାଭାବିକ ଅବସ୍ଥା ପ୍ରଦର୍ଶିତ କଲେ ଧରିନିଆଯାଏ ଯେ ଭୟଙ୍କର ମସ୍ତିଷ୍କ ବିକୃତି ଘଟିଛି । ସେରେବ୍ରାଲ ମ୍ୟାଲେରିଆ ହେବା ଫଳରେ ଦୃଷ୍ଟିପଟଳ ଧଳା ପଡ଼ିଯାଉଥିବାରୁ ଏହାକୁ ଚିକିତ୍ସା ସମୟରେ ସାଧାରଣ ମ୍ୟାଲେରିଆ ଠାରୁ ବାରି ହୋଇଯାଏ। ମାତ୍ରାଧିକ ମ୍ୟାଲେରିଆ ପି. ଫାଲସିପାରମଦ୍ୱାରା ହୋଇଥାଏ ଯାହାର ଲକ୍ଷଣ ୬-୧୪ ଦିନ ମଧ୍ୟରେ ଦେଖାଯାଇଥାଏ ।
|
୮-୨୫ ଦିନ
|
ai4bharatIndicQA
|
ମୂଳ ଯୋଜନାର କିଛି ନିର୍ମାଣ ଇଷ୍ଟର୍ଣ୍ଣ ସହ ଆଉ କାହା ଶୈଳୀ ସହ ସମିଶ୍ରଣ ଥିଲା ?
|
ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ୱିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ୱୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା ।
|
ପାଶ୍ଚାତ୍ୟ
|
ai4bharatIndicQA
|
ପୁରୁଷ ଓ ମହିଳା ଗ୍ୟାମେଟୋସାଇଟ୍ ମିଳିତ ହୋଇ କ’ଣ ଗଠନ କରନ୍ତି ?
|
ମଶା କାମୁଡିବାଦ୍ୱାରା ଚଳନକ୍ଷମ ସଂକ୍ରମଣ କ୍ଷମତା ସମ୍ପର୍ଣ୍ଣ ସ୍ପୋରୋଜଏଟ (ପରଜୀବୀ ଜୀବନର ପ୍ରଥମ ଆକାର) ମେରୁଦଣ୍ଡୀ ପ୍ରାଣୀର ଦେହରେ ପ୍ରବେଶ କରି ରକ୍ତ ମାଧ୍ୟମରେ ଯକୃତର କୋଷରେ (Hepatocyte) ପ୍ରବେଶ କରେ । ଏଠାରେ ଏହାର ଅଲିଙ୍ଗୀ ଜୀବନ ଆରମ୍ଭ ହୋଇ ହଜାର ହଜାର ସଂକ୍ଷକ ମେରୋଜଏଟ ସୃଷ୍ଟି ହୁଅନ୍ତି । ଗୋଟିଏ ମେରୋଜଏଟ ଗୋଟିଏ ଲୋହିତ ରକ୍ତ କଣିକାରେ ପ୍ରବେଶ କରି ସେହି ଅଲିଙ୍ଗୀ ପଦ୍ଧତିରେ ବଂଶ ବିସ୍ତାର କରି ୮ରୁ ୨୪ଟି ମେରୋଜଏଟରେ ପରିଣତ ହୁଏ । ଏତେ ସଂଖ୍ୟକ ମେରୋଜଏଟ ରହିବା ପାଇଁ ଜାଗା ଅଭାବ ହୁଏ ଓ ରକ୍ତ କଣିକା ଫାଟି ଯାଏ । ଏହି ମୋରୋଜଏଟରୁ ଗାମିଟୋସାଇଟ ତିଆରି ହୁଅନ୍ତି । ଏତିକି ବେଳେ ସଂକ୍ରମିତ ଲୋକକୁ ମାଈ ଆନୋଫିଲିସ ମଶା କାମୁଡି ରକ୍ତ ଶୋଷିଲେ ଏହି ଅପରିପକ୍ୱ ଗାମୋଟୋସାଇଟ ମଶା ଦେହକୁ ଯାଇ ତାହାର ଖାଦ୍ୟ ନଳୀରେ ରହେ । ସେଠାରେ ପୁରୁଷ ଓ ସ୍ତ୍ରୀ ଗାମିଟୋସାଇଟ ମିଳିତ ହୋଇ ମିଶି ଯାଆନ୍ତି ଓ ଜାଇଗୋଟରେ ପରିଣତ ହୁଅନ୍ତି ।
|
ଜାଇଗୋଟ
|
ai4bharatIndicQA
|
ନାଥ ସାହିତ୍ୟଭାରତର ସବୁଠୁ ପୁରୁଣା ଭାଷା କ'ଣ?
|
ଚର୍ଯା/ ଚରିଜାଗିତି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗ ଓ ନାଥ ସାହିତ୍ୟଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାର ଓ ଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ । ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି ।
|
ପାଳି
|
ai4bharatIndicQA
|
ଟାଗୋର ୧୮୯୦ ମସିହ ରେ ଲେଖି ଥିବା କବିତା ଟି ର ନାମ କଣ ?
|
ବିନା ଡିଗ୍ରୀରେ ୧୮୮୦ମସିହାରେ ବଙ୍ଗଳା ପ୍ରତ୍ୟାବର୍ତ୍ତନ କରିଥିଲେ, ସେ ସଫଳତା ପାଇବାରୁ ବଞ୍ଚିତ ହେଉଥିଲେ । ତାଙ୍କ ବାପା ତାଙ୍କର ପାଇଁ ନିଜେ ବାହାଘର ଠିକ କରିଥିଲେ ମୄଳାଲିଣି ଦେବୀଙ୍କ(୧୮୭୩-୧୯୦୨) ସହ, ସେ ମାତ୍ର ୧୦ ବର୍ଷ ବୟସର ଝିଅ ଥିଲେ (ବାଲ୍ୟ ବିବାହ), ତାଙ୍କ ଜନ୍ମ ଭାବତାରିଣୀରେ ହୋଇଥିଲା । ୧୮୮୩ ମସିହା ଡିସେମ୍ବର ୯ରେ ତାଙ୍କର ବିବାହ ହୋଇଥିଲା । ତାଙ୍କର ୫ଟି ସନ୍ତାନ ଥିଲେ, ୨ଜଣ ସନ୍ତାନ ଛୋଟ ବେଳୁ ମୃତ୍ୟୁ ବରଣ କରିଥିଲେ । ୧୮୯୦ ମସିହାରେ ପରିବାର ଚଳେଇବା ପାଇଁ ଶିଳଧା ଚାଲିଯାଇଥିଲେ, ବର୍ତ୍ତମାନ ସେ ଯାଗା ବାଂଲାଦେଶରେ । ୧୮୯୮ମସିହାରେ ପରିବାର(ସ୍ତ୍ରୀ, ପିଲାମାନେ) ସେଠାକୁ ଚାଲି ଯାଇ ଥିଲେ । ଟାଗୋର ମାନସୀ( ୧୮୯୦) ନାମକ ଏକ କବିତା ଲେଖିଥିଲେ, ଯେତେ କାମ କରିଥିଲେ ସେ ମଧ୍ୟରେ ସବୁଠାରୁ ଭଲ କାମ ଥିଲା । ଜମିଦାର ବାବୁ, ଟାଗୋର ବିଳାସପୂର୍ଣ ନୌକାରେ ନଦୀ ପାର ହବା ପାଇଁ ପଦ୍ମାକୁ ରଖିଥିଲେ । ସେ ଲୋକମାନଙ୍କୁ ନଦୀ ପାରକରିବାକୁ ଦାଉଥିଲେ ବହୁତ ନାମକ ମାତ୍ର ପଇସା ନେଉଥିଲେ, ଓ ଲୋକମାନେ ଖୁସିହୋଇ ଦହି ଭାତ ଖାଇବାକୁ ଦେଉଥିଲେ। ଟାଗୋର ଗଙ୍ଗା ହରକର ସହ ପରିଚିତ ଥିଲେ, ତାଙ୍କଦ୍ୱାରା ସେ ବାଲୁ ଲାଲନ ଶାହାଙ୍କ ସହ ପରିଚିତ ହୋଇଥିଲେ ,ତାଙ୍କ ଲୋକଗୀତ ଟାଗୋରଙ୍କୁ ବହୁତ ପ୍ରଭାବ ପକାଇଥିଲା ।
|
ମାନସୀ
|
ai4bharatIndicQA
|
ସେ କେଉଁ ବିଶ୍ୱବିଦ୍ୟାଳୟରୁ ୧୯୫୫ ମସିହାରେ ଅର୍ଥନୀତିରେ ଦ୍ୱୀତିୟ ସ୍ନାତକ ଡିଗ୍ରୀ ଲାଭ କଲେ?
|
ବର୍ତ୍ତମାନ ସେ ଆମେରିକାର ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ ଥମାସ୍ ଡବ୍ଲ୍ୟୁ. ଲାମୋନ୍ତ୍ ପ୍ରଫେସର୍ ଓ ଅର୍ଥନୀତି ଓ ଦର୍ଶନ ଶାସ୍ତ୍ରରେ ପ୍ରଫେସର୍ ଭାବରେ କାର୍ଯ୍ୟରତ । ସେ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ମଧ୍ୟ ଦାୟିତ୍ତ୍ୱ ତୁଲାନ୍ତି । କଲିକତାର ପ୍ରେସିଡେନ୍ସି କଲେଜରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ୍ କଲା ପରେ ୧୯୫୩ ମସିହାରେ ସେ କେମ୍ବ୍ରିଜର ଟ୍ରିନିଟି କଲେଜକୁ ଉଚ୍ଚତର ଶିକ୍ଷା ପାଇଁ ଗଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସେ ୧୯୫୫ ମସିହାରେ ଅର୍ଥନୀତିରେ ଦ୍ୱୀତିୟ ସ୍ନାତକ ଡିଗ୍ରୀ ଲାଭ କଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତିରେ ପି.ଏଚ୍.ଡି. ଡିଗ୍ରୀ ପାଇଁ ଅଧ୍ୟୟନ କରୁଥିବା ସମୟରେ ତାଙ୍କୁ କଲିକତାସ୍ଥ ନବନିର୍ମିତ ଜାଦବପୁର୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ପ୍ରଫେସର୍ ଓ ବିଭାଗ ମୂଖ୍ୟର ପଦ ଦିଆଗଲା ।
|
କେମ୍ବ୍ରିଜ୍
|
ai4bharatIndicQA
|
କେଉଁଟି ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ?
|
ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ ସିକ୍କିମ ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର ଲାସାକୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “ନାଥୁ ଲା” ଗିରିପଥଦ୍ୱାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା ଗଂଗଖାର ପ୍ୟୁନ୍ସୁମ୍ । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ ଅରୁଣାଚଳ ପ୍ରଦେଶ ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ ।
|
କାଞ୍ଚନଜଙ୍ଘା
|
ai4bharatIndicQA
|
ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ ଚଳଚ୍ଚିତ୍ରଟି କେବେ ମୁକ୍ତିଲାଭ କରିଥିଲା?
|
ଏହା ପରେ ମହେଶ ଶ୍ରୀକାନ୍ତ ଆଡ୍ଲାଙ୍କ ନିର୍ଦ୍ଦେଶିତ ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁରେ ଅଭିନୟ କରିଥିଲେ, ଯାହାର କାହାଣୀ ଦୋକୁଡ଼ୁ ଚଳଚ୍ଚିତ୍ରର କାମ ଚାଲିଥିବା ବେଳେ ମହେଶ ବାବୁଙ୍କଦ୍ୱାରା ମଞ୍ଜୁର କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ମହେଶଙ୍କ ସହ ଅଭିନେତା ଭେଙ୍କଟେଶ ଦଗୁପତି, ଅଞ୍ଜଳି ଏବଂ ସାମନ୍ତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକସାଙ୍ଗରେ ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀମାନଙ୍କୁ ନେଇ ନିର୍ମାଣ ହୋଇଥିଲା, ଯାହାକି ବିଗତ ୨୫ବର୍ଷ ମଧ୍ୟରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ ଥର ପାଇଁ ହୋଇଥିଲା । ଏହି ଚଳଚ୍ଚିତ୍ରଟି ୨୦୧୩ ଜାନୁଆରୀରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସେହିବର୍ଷରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ସର୍ବାଧିକ ଆୟ କରିଥିଲା ଏବଂ ମହେଶ ବାବୁଙ୍କ ଅଭିନୟ ଜୀବନରେ ସଫଳତାର ହ୍ୟାଟ୍ରିକ ଆଣିଦେଇଥିଲା । ଏହି ଚଳଚ୍ଚିତ୍ର ପାଇଁ ମହେଶ ବାବୁ ୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର୍ ଏବଂ ୩ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ବିବେଚିତ ହୋଇଥିଲେ । ସେହି ବର୍ଷ ଶ୍ରୀନୁ ଭାଇତାଲ୍ଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ବାଦ୍ଶାହା ଚଳଚ୍ଚିତ୍ରରେ ମହେଶ ସ୍ୱର ଦେଇଥିଲେ । ୨୦୧୪ରେ ମହେଶ ବାବୁଙ୍କର ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ପ୍ରଥମଟି ହେଉଛି 1: ନେନୁ ଓକ୍କଡ଼ନି, ଯେଉଁଥିରେ ମହେଶ ଜଣେ ମାନସିକ ବିକୃତ ରୋଗୀ ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ତାଙ୍କର ପିତାମାତାଙ୍କର ହତ୍ୟାକରୀକୁ ଖୋଜୁଥିବା ଜଣେ ପପ୍ ଗାୟକ ଭୂମିକାରେ ଅଭିନୟ କରିଥିଲେ, ଯହାଙ୍କର ସର୍ବଦା ମତିଭ୍ରତ ହେଉଥିଲା । ଶେଷରେ ସେ ତାଙ୍କର ପିତାମାତାଙ୍କର ହତ୍ୟାକାରୀକୁ ଦଣ୍ଡ ଦେବା ସହ ତାଙ୍କ ପିତାଙ୍କଦ୍ୱାରା ଆବିଷ୍କାର କରାଯାଇଥିବା ଏକ ସ୍ୱତନ୍ତ୍ର ଧାନକୁ ମଧ୍ୟ ସାର୍ବଜନୀନ କରିପାରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ କିର୍ତ୍ତୀ ସନନ ମହେଶ ବାବୁଙ୍କର ନାୟିକା ସାଜି ତେଲୁଗୁ କଥାଚ୍ଚିତ୍ର ଜଗତରେ ପ୍ରଥମ ଅଭିନୟ କରିଥିଲେ । ପାଖାପାଖି ୭୦ କୋଟି ବିନିମୟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଏକ ବଡ଼ ଆଶାର ସହ ମୁକ୍ତିଲାଭ କରିଥିଲା, କିନ୍ତୁ ଦର୍ଶକ ଏବଂ ସମାଲୋଚକ ମାନଙ୍କଠାରୁ ମଧ୍ୟମ ଧରଣର ମତାମତ ଆସିଥିବା ବେଳେ ପାଖାପାଖି ୨୬-୨୭ କୋଟିର କ୍ଷତି ହୋଇଥିଲା । ଏହି ଚଳଚ୍ଚିତ୍ରରେ ମହେଶଙ୍କ ଅଭିନୟ ସମୋଲୋଚକ ମାନଙ୍କୁ ମଧ୍ୟ ଆକର୍ଷିତ କରିଥିଲା ଏବଂ ତାଙ୍କ ଜୀବନରେ ସବୁଠାରୁ ଭଲ ଅଭିନୟ ବୋଲି ମଧ୍ୟ ମତ ଆସିଥିଲା । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ମହେଶ ୪ର୍ଥ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ନାମାଙ୍କିତ ହୋଇଥିଲେ ।
|
ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ
|
ai4bharatIndicQA
|
ସାଙ୍ଗା ତାଙ୍କ ବିଦ୍ୟାଳୟରେ କେଉଁ ପଦରେ ଥିଲେ ?
|
ପ୍ରଶିକ୍ଷକ ବେର୍ଟି ୱିଜେସିନ୍ଦେଙ୍କ ତତ୍ୱାବଧାନରେ ସାଙ୍ଗା ୧୫ବର୍ଷରୁ କମ, ୧୭ବର୍ଷରୁ କମ, ୧୯ବର୍ଷରୁ କମ ଏବଂ ପ୍ରଥମ ଏକଦଶ ସ୍କ୍ୱାର୍ଡ ପାଇଁ ଖେଳିଥିଲେ । ମାତ୍ର ୧୯ ବର୍ଷ ବୟସରେ ସାଙ୍ଗା ତାଙ୍କର ବ୍ୟାଟିଂ ଏବଂ ୱିକେଟ ରକ୍ଷକର ଦକ୍ଷତା ପାଇଁ ନାମକ ଖେଳର ଏକ ସମ୍ମାନସ୍ପଦ ଉପାଧି ଦ ଟ୍ରିନିଟି ଲାୟନ ଗ୍ରହଣ କରିଥିଲେ । ୧୯୯୮-୯୯ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଶ୍ରୀଲଙ୍କା ଦଳକୁ ପ୍ରତିନିଧିତ୍ୱ କରିବା ପାଇଁ ସାଙ୍ଗାଙ୍କୁ ସୁଯୋଗ ମିଳିଥିଲା । ଜିମ୍ବାୱେ ବିରୁଦ୍ଧରେ ଏଲ ଦିନିକିଆ ମ୍ୟାଚରେ ଅପରାଜିତ ୧୫୬ ରନ କରି ସାଙ୍ଗା ଶ୍ରୀଲଙ୍କା ଜାତୀୟ ଦଳରେ ତାଙ୍କର ସ୍ଥାନ ସ୍ଥାୟୀ କରିଥିଲେ । ସାଙ୍ଗା ତାଙ୍କ ବିଦ୍ୟାଳୟରେ ବରିଷ୍ଠ ମୁଖ୍ୟ ଥିଲେ ।
|
ବରିଷ୍ଠ ମୁଖ୍ୟ
|
ai4bharatIndicQA
|
କେଉଁଠାରେ କଳ୍ପନା ଚାୱଲା Computational fluid dynamics କୁ ବ୍ୟବହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଉପରେ ଗବେଷଣା କରିଥିଲେ?
|
୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। । ସେଠାରେ ସେ Computational fluid dynamics (CFD)କୁ ବ୍ୟବହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ।
|
(NASA)ର Ames Research Center
|
ai4bharatIndicQA
|
କାହା କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା ?
|
ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢେଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ ।
|
ଚୁମ୍ବକ
|
ai4bharatIndicQA
|
କଳ୍ପନା ଚାୱଲା କେତେ ମସିହାରେ ନାସାର ଆମେସ୍ ରିସର୍ଚ୍ଚ ସେଣ୍ଟରରେ କାମ ଆରମ୍ଭ କରିଥିଲେ?
|
୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। । ସେଠାରେ ସେ Computational fluid dynamics (CFD)କୁ ବ୍ୟବହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ।
|
୧୯୮୮ ମସିହା
|
ai4bharatIndicQA
|
ଗଭୀର ଚିନ୍ତାରେ କିଏ ଆଗରେ ବସିଛନ୍ତି ?
|
ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା’ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା’ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ‘ମୁଁ ସ୍ୱୟଂ ଭଗବାନ‘, ତା’ ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ! ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ‘ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ ।
|
ନରେନ୍ଦ୍ରନାଥ
|
ai4bharatIndicQA
|
କିଏ ଦେବୀ ସୀତାଙ୍କୁ ଏକୁଟିଆ ଛାଡିବାକୁ ମନା କରିଦେଇଥିଲେ ?
|
ରାବଣଦ୍ୱାରା ସୀତା ହରଣସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟୀତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ହେଲେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ଦେବୀ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡ଼ିଲା ।
|
ଲକ୍ଷ୍ମଣ
|
ai4bharatIndicQA
|
ପାକିସ୍ତାନ ଗଠନ ପରେ କେଉଁ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଇଣ୍ଡସ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା?
|
ପାକିସ୍ତାନ ଗଠିତ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ଏହା ଯୋଗୁଁ ଉପରମୁଣ୍ଡ ଭାରତରେ ଥିଲେ ହେଁ ପାକିସ୍ତାନକୁ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ସିଂହଭାଗ ଜଳ ମିଳିଲା । ପରିକଳ୍ପିତ ସିନ୍ଧୁ ଅବବାହିକା ଯୋଜନା (Indus Basin Project) ଅନୁସାରେ ଝେଲମ ନଦୀ ଉପରେ ମଙ୍ଗଳା ବନ୍ଧ ଏବଂ ସିନ୍ଧୁ ନଦୀ ଉପରେ ତର୍ବେଲା ବନ୍ଧ ଏବଂ କିଛି କ୍ଷୁଦ୍ର ସହାୟକ ନଦୀବନ୍ଧ ନିର୍ମିତ ହେବାର ଥିଲା । ପାକିସ୍ତାନର ଜଳ ଓ ଶକ୍ତି ଉନ୍ନୟନ ବିଭାଗ ଚସମା ଓ ଝେଲମ ଯୋଡ଼ ସେଚନ କେନାଲ୍ର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଂଯୁକ୍ତ କେନାଲ୍ ବାହାୱାଲପୁର ଓ ମୁଲତାନ ପର୍ଯ୍ୟନ୍ତ ଜଳ ଯୋଗାଣ କରିପାରେ । ରାୱଲପିଣ୍ଡି ନିକଟରେ ପାକିସ୍ତାନ ୨୭୪୩ ମିଟର୍ ଲମ୍ବା ଓ ୧୪୩ ମିଟର୍ ଉଚ୍ଚ ତର୍ବେଲା ନଦୀବନ୍ଧ ନିର୍ମାଣ କରିଛି ଯାହାର ଜଳଭଣ୍ଡାରର ଦୈର୍ଘ୍ୟ ୮୦ କିଲୋମିଟର୍ । ଡେରା ଇସ୍ମାଇଲ୍ ଖାନ ନିକଟସ୍ଥ ଚସମା ବ୍ୟାରେଜରୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଡେରା ଗାଜି ଖାନ ନିକଟସ୍ଥ ତୌନ୍ସା ବ୍ୟାରେଜରୁ ୧ ଲକ୍ଷ କିଲୋୱାଟ୍ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ତର୍ବେଲା ନଦୀବନ୍ଧ ସହାୟକ ହୋଇଥାଏ । ହାଇଦ୍ରାବାଦ (ସିନ୍ଧ) ନିକଟସ୍ଥ କୋଟ୍ରି ବ୍ୟାରେଜ ୯୧୫ ମିଟର୍ ଉଚ୍ଚ ଓ ଏହା କରାଚୀର ଅତିରିକ୍ତ ଜଳ ଆବଶ୍ୟକତାକୁ ପୂରଣ କରିଥାଏ ।
|
୧୯୬୦
|
ai4bharatIndicQA
|
ସଲାଲ ଜଳବିଦ୍ୟୁତ୍ ପ୍ରକଳ୍ପ (ନଦୀବନ୍ଧ ଯୋଜନା) ଭାରତ ଓ ଅନ୍ୟ କେଉଁ ଦେଶର ସହମତି ପରେ ନିର୍ମିତ ହୋଇଥିଲା?
|
ଚୁକ୍ତି ଅନୁସାରେ ଉଭୟ ଦେଶ ଜଳର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା କରିବାକୁ ରାଜି ହେଲେ । ଚୁକ୍ତି ଅନୁସାରେ ସ୍ଥାୟୀ ସିନ୍ଧୁ ଆୟୋଗ (Permanent Indus Commission – ପିଆଇସି) ପ୍ରତିଷ୍ଠିତ ହେଲା ଯେଉଁଥିରେ ଭଭୟ ଦେଶ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି (କମିଶନର) ରହିଲେ । ଭବିଷ୍ୟତରେ ଜଳ ଆବଣ୍ଟନ ନେଇ କୌଣସି ବିବାଦ ବା ମତଭେଦ ହେଲେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାର କରି ଏହାର ସମାଧାନ କରିବା ଉକ୍ତ ଆୟୋଗର ଲକ୍ଷ୍ୟ । ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ (୧୯୬୫, ୧୯୭୧ ଓ ୧୯୯୯) ହୋଇଥିଲେ ହେଁ ଆୟୋଗ ତିଷ୍ଠି ରହିଛି ଓ ପୂର୍ବବତ୍ ବିବାଦର ସମାଧାନ କରିବାର କାର୍ଯ୍ୟ କରୁଛି । ବର୍ଷକୁ ଥରେ ଆୟୋଗର ବୈଠକ ହୁଏ ଯେଉଁଥିରେ ସିନ୍ଧୁ ନଦୀ ବ୍ୟବସ୍ଥାର ବିକାଶ, ଜଳ ବିନିଯୋଗରେ ସମନ୍ୱୟ ପନ୍ଥା ଏବଂ ସମ୍ଭାବ୍ୟ ବିବାଦର ଦୂରୀକରଣ ପ୍ରଭୃତି ପ୍ରସଙ୍ଗ ଆଲୋଚିତ ହୋଇଥାଏ । ଉଭୟ ପକ୍ଷ ଅପର ପକ୍ଷକୁ ନିର୍ମାଣ କାର୍ଯ୍ୟ ବା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଜଣାଇବାକୁ ବାଧ୍ୟ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉ ବା ସୌହାର୍ଦ୍ୟପୂର୍ଣ୍ଣ ରହୁ, କିନ୍ତୁ ଆୟୋଗର ବାର୍ଷିକ ପରିଦର୍ଶନ ଓ ତଥ୍ୟ ବିନିମୟ ଧାରା ବଜାୟ ରହିଥାଏ । ସଲାଲ ଜଳବିଦ୍ୟୁତ୍ ପ୍ରକଳ୍ପ (ନଦୀବନ୍ଧ ଯୋଜନା) ଉଭୟ ଦେଶର ସହମତି ପରେ ନିର୍ମିତ ହୋଇଥିଲା । [୧୯] କିନ୍ତୁ ଅନେକ ଆଲୋଚନା ପରେ ମଧ୍ୟ ତୁଲ୍ବୁଲ୍ ପ୍ରକଳ୍ପର ନିର୍ମାଣ ପାଇଁ ବିଗତ ଅନେକ ଦଶନ୍ଧି ଧରି ସହମତି ହାସଲ ହୋଇନାହିଁ । [୨୦] ଅସହମତି ସ୍ଥିତିରେ ମଧ୍ୟସ୍ତତା କରିବା ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ (Permanent Court of Arbitration – ପିସିଏ) ବା କୌଣସି ନିରପେକ୍ଷ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ାଯାଇଥାଏ । ଅତୀତରେ ବଗ୍ଲିହାର ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ରାୟ ଏବଂ କିଶନଗଙ୍ଗା ଜଳବିଦ୍ୟୁତ୍ ପ୍ରକଳ୍ପର ମଞ୍ଜୁରୀ ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟର ଆଦେଶ ଲୋଡ଼ା ଯାଇଥିଲା । [୨୧][୨୨][୨୩] ପାକିସ୍ତାନ ଭାରତର ଜାମୁ ଓ କାଶ୍ମୀରରେ ୮୫୦ ମେଗାୱାଟ୍ କ୍ଷମତାସମ୍ପନ୍ନ ରାଟଲେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଆସୁଛି ।
|
ପାକିସ୍ତାନ
|
ai4bharatIndicQA
|
ଏହି LBOD କେନାଲରୁ ଜଳ ନିର୍ଗତ ହେବା ଦ୍ୱାରା କଣ ହେବାର ଆଶଙ୍କା ବଢି ଯାଏ ?
|
ସିନ୍ଧୁ ନଦୀ ଭାରତୀୟ ପ୍ରଦେଶ ଗୁଜରାଟକୁ ପୁନଃ ପ୍ରବେଶ କରି କଚ୍ଛ ଲବଣମରୁର କୋରି କ୍ରିକ୍କୁ ପ୍ରବାହିତ ହୋଇଛି । ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ । ଭାରତର ବିନା ସହମତିରେ ପାକିସ୍ତାନ ୧୯୮୭ରୁ ୧୯୯୭ ମଧ୍ୟରେ ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ଲେଫ୍ଟ ବ୍ୟାଙ୍କ ଆଉଟ୍ଫଲ୍ ଡ୍ରେନ୍ (Left Bank Outfall Drain - LBOD) ନିର୍ମାଣ କରିଛି । ଏହି ପ୍ରକଳ୍ପ କଚ୍ଛ ଲବଣମରୁ ମଧ୍ୟ ଦେଇ ଗତି କରିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା । ଏହି LBOD କେନାଲରେ ପାଣି ଛଡ଼ାଗଲେ ବନ୍ୟାର ଆଶଙ୍କା ଦେଖାଦେବା ସହ ଏଠାରେ ରହିଥିବା ଲୁଣମରା ଜମିକୁ ଯେଉଁ ସବୁ ଜଳାଶୟରୁ ପାଣି ଆସେ, ସେଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥାଏ ।
|
ବନ୍ୟା
|
ai4bharatIndicQA
|
ଏହି ଉଦ୍ୟାନରେ କେଉଁ ସମୟରେ ହଜାର ହଜାର ହାତୀ ଦେଖିବାକୁ ମିଳନ୍ତି ?
|
କର୍ବେଟ୍ ଜାତୀୟ ଉଦ୍ୟାନରେ ୫୮୬ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସାପଖିଆ ଚିଲ, ଲାଲ୍ମୁହଁ ଶୁଆ, ଲାଲ୍ ବଣକୁକୁଡ଼ା (ଯାହାଠାରୁ ଅନ୍ୟ ବଣକୁକୁଡ଼ା ପ୍ରଜାତିଙ୍କ ବିବର୍ତ୍ତନ ଘଟିଛି), ଇତ୍ୟାଦି ଏଠାକାର କିଛି ଅଧିବାସୀ ପକ୍ଷୀ । ୩୩ ପ୍ରଜାତିର ସରୀସୃପ, ୭ ପ୍ରଜାତିର ଉଭୟଚର, ୩୬ ପ୍ରଜାତିର କଙ୍କି ମଧ୍ୟ ଏଠାରେ ଦେଖାଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ମହାବଳ ବାଘ ରହିଥିଲେ ହେଁ ଘଞ୍ଚ ଜଙ୍ଗଲ ଓ ପାରିପାର୍ଶ୍ୱିକ ଜଙ୍ଗଲରେ ଏମାନଙ୍କୁ ସହଜରେ ଠାବ କରିହୁଏ ନାହିଁ । ଘଞ୍ଚ ଜଙ୍ଗଲ, ଉଦ୍ୟାନ ଦେଇ ପ୍ରବାହିତ ରାମଗଙ୍ଗା ନଦୀ ଓ ବହୁଳ ମାତ୍ରାରେ ଉପଲବ୍ଧ ଶିକାର ଯୋଗୁଁ ଏହା ବାଘଙ୍କ ପାଇଁ ଏକ ଆଦର୍ଶ ଅଧିବାସ । ଏହି ଜଙ୍ଗଲରେ ବାଘମାନଙ୍କୁ ନିଜ ଆକାରଠାରୁ ଯଥେଷ୍ଟ ବଡ଼ ମଇଁଷି ଓ ହାତୀମାନଙ୍କ ଶିକାର କରୁଥିବା ମଧ୍ୟ ଦେଖାଯାଇଛି । ସାଧାରଣ ଶିକାର ଯଥା ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ଅଭାବ ଦେଖାଦେଲେ ବାଘ ବଡ଼ ଆକାରର ପ୍ରାଣୀଙ୍କ ଶିକାର କରିଥାଏ । ନିଜ ଇଲାକାରେ ଶିକାର ଅଭାବରେ ଏଠାକାର ବାଘ ଗୃହପାଳିତ ପଶୁଙ୍କ ଶିକାର କରିବା ମଧ୍ୟ ଶୁଣାଯାଇଛି । କଲରାପତରିଆ ବାଘ ସାଧାରଣତଃ ପାହାଡ଼ିଆ ଭୂମିରେ ବାସ କରନ୍ତି ଓ ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳକୁ ଓହ୍ଲାଇ ଆସନ୍ତି । କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ । କୁଟୁରା, ସମ୍ବର, କୁଜି ହରିଣ, ଚିତଲ୍ ହରିଣ, ଭାଲୁ, ହିମାଳୟ କଳାଭାଲୁ, ଭାରତୀୟ ପାଉଁଶିଆ ନେଉଳ, ଓଧ, ଭାରତୀୟ ମାର୍ଟେନ୍, ହିମାଳୟ ଘୋରାଲ୍, ବଜ୍ରକାପ୍ତା, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି ଏଠାରେ ଦେଖାଯାଉଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରାଣୀ । ରାତିରେ ପେଚା ଓ ଦେବତା ବିନ୍ଧାଣୀ ପକ୍ଷୀଙ୍କ (ଭୂଇଁ ଚାପୁଳି – ଈଂରାଜୀରେ Nightjar) ଡାକ ଶୁଣିବାକୁ ମିଳେ । ଗ୍ରୀଷ୍ମଋତୁରେ ଶହ ଶହ ହାତୀଙ୍କ ପଲ ଦେଖାଯାଇପାରିବ । ଏଠାରେ ଅଜଗର ମଧ୍ୟ ବସବାସ କରନ୍ତି ।
|
ଗ୍ରୀଷ୍ମଋତୁ
|
ai4bharatIndicQA
|
ପ୍ରଭୁ ରାମ ଦ୍ୱାରା କେଉଁ ସ୍ଥାନ ସ୍ଥାପିତ ହୋଇଛି?
|
ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ । ଏପଟେ ଶ୍ରୀରାମ ନିଜର ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ । ଅଙ୍ଗଦ ରାମଙ୍କ ଦୂତ ହୋଇ ଲଙ୍କାରେ ରାବଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣ ନେବାକୁ ପରାମର୍ଶ ଦେଲେ । କିନ୍ତୁ ରାବଣ ମାନିଲେ ନାହିଁଁ ।
|
ଶ୍ରୀ ରାମେଶ୍ୱରଙ୍କ
|
ai4bharatIndicQA
|
କେଉଁ ମସିହାରେ, ଷ୍ଟେନଲେସ୍ ଷ୍ଟିଲ୍ ରେ ପଇସା ତିଆରି କରାଯାଇଥିଲା ?
|
୨୫ ପଇସା: ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା ।
|
୧୯୫୦
|
ai4bharatIndicQA
|
ପାକିସ୍ତାନ ଜଳ ବଣ୍ଟନ ମାମଲାକୁ କେଉଁ କୋର୍ଟରେ ଉପସ୍ଥାପନ କରିବାକୁ ଚାହୁଁଥିଲା ?
|
ବିଭାଜନ ପରେ ପ୍ରଥମ କିଛି ବର୍ଷ ପାଇଁ ୧୯୪୮ ମସିହା ମଇ ୪ ତାରିଖରେ ପ୍ରଣୀତ ଇଣ୍ଟର୍ ଡୋମିନିୟନ୍ ଏକର୍ଡ୍ (ଦୁଇ ଔପନିବେଶିକ ସ୍ୱାଧୀନ ରାଷ୍ଟ୍ର ମାଧ୍ୟରେ ରହିଥିବା ବୁଝାମଣା) ଅନୁଯାୟୀ ଜଳ ଆବଣ୍ଟିତ ହେଲା । ଏହି ବୁଝାମଣା ଅନୁସାରେ ଭାରତ ପାକିସ୍ତାନ ପାଇଁ ଯଥେଷ୍ଟ ପରିମାଣର ଜଳ ଛାଡ଼ୁଥିଲା ଓ ପାକିସ୍ତାନ ଭାରତକୁ ବାର୍ଷିକ ପାଉଣା ଦେଉଥିଲା । ପାକିସ୍ତାନରେ ଜଳର ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ପାଇଁ ଏହି ବୁଝାମଣା ଏକ ସାମୟିକ ସମାଧାନ ଥିଲା ଓ ଏକ ସ୍ଥାୟୀ ସମାଧାନ ପାଇଁ ପରେ ଅନେକ ଆଲୋଚନା କରାଯାଇଥିଲା । କିନ୍ତୁ ଉଭୟ ଦେଶ ନିଜ ଜିଦରେ ଅଟଳ ରହିବାରୁ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ବୁଝାମଣା ହୋଇପାରିଲା ନାହିଁ । ଭାରତୀୟ ଦୃଷ୍ଟିକୋଣରୁ ଭାବିଲେ ଭାରତ ଉପରେ ଚାପ ନଥିଲା କାରଣ ନଦୀର ଉପର ମୁଣ୍ଡରେ ନିର୍ମାଣ କରି ପାଣି ଅଟକାଇଲେ ବା ମାତ୍ରାଧିକ ପାଣି ଛାଡ଼ିଦେଲେ ପାକିସ୍ତାନ ତଳ ମୁଣ୍ଡରେ ରହି କିଛି କରିପାରିବ ନାହିଁ । [୩୦] ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟରେ (International Court of Justice) ଉପସ୍ଥାପିତ କରିବାକୁ ଇଚ୍ଛା କଲା, କିନ୍ତୁ ଦ୍ୱିପାକ୍ଷିକ ଆଲୋଚନା ବିନା ଏହି ବିବାଦର ସମାଧାନ ହେବ ନାହିଁ ବୋଲି ଭାରତ ମନା କରିଦେଇଥିଲା । ସେହି ବର୍ଷ ଟେନେସି ଭେଲି ଅଥରିଟି ଓ ଯୁକ୍ତରାଷ୍ଟ୍ର ଆମେରିକା ଆଣବିକ ଶକ୍ତି ସମିତିର ସଭାପତି ରହିଥିବା ଡେଭିଡ୍ ଲିଲିଏନ୍ଥାଲ୍ ଭାରତ-ପାକିସ୍ତାନ ଗସ୍ତରେ ଆସିଥିଲେ ଓ କଲିଅର୍ସ୍ ପତ୍ରିକାରେ ସେ ଅନେକ ଲେଖା ପ୍ରକାଶ କରିଥିଲେ । ଭାରତୀୟ ଉପମହାଦେଶର ବିଭିନ୍ନ ପ୍ରସଙ୍ଗରେ ଡେଭିଡ୍ଙ୍କ ରୁଚି ରହିଥିଲା ଓ ତାଙ୍କ ଗସ୍ତ ସମୟରେ ଉଭୟ ଦେଶର ସରକାରଙ୍କ ଉଚ୍ଚ ପଦାଧିକାରୀ ତାଙ୍କ ସହ ଦେଖା କରିଥିଲେ ।
|
ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟରେ
|
ai4bharatIndicQA
|
ଏଆଇସିସି ଅଧିବେଶନରେ କିଏ ଅଧ୍ୟକ୍ଷତା କରିଥିଲେ?
|
ଏହି ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ପରବର୍ତ୍ତୀ ପରୀକ୍ଷଣ ଏବଂ ଦୁଖଦଃ ଘଟଣା ମାଧ୍ୟମରେ କଂଗ୍ରେସ ଦଳକୁ ଏକଜୁଟ ରଖିବା। ଭାରତ-ବର୍ମା ସୀମାରେ ଜାପାନ ସେନାର ଅଗ୍ରଗତି ନେଇ ବ୍ରିଟିଶମାନେ ଭୟଭୀତ ହୋଇ ଗାନ୍ଧୀଙ୍କୁ କାରାଗାରରେ ଜବାବ ଦେଇଥିଲେ । ଦଳର କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ (ଜାତୀୟ ନେତୃତ୍ୱ) ମଧ୍ୟ ବନ୍ଦୀ ହୋଇଥିଲେ। ପ୍ରମୁଖ ନେତାଙ୍କ ଗିରଫ ହେତୁ ଜଣେ ଯୁବକ ଏବଂ ସେପର୍ଯ୍ୟନ୍ତ ଅପେକ୍ଷାକୃତ ଅଜ୍ଞାତ ଅରୁଣା ଆସଫ ଅଲି ଅଗଷ୍ଟ ୯ରେ AICC ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଏବଂ ପତାକା ଉତ୍ତୋଳନ କରିଥିଲେ; ପରେ କଂଗ୍ରେସ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାର୍ଯ୍ୟଗୁଡ଼ିକ କେବଳ ଜନସଂଖ୍ୟା ମଧ୍ୟରେ କାରଣ ପାଇଁ ସହାନୁଭୂତି ସୃଷ୍ଟି କରିଥିଲା | ପ୍ରତ୍ୟକ୍ଷ ନେତୃତ୍ୱର ଅଭାବ ସତ୍ତ୍ୱେ ସାରା ଦେଶରେ ବଡ଼ ପ୍ରତିବାଦ ଓ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକମାନେ ବଡ଼ ଦଳରେ ଅନୁପସ୍ଥିତ ରହିଲେ ଏବଂ ଧର୍ମଘଟ ଡକାଗଲା | ସମସ୍ତ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ନୁହେଁ, କେତେକ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା, ସରକାରୀ ଅଟ୍ଟାଳିକାଗୁଡ଼ିକରେ ନିଆଁ ଲାଗିଯାଇଥିଲା, ବିଦ୍ୟୁତ କାଟ କରାଯାଇଥିଲା ଏବଂ ପରିବହନ ଏବଂ ଯୋଗାଯୋଗ ଲାଇନଗୁଡିକ ବିଚ୍ଛିନ୍ନ କରାଯାଇଥିଲା। ବ୍ରିଟିଶମାନେ ଶୀଘ୍ର ବନ୍ଦୋବସ୍ତ ସହିତ ଜବାବ ଦେଇଥିଲେ। ୧୦୦,୦୦୦ରୁ ଅଧିକ ଗିରଫ କରାଯାଇଥିଲା, ବହୁ ଜୋରିମାନା ଆଦାୟ କରାଯାଇଥିଲା ଏବଂ ପ୍ରଦର୍ଶନକାରୀଙ୍କୁ ସର୍ବସାଧାରଣରେ ମାଡ ଦିଆଯାଉଥିଲା । ପୋଲିସ୍ ସେନାଦ୍ୱାରା ଗୁଳି ବିନିମୟରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଅନେକ ଜାତୀୟ ନେତା ଅଣ୍ଡରଗ୍ରାଉଣ୍ଡରେ ଯାଇ ଗୁପ୍ତଚର ରେଡିଓ ଷ୍ଟେସନ ଉପରେ ବାର୍ତ୍ତା ପ୍ରସାରଣ, ପାମ୍ପଲେଟ୍ ବଣ୍ଟନ ଏବଂ ସମାନ୍ତରାଳ ସରକାର ଗଠନ କରି ସେମାନଙ୍କ ସଂଗ୍ରାମ ଜାରି ରଖିଥିଲେ।
|
ଅରୁଣା ଆସଫ ଅଲି
|
ai4bharatIndicQA
|
ମାଛ ଗୁଡିକର ପ୍ରଜାତି କେଉଁଠାରେ ପହଁଚିଲେ ଇଣ୍ଡସ ନଦୀର ବେଗ ମନ୍ଥର ହୋଇଯାଏ ?
|
ସିନ୍ଧୁ ଅବବାହିକାର ମତ୍ସ୍ୟ ସମ୍ପଦରେ ୧୮୦ଟି ପ୍ରଜାତିର ବିବିଧ ମଧୁରଜଳ ମାଛ ଦେଖାଯାନ୍ତି ଓ ତାହା ମଧ୍ୟରୁ ୨୨ଟି ପ୍ରଜାତି ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ । ମାଛ ଧରିବା ବା ଖାଇବା ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାକାର ସଂସ୍କୃତିର ଏକ ଅଂଶ ରହିଆସିଛି । ସିନ୍ଧୁ ସଭ୍ୟତାର ଲିପିରେ ମାଛର ଚିତ୍ର ବାରମ୍ବାର ଦେଖିବାକୁ ମିଳେ । ଏହି ଚିତ୍ର ମାଛ ନଚେତ୍ କୌଣସି ତାରକା ବା ଭଗବାନଙ୍କ ସଙ୍କେତ ଭାବେ ବ୍ୟବହୃତ ହୋଇଥାଇପାରେ । ସିନ୍ଧୁ ନଦୀର ଉପର ମୁଣ୍ଡରେ କମ୍ ପ୍ରଜାତିର ମାଛ, ଯଥା : ସ୍ନୋଟ୍ରାଉଟ୍, ମାଗୁର ଇତ୍ୟାଦି ଦେଖାଯାନ୍ତି । ସେଠାରୁ ତଳକୁ ଆସିଲେ ସିୁନେଲି ମହାଶିର ମାଛ ପରି ପ୍ରଜାତିର ମାଛ ମିଳିଥାନ୍ତି । ଥାକୋଟ, ତର୍ବେଲା, କାବୁଲ-ସିନ୍ଧୁ ସଙ୍ଗମ ପ୍ରଭୃତି ସ୍ଥାନରେ ମାଛ ପ୍ରଜାତିରେ ବିବିଧତା ବହୁମାତ୍ରାରେ ବଢ଼ିଯାଏ । ପଞ୍ଜାବର ସମତଳ ଭୂମିକୁ ପହଞ୍ଚିବା ବେଳକୁ ସିନ୍ଧୁ ନଦୀର ବେଗ ଖୁବ୍ ଧୀର ହୋଇଯାଇଥାଏ । ତେଣୁ ଏହି ଅଞ୍ଚଳରେ ଭାକୁର, ଖଇଙ୍ଗା, ତୁଡ୍ଡି (ଇଲ୍), ପରି ମାଛ ଦେଖିବାକୁ ମିଳନ୍ତି । ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ । ସମଭୂମିର ନିମ୍ନାଂଶରେ ଇଲିଶୀ, ରୋହୀ, ଭାକୁର ପରି ମାଛ ମିଳନ୍ତି । ତ୍ରିକୋଣଭୂମି ନିକଟରେ ମଧୁରପାଣି ମାଛ ସହ ଲୁଣିପାଣି ମାଛ, ଚିଙ୍ଗୁଡ଼ି, ପମ୍ଫ୍ରେଟ୍ ପରି ମାଛ ଆଦି ରୁହନ୍ତି । ଇଲିଶୀ ମାଛ ନଦୀ କୂଳର ବାସିନ୍ଦାଙ୍କ ପାଇଁ ଏକ ମନପସନ୍ଦ ମାଛ ।
|
ପଞ୍ଜାବର ସମତଳ ଭୂମି
|
ai4bharatIndicQA
|
ରିଲିଜ୍ ହୋଇଥିବା ଚଳଚ୍ଚିତ୍ରରେ ଅଭିନେତାଙ୍କ କେଉଁ ବିଷୟକୁ ଦର୍ଶା ଯାଇଥିଲା ?
|
ତେବେ ଏହି ସଫଳତାର କିଛି ଶ୍ରେୟ ବଚ୍ଚନଙ୍କ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରଚାରକୁ ମଧ୍ୟ ଯାଏ । ବଚ୍ଚନଙ୍କ ଦୁର୍ଘଟଣା ପରେ ନିର୍ଦ୍ଦେଶକ ମନମୋହନ ଦେଶାଇ କୁଲିର ଶେଷଭାଗକୁ ବଦଳାଇ ଦେଇଥିଲେ । ପୂର୍ବରୁ ଲେଖାଯାଇଥିବା କାହାଣୀ ଅନୁଯାୟୀ ବଚ୍ଚନ ଅଭିନୟ କରୁଥିବା ଚରିତ୍ରଟି ଶେଷରେ ମୃତ୍ୟୁବରଣ କରୁଥିଲା । କିନ୍ତୁ କାହାଣୀରେ ପରିବର୍ତ୍ତନ ପରେ ଚରିତ୍ରଟି ଶେଷରେ ବଞ୍ଚିଥିଲା । ଦେଶାଇ କହିଥିଲେ ଯେ, ଯେଉଁ ବ୍ୟକ୍ତି ନିଜ ପ୍ରକୃତ ଜୀବନରେ ମୃତ୍ୟୁକୁ ହରାଇ ଫେରିଆସିଛି, ସେ ପର୍ଦ୍ଦା ଉପରେ ମରିଯିବାଟା ନିଶ୍ଚିତ ଭାବରେ ଅନୁଚିତ୍ । ଆହୁରି ମଧ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଉପରୋକ୍ତ ଲଢ଼େଇ ଦୃଶ୍ୟକୁ ଟେବୁଲ୍ ଉପରକୁ ଡେଇଁବା ସମୟରେ ସ୍ଥଗିତ ରଖାଯାଇ ପର୍ଦ୍ଦା ଉପରେ ଅଭିନେତାର ଦୁର୍ଘଟଣାକୁ ସଙ୍କେତ କରି ଏକ ଶିରୋନାମା ଦେଖାଯାଇଥିଲା । ଏହି ଶିରୋନାମାଦ୍ୱାରା ଦୁର୍ଘଟଣାଟିର ପ୍ରଚାର ସୁନିଶ୍ଚିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବଚ୍ଚନ ମିଆସ୍ଥେନିଆ ଗ୍ରେଭିସ୍ (Myasthenia gravis) ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଅସୁସ୍ଥତା ଯୋଗୁଁ ସେ ଉଭୟ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ଅଭିନୟରୁ ଅବସର ନେଇ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିବାକୁ ଲାଗିଥିଲେ ।
|
ଲଢ଼େଇ ଦୃଶ୍ୟକୁ ଟେବୁଲ୍ ଉପରକୁ ଡେଇଁବା
|
ai4bharatIndicQA
|
1.in 650 B.C କେଉଁ ରାଜବଂଶ ଭାରତରେ ବୃଦ୍ଧି ପାଇଲା?
|
ପ୍ରାୟ ଖ୍ରୀ.ପୂ. ୬୫୦ ସମୟରେ ମଗଧ ବଂଶ ଓ ଶିଶୁନାଗ ବଂଶ ଭାରତରେ ମୁଣ୍ଡ ଟେକିଥିଲେ । ଖ୍ରୀ.ପୂ. ୫ମ ଶତାବ୍ଦୀର ବ୍ୟାକରଣବିତ୍ ପାଣିନି ନିଜର ରଚନା ଅଷ୍ଟଧ୍ୟାୟୀରେ ତତ୍କାଳୀନ ମନ୍ଦିରର ମୂର୍ତ୍ତି, ପୂଜା ଓ କର୍ମକାଣ୍ଡର ଏକ ବିବରଣୀ ପ୍ରଦାନ କରିଛନ୍ତି । ସାଧାରଣ ମୂର୍ତ୍ତିମାନଙ୍କୁ ପ୍ରତିକୃତି ଓ ପୂଜନୀୟ ମୂର୍ତ୍ତିମାନଙ୍କୁ ଅର୍ଚ୍ଚ କୁହାଯାଉଥିଲା । ମହାଭାଷ୍ୟ କାବ୍ୟର ରଚୟିତା, ଖ୍ରୀ.ପୂ. ୨ୟ ଶତାବ୍ଦୀର ପତଞ୍ଜଳି ଅଷ୍ଟାଧ୍ୟାୟୀ ବିଷୟରେ ଯେଉଁ ବର୍ଣ୍ଣନା କରିଛନ୍ତି ସେଥିରେ ମୂର୍ତ୍ତିକଳା ବିଷୟରେ ଅନେକ ତଥ୍ୟ ମିଳେ । ଶିବଙ୍କ ବିକ୍ରିପାଇଁ ଉଦ୍ଦିଷ୍ଟ ମୂର୍ତ୍ତିଗୁଡ଼ିକୁ ଶିବକ ଓ ଅର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ମୂର୍ତ୍ତିମାନଙ୍କୁ ଶିବ କୁହାଯାଉଥିଲା । ପତଞ୍ଜଳିଙ୍କ ରଚନାରେ ଶିବ, ସ୍କନ୍ଦ, ବାସୁଦେବ ଆଦିଙ୍କ ଉଲ୍ଲେଖ ରହିଛି । ଏଥିରୁ ଆହୁରି ମଧ୍ୟ ଜାଣିବାକୁ ମିଳେ ଯେ ସବୁ ପ୍ରକାରର ମୂର୍ତ୍ତି ସ୍ଥାନାନ୍ତରିତ ହୋଇପାରିବ ନାହିଁ । ପୂଜକମାନେ ଅର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ମୂର୍ତ୍ତିମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହୁଥିଲେ ଓ ନିଜର ଜୀବିକା ଉପାର୍ଜନ କରୁଥିଲେ । ଏହି ମୂର୍ତ୍ତିମାନଙ୍କ ବିକ୍ରୟ ହେଉନଥିଲା । ପାଣିନି ଓ ପତଞ୍ଜଳି କେତେକ ମନ୍ଦିରକୁ ପ୍ରାସାଦ ଭାବେ ଅଭିହିତ କରିଛନ୍ତି ।
|
ମଗଧ ବଂଶ ଓ ଶିଶୁନାଗ ବଂଶ
|
ai4bharatIndicQA
|
1962 ମସିହାରେ ଖୋର୍ଦା ର ରାଜା କିଏ ଥିଲେ ?
|
୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ । ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଦ୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ । ସେ ଏହାକୁ ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢ଼ାର କିଛି ଅଂଶ କୋଣାର୍କରୁ ନିଆଯାଇଥିବା ପଥରରେ ତିଆରି କରାଯାଇଥିଲା । ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା ।
|
ନରସିଂହଦେବ
|
ai4bharatIndicQA
|
୧୯୩୨ ରେ ହେଇଥିବା ଅଲିମ୍ପିକର ନାମ କଣ?
|
୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ ।
|
ଲସଏଞ୍ଜେଲ୍ସ
|
ai4bharatIndicQA
|
କୁଆଁରା ଓ ବାପ ଭଳି ଚଳଚ୍ଚିତ୍ରରେ କେଉଁ ଅଭିନେତା ଅତିଥି କଳାକାର ଭାବେ ଅଭିନୟ କରିଥିଲେ?
|
୧୯୪୭ ମସିହାରେ ବଚ୍ଚନ କୁଆଁରା ବାପ୍ ଓ ଦୋସ୍ତ୍ ଭଳି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଏହାପରେ ସେ ରୋଟି କପ୍ଡ଼ା ଔର୍ ମକାନ୍ ଚଳଚ୍ଚିତ୍ରରେ ସହାଭିନେତା ଭାବେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ମନୋଜ କୁମାରଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଓ ଏହା ୧୯୪୭ ମସିହାରେ ସର୍ବାଧିକ ଆୟ କରିଥିଲା । ଆର୍ଥିକ ଓ ମାନସିକ ଅସୁବିଧା ସତ୍ତ୍ୱେ କିପରି ସାଧୁତା ଓ ସଚ୍ଚୋଟତା ପ୍ରତି ସମର୍ପିତ ରହିହୁଏ, ଏହା ହିଁ ଥିଲା ଏହି ଚଳଚ୍ଚିତ୍ରଟିର ବିଷୟବସ୍ତୁ । ଏହାପରେ ୧୯୪୭ ମସିହା ଡେସେମ୍ବର ମାସ ୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଜ୍ବୁର୍ରେ ଅମିତାଭ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ହଲିଉଡ୍ ଚଳଚ୍ଚିତ୍ର ଜିଗ୍ ଜାଗ୍ର ରିମେକ୍ ଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ୍ ଅଫିସ୍ରେ ଖୁବ୍ ସଫଳତା ଲାଭ କରିଥିଲା । ଏହାପରେ ୧୯୭୫ ମସିହାରେ ସେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ଚୁପ୍କେ ଚୁପ୍କେ, ଅପରାଧ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଫରାର୍ ଓ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ମିଲିରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହି ବର୍ଷ ସେ ୟଶ୍ ଚୋପ୍ରାଙ୍କଦ୍ୱାରା ନିର୍ଦ୍ଦେଶିତ ଦିୱାର୍ ଚଳଚ୍ଚିତ୍ରରେ ଶଶି କପୁର, ନିରୁପା ରାୟ ଓ ନିତୁ ସିଂଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍ ମଧ୍ୟ ପାଇଥିଲେ । ୧୯୭୫ ମସିହାରେ ବକ୍ସ୍ ଅଫିସ୍ରେ ସୁପର୍ହିଟ୍ ଚଳଚ୍ଚିତ୍ରର ମାନ୍ୟତା ଲାଭ କରିଥିବା ସବୁ ଚଳଚ୍ଚିତ୍ରମାନଙ୍କ ଭିତରେ ଏହି ଚଳଚ୍ଚିତ୍ରଟି ୪ର୍ଥ ସ୍ଥାନରେ ରହିଥିଲା । ଇଣ୍ଡିଆଟାଇମ୍ସ୍ ମୁଭିଜ୍ର ସର୍ବେକ୍ଷଣ ଅନୁଯାୟୀ ୨୫ଟି ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)ମାନଙ୍କ ମଧ୍ୟରେ ଦିୱାର୍ ଚଳଚ୍ଚିତ୍ର ଅନ୍ୟତମ । ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ର ଆଜି ପର୍ଯ୍ୟନ୍ତ ଭାରତରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇ ରହିଛି । ଏହି ଚଳଚ୍ଚିତ୍ରଟି ସେ ସମୟରେ ₹ ୨,୩୬୪,୫୦୦,୦୦୦ ବା US$ ୬୦ ନିୟୁତ ଆୟ କରିଥିଲା ।
|
ବଚ୍ଚନ
|
ai4bharatIndicQA
|
ଶ୍ରୀକ୍ଷେତ୍ରର ପାଞ୍ଚଟି ତୀର୍ଥ ମଧ୍ୟରୁ କେଉଁ ତୀର୍ଥଟି ଅନ୍ୟତମ ?
|
ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ। ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ହିଁ ଲୀନ ହୋଇଯାଏ। ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା। ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଓ ପରବର୍ତ୍ତୀ ସମୟରେ "ଶ୍ରୀ ଜଗନ୍ନାଥ " ନାମରେ ପ୍ରତିଷ୍ଠିତ ହୋଇଛନ୍ତି। କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟସ୍ଥ ପାର୍ଶ୍ୱରେ ଏହି ଦାରୁବ୍ରହ୍ମ ନୀଳମାଧବ ପୂଜା ପାଉଥିଲେ। ଏହି କୁଣ୍ଡରେ ଏକ ତୃଷାର୍ତ୍ତ କାକ ପାଣିରେ ବୁଡି ପ୍ରାଣ ହାରି ମୋକ୍ଷ ଲାଭ କରିଥିଲା।
|
ରୋହିଣୀ ତୀର୍ଥ
|
ai4bharatIndicQA
|
କଳ୍ପନା ସର୍ବଦା ଶ୍ରେଣୀର ଶ୍ରେଷ୍ଠ କେତେ ଜଣ ଛାତ୍ରଙ୍କ ମଧ୍ୟରେ ଥିଲେ ?
|
କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହସ ତଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତିକୁ ମଧ୍ୟ ଖୁବ୍ ଭଲ ପାଉଥିଲେ।
|
ପ୍ରଥମ ପାଞ୍ଚ ଜଣ
|
ai4bharatIndicQA
|
ଲକଡାଉନ୍ ବିସ୍ତାର କରିବାକୁ ପ୍ରଥମ ରାଜ୍ୟ କିଏ?
|
କୋଭିଡ-୧୯ ସଂକ୍ରମଣରୁ ଭଲ ହେବା ପାଇଁ ଏଯାବତ କୌଣସି ଔଷଧ ବାହାରି ନାହିଁ । କେବଳ ସଙ୍ଗରୋଧ ଓ ସଚେତନତା ହିଁ ଏକମାତ୍ର ଉପାୟ [୮]। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାରେ ଦୁଇଟି କୋଭିଡ-୧୯ ଘଟଣା ନିଶ୍ଚିତ ହୋଇଥିଲା । ମାର୍ଚ୍ଚ ୨୧ ତାରିଖରେ ପ୍ରଥମ ପର୍ଯ୍ୟ। ୟରେ ୫ଟି ଜିଲ୍ଲାରେ ଏବଂ ଦ୍ୱିତୀୟ ପର୍ଯ୍ୟ। ୟରେ ଆଉ ୯ଟି ଜିଲ୍ଲାରେ ଓଡ଼ିଶା ସରକାର ତାଲାବନ୍ଦ ଘୋଷଣା କରିଥିଲେ । ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ୨୪ ତାରିଖ ମଧ୍ୟରାତ୍ରୀରୁ ୫ ଦିନ ପାଇଁ ଲକଡାଉନ ଘୋଷଣା କରିବା ଅବସରରେ କେନ୍ଦ୍ର ସରକାର ସାରା ଭାରତରେ ୨୪ ତାରିଖ ମଧ୍ୟ ରାତ୍ରିରୁ ଏପ୍ରିଲ ୧୫ ଯାଏଁ ତାଲାବନ୍ଦ ଘୋଷଣା କରିଥିଲେ । ଓଡ଼ିଶା କ୍ୟାବିନେଟ ବୈଠକରେ ୯ ଏପ୍ରିଲ ଦିନ ଲକଡାଉନ ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି । ଲକଡାଉନ ଅବଧି ବୃଦ୍ଧି କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । [୯][୧୦] ଭାରତ ସରକାର ଲକଡାଉନ ଅବଧୀ ୩ ମେ ଯାଏଁ ବୃଦ୍ଧି କରିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଲକଡାଉନ ଅବଧୀ ୩ ମେ ଯାଏଁ ବୃଦ୍ଧି କରିଥିଲେ । ପରବର୍ତ୍ତୀ ସମୟରେ ଭାରତ ସରକାର ଲକଡାଉନର ତୃତୀୟ ପର୍ଯ୍ୟାୟ ବୃଦ୍ଧି ଆଉ ଦୁଇ ସପ୍ତାହ ବୃଦ୍ଧି କରିବା ସହ ମେ ୧୭ ଯାଏଁ ଏହା ଲାଗୁ ରହିବ ବୋଲି ଘୋଷନା କରିଥିଲେ । ମହାମାରୀର ତ୍ୱରିତ ମୁକାବିଲା ନେଇ ଓଡ଼ିଶା ସରକାରଙ୍କୁ ଶ୍ରେୟ ଦିଆଯାଇଛି । ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡିକ ବନ୍ଦ ରହିଥିଲା । ମାର୍ଚ୍ଚ ୨୧ରେ କରୋନାଭାଇରସର ଦୁଇଟି ସକ୍ରିୟ ଘଟଣା ନିଶ୍ଚିତ ହେବା ପରେ ରାଜ୍ୟ ଏହାର ରାଜଧାନୀ ଭୁବନେଶ୍ୱର ସମେତ ୭୦ ପ୍ରତିଶତ ଅଞ୍ଚଳରେ ତାଲାବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ମାର୍ଚ୍ଚ ୨୨ରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକ୍ଡାଉନ ସମୟ ମାର୍ଚ୍ଚ ୨୯ର ରାତି ୯ ଟା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
|
ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ
|
ai4bharatIndicQA
|
ଶିଖ୍ ସଂପ୍ରଦାୟର କେଉଁ ମନ୍ଦିର ଗୁରୁତ୍ବପୂର୍ଣ୍ଣ ?
|
ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ । ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ ''କାଳାତୀତ ଭାବଙ୍କ ସିଂହାସନ''। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ।
|
ସ୍ୱର୍ଣ୍ଣମନ୍ଦିର
|
ai4bharatIndicQA
|
ସୁଗ୍ରୀବଙ୍କୁ ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ କିଏ ପରାମର୍ଶ ଦେଲେ?
|
ଶ୍ରୀରାମଙ୍କଦ୍ୱାରା ବାଳୀବଧରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ ।
|
ରାମ ଓ ଲକ୍ଷ୍ମଣ
|
ai4bharatIndicQA
|
କେତେ ବୁଦ୍ଧ ଗୁମ୍ଫା ଉଲ୍ଲେଖନୀୟ?
|
ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଗୁମ୍ଫା କ୍ରମାଙ୍କ ୧୦ ଉଲ୍ଲେଖଯୋଗ୍ୟ । ଏହା ଏକ ଚୈତ୍ୟ ଗୃହ ଓ ଏହାର ନାମ “ବିଶ୍ୱକର୍ମା ଗୁମ୍ଫା” । ଯେ ସବୁ କିଛି କର୍ମ ସମ୍ପାଦନ କରିପାରନ୍ତି, ସେ ବିଶ୍ୱକର୍ମା ଶବ୍ଦଟି ଦିବ୍ୟ ସ୍ଥପତିଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଖ୍ରୀ. ୬୫୦ ବେଳକୁ ଏହି ଗୁମ୍ଫାଟି ନିର୍ମିତ ହୋଇଥିଲା । ଏହି ଗୁମ୍ଫାକୁ “ବଢ଼େଈ ଗୁମ୍ଫା” ମଧ୍ୟ କୁହାଯାଏ । ଏହି ଗୁମ୍ଫାର ବାହ୍ୟ ଗଠନ କାଷ୍ଠ୍ୟ ଅଭ୍ୟନ୍ତରର ଭ୍ରମ ସୃଷ୍ଟି କରୁଥିବାରୁ ଏପରି ନାମ ରଖାଯାଇଛି ।
|
କ୍ରମାଙ୍କ ୧୦
|
ai4bharatIndicQA
|
କେଉଁଠାରେ ଠାକୁରଙ୍କ ପିନ୍ଧିବା ପାଇଁ ବିଭିନ୍ନ ଅଳଙ୍କାର ଗଚ୍ଛିତ ରଖିବା ପାଇଁ ଏକ ରତ୍ନ ଭଣ୍ଡାର ନିର୍ମାଣ କରାଯାଇଥିଲା ?
|
ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ ।
|
ଜଗନ୍ନାଥ ମନ୍ଦିର
|
ai4bharatIndicQA
|
ଶ୍ରୀମନ୍ଦିରର କେଉଁ ପାର୍ଶ୍ୱରେ ବାଲିସାହି?
|
ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ବାଲିସାହି। ଏହି ସାହିର ଦାଣ୍ଡରେ ପ୍ରତି ଅମାବାସ୍ୟାରେ ଅମାବାସ୍ୟା ନାରାୟଣ ସାଗର ବିଜେ କରନ୍ତି। ମହାପ୍ରଭୁ ବଡ଼ଦାଣ୍ଡରେ ଗୁଣ୍ଡିଚା ଯାତ୍ରା କରୁଥିବାରୁ ତାହା ଯାତ୍ରା ଦାଣ୍ଡ ଏବଂ ବାଲିସାହି ଦାଣ୍ଡରେ ଉଆଁସ ଦାଣ୍ଡ ନାମରେ ଅଭିହିତ କରିଥାନ୍ତି। ଏହି ଦାଣ୍ଡ ବଡ଼ଦେଉଳଠାରୁ ଅଳ୍ପ ଦୂରରେ ଗଲେ ଭୃଗୁ ଆଶ୍ରମ ପଡ଼େ। ଏହି ଆଶ୍ରମ ଶ୍ୱେତଗଙ୍ଗା ସାମ୍ନାରେ ଅବସ୍ଥିତ। ଏହି ଆଶ୍ରମର ନାଁ ଭୃଗୁ ଆଶ୍ରମ ହେଲେ ଏଠାରେ ଉଗ୍ରସେନ ମହାରାଜ ପୂଜା ପାଉଛନ୍ତି। ସ୍ଥାନୀୟ ଲୋକମୁଖରୁ ଏହାକୁ ଉଗ୍ରସେନ ମୁଣ୍ଡି କୁହାଯିବାର ଶୁଣାଯାଏ। ଅନ୍ତକାଳରେ ପ୍ରାଣବାୟୁ ନଯାଇ କଷ୍ଟ ପାଉଥିବା ଲୋକମାନଙ୍କ ପାଇଁ ନିକଟସ୍ଥ ମୁକ୍ତିଶିଳା ପାଖରେ ହୋମକରି ଉଗ୍ରସେନଙ୍କୁ ପଣା ଭୋଗ ଦେଇ ପ୍ରାଣ ଛାଡୁ ନ ଥିବା ଲୋକଙ୍କୁ ପିଆଇ ଦିଆଯାଏ।
|
ଲୋକ
|
ai4bharatIndicQA
|
କାହାଙ୍କ ସର୍ବପ୍ରଥମ ଚଳଚ୍ଚିତ୍ର ହେଉଛି ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ମୃଣାଳ ସେନ୍ଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଭୁବନ ଶୋମ୍ ?
|
ଅମିତାଭ ବଚ୍ଚନଙ୍କ ସର୍ବପ୍ରଥମ ଚଳଚ୍ଚିତ୍ର ହେଉଛି ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ମୃଣାଳ ସେନ୍ଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଭୁବନ ଶୋମ୍ । ଏଥିରେ ଅମିତାଭ କାହାଣୀ ବର୍ଣ୍ଣନା କରିବା ପାଇଁ କଣ୍ଠଦାନ (Voice Narration) କରିଥିଲେ । ୧୯୬୯ ମସିହା ନଭେମ୍ବର ୭ ତାରିଖରେ ମୁକ୍ତିଲାଭ କରିଥିବା ଖ୍ୱାଜା ଅହମ୍ମଦ୍ ଅବ୍ୱାସ୍ଙ୍କଦ୍ୱାରା ନିର୍ଦ୍ଦେଶିତ ଏବଂ ଉତ୍ପଳ ଦତ୍ତ, ଅନ୍ୱର୍ ଅଲୀ (ହାସ୍ୟଅଭିନେତା ମେହ୍ମୁଦ୍ ଅଲୀଙ୍କ ଭାଇ), ମଧୁ, ତଥା ଜଲାଲ୍ ଆଘାଙ୍କ ଅଭିନୀତ ଚଳଚ୍ଚିତ୍ର ସାତ୍ ହିନ୍ଦୁସ୍ତାନୀ ହେଉଛି ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଥିବା ସାତ ଜଣ ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଜଣଙ୍କ ଚରିତ୍ରରେ ଅମିତାଭ ଅଭିନୟ କରିଥିଲେ । ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଆନନ୍ଦ ଚଳଚ୍ଚିତ୍ରରେ ବଚ୍ଚନ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ । ଏଥିରେ ଜଣେ ଡାକ୍ତର ଚରିତ୍ରରେ ଅଭିନୟ କରି ସେ ସର୍ବଶ୍ରେଷ୍ଠ ସହ ଅଭିନେତା ଭାବେ ତାଙ୍କର ପ୍ରଥମ ଫିଲ୍ମ୍ଫେୟାର୍ ପୁରସ୍କାର ଜିତିଥିଲେ । ଏହାପରେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ପର୍ୱାନା ଚଳଚ୍ଚିତ୍ରରେ ହତ୍ୟାକାରୀ ସାଜିଥିବା ଜଣେ ହତାଶ ପ୍ରେମିକ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ବିରୋଧୀ ଭାବରେ ଅବତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ରେଶମ୍ ଔର୍ ଶେରା (୧୯୭୧) ଭଳି ଅନେକ ଚଳଚ୍ଚିତ୍ରରେ ଅଭିନ୍ୟ କରିଥିଲେ । ଏହି ସମୟରେ ସେ ତାଙ୍କ ଭବିଷ୍ୟତ ପତ୍ନୀ ଜୟା ଭାଦୁରି ଙ୍କଦ୍ୱାରା ଅଭିନୀତ ଚଲଚିତ୍ର ଗୁଡ୍ଡିରେ ଅତିଥି କଳାକାର ଭାବେ କାମ କରିଥିଲେ । ବାୱର୍ଚି ଚଳଚ୍ଚିତ୍ରର କାହାଣୀର କିଛି ଅଂଶ ବଚ୍ଚନଙ୍କଦ୍ୱାରା ଲେଖାଯାଇଥିଲା । ୧୯୭୨ ମସିହାରେ ସେ ଏସ୍. ରାମନାଥନ୍ଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ବମ୍ବେ ଟୁ ଗୋଆରେ ଜଣେ ହାସ୍ୟକଳାକାର ଭାବେ ଅଭିନୟ କରିଥିଲେ ।
|
ଅମିତାଭ ବଚ୍ଚନ
|
ai4bharatIndicQA
|
ଅମିତାଭ ବଚ୍ଚନ କେତେ ମସିହାରେ ଜନ୍ମଗ୍ରହଣ କରିଥିଲେ ?
|
ଅମିତାଭ ବଚ୍ଚନ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ଥିବା ଆଲ୍ହାବାଦଠାରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ଭାରତ ବ୍ରିଟିଶ୍ ଶାସନାଧୀନ ଥିଲା । ତାଙ୍କ ପୂର୍ବପୂରୁଷମାନେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଥିବା ରାଣୀଗଞ୍ଜ ତାଲୁକାର ବାବୁପତି ଗ୍ରାମରେ ବସବାସ କରୁଥିଲେ । ତାଙ୍କ ପିତା ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ) ଜଣେ ଜଣାଶୁଣା ହିନ୍ଦୀ କବି ଓ ମାତା ତେଜୀ ବଚ୍ଚନ ପଞ୍ଜାବଠାରେ ଥିବା ଲିଆଲ୍ପୁର (ବର୍ତ୍ତମାନର ଫୈସଲାବାଦ)ର ଜଣେ ପଞ୍ଜାବୀ ଶିଖ୍ ଥିଲେ । ଅମିତାଭ ତାଙ୍କ ମାତାପିତାଙ୍କର ପ୍ରଥମ ସନ୍ତାନ । ତାଙ୍କ ସାନ ଭାଇଙ୍କ ନାମ ଅଜିତାଭ ବଚ୍ଚନ । ଭାରତୀୟ ସ୍ୱାଧିନତା ସଂଗ୍ରାମ ସମୟରେ ବହୁଳ ଭାବରେ ବ୍ୟବହୃତ ହୋଇଥିବା ସ୍ଲୋଗାନ୍ ଇନ୍କିଲାବ୍ ଜିନ୍ଦାବାଦ୍ଦ୍ୱାରା ପ୍ରେରିତ ହୋଇ ଅମିତାଭଙ୍କ ମାତାପିତା ତାଙ୍କ ନାମ ଇନ୍କିଲାବ୍ ରଖିଥିଲେ । ଇନ୍କିଲାବ୍ର ଅର୍ଥ ବିପ୍ଳବ ବଞ୍ଚିରହୁ । କିନ୍ତୁ ପରବର୍ତ୍ତୀ ସମୟରେ ହରିବଂଶ ରାୟ ତାଙ୍କର ଜଣେ ସାଥି କବି ସୁମିତ୍ରାନନ୍ଦନ ପନ୍ତଙ୍କ ପରାମର୍ଶକ୍ରମେ ଅମିତାଭଙ୍କ ନାମ ଇନ୍କଲାବ୍ରୁ ବଦଳାଇ ଅମିତାଭ ରଖିଥିଲେ ।
|
୧୯୪୨ ମସିହା
|
ai4bharatIndicQA
|
ହୁମାୟୁନ କାନ୍ଦାହାର ଏବଂ କାବୁଲକୁ ପରାସ୍ତ କରି କେଉଁ ମସିହାରେ ଆକବରଙ୍କୁ ଉଦ୍ଧାର କରିଥିଲେ ?
|
ଶେର ଶାହ ସୁରୀଙ୍କଦ୍ୱାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ । ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କ ଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାର ଓ କାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ । ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶି ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ । ୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କର ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭ୍ଷିକ୍ତ ହେଲେ ।
|
୧୫୪୫
|
ai4bharatIndicQA
|
ସେ କେଉଁ ମସିହାରେ ଜୟା ଭଦୁରୀଙ୍କୁ ବିବାହ କରିଥିଲେ ?
|
ନିର୍ଦ୍ଦେଶକ ପ୍ରକାଶ ମେହରା ତାଙ୍କ ଜଞ୍ଜିର୍ (୧୯୭୩) ଚଳଚ୍ଚିତ୍ରର ମୁଖ୍ୟନାୟକର ଚରିତ୍ରରେ ଅଭିନୟ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ଇନ୍ସ୍ପେକ୍ଟର୍ ବିଜୟ ଖନ୍ନା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ଚଳଚ୍ଚିତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିପରୀତ ଥିଲା । ଏଥିରେ ଅଭିନୟ ପରେ ଅମିତାଭ ଏକ ନୂତନ ବ୍ୟକ୍ତିତ୍ୱ — ବଲିଉଡ୍ର ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଭାବେ ପରିଚିତି ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟ ଫିଲ୍ମ୍ଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନୟ ଭାବେ ମନୋନୀତ ହୋଇଥିଲା । ସେ ସମୟରେ ଏହି ଚଳଚ୍ଚିତ୍ରଟି ଖୁବ୍ ସଫଳତା ଲାଭ କରିଥିଲା ଏବଂ ସେ ବର୍ଷ ଏହାର ଆୟ ସର୍ବାଧିକ (₹୬୦ ନିୟୁତ) ଥିଲା । ଏହି ଚଳଚ୍ଚିତ୍ର ପରେ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଷ୍ଟାର୍ ହୋଇଯାଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବଚ୍ଚନ ବଲିଉଡ୍ର ଜଣେ ଆଗଧାଡ଼ିର କଳାକାର ହୋଇ ରହିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସେ ତାଙ୍କର ପ୍ରଥମ ଫିଲ୍ମ୍ଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୭୩ ମସିହାରେ ସେ ଜୟା ଭାଦୁରିଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଓ ଜୟା ଏକାଠି ଅଭିନୟ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ମୁକ୍ତିଲାଭ କରିଥିବା ଅଭିମାନ୍ ଚଳଚ୍ଚିତ୍ରରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ ।
|
୧୯୭୩
|
ai4bharatIndicQA
|
କୋଲକାତାର ଜଣେ ବୈଜ୍ଞାନିକଙ୍କ ନାମ ଲେଖ ।
|
ଏହାର ପୂର୍ବରୁ ଆମ ଦେଶରେ ପ୍ରାରମ୍ଭିକ ସ୍ତରରେ ମହାକାଶ ଗବେଷଣାର ମୂଳଦୁଆ ୧୯୨୦ରୁ ଘଟିଥିଲା ବୋଲି କୁହାଯାଇପାରେ । ସେହିସମୟରେ କଲିକତାଠାରେ ବୈଜ୍ଞାନିକ ଏସ. କେ. ମିତ୍ର ରେଡିଓ ସଙ୍କେତ ଜରିଆରେ ବାୟୁମଣ୍ଡଳର ଆୟୋନୋସ୍ଫିୟର ଉପରେ ଅଧ୍ୟୟନ କରୁଥିଲେ । ତତ୍ପରେ ଅନ୍ୟ ଭାରତୀୟ ବୈଜ୍ଞାନିକ ଯେପରିକି ସି.ଭି. ରମଣ, ମେଘନାଦ ଶାହା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଅନେକ ବୈଜ୍ଞାନିକ ତତ୍ତ୍ୱର ଅବଲୋକନ କରିଥିଲେ । ତେବେ ଏହିପରି ସ୍ୱତନ୍ତ୍ର ରୂପେ କାର୍ଯକରୁଥିବା ବୈଜ୍ଞାନିକମାନଙ୍କୁ ଏକତ୍ରିତ କରିବା ତଥା ବିଧିବଦ୍ଧ ଭାବେ ସୁସଙ୍ଗଠିତ କରେଇବାରେ ଦୁଇ ଜଣ ବୈଜ୍ଞାନିକ ବିକ୍ରମ ସରାଭାଇ ଓ ଜାହାଙ୍ଗୀର ହୋମିଭାବାଙ୍କ ପ୍ରମୁଖ ଭୁମିକା ରହିଛି । ୧୯୪୫ ମସିହା ପରଠାରୁ ଡାଃ. ସାରାଭାଇଙ୍କଦ୍ୱାରା ଅହମଦାବାଦଠାରେ ଭୌତିକ ଗବେଷଣାଗାର ଏବଂ ମୁମ୍ବାଇଠାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସ୍ଥାପନା କରାଗଲା । ପ୍ରାଥମିକ ଅବସ୍ଥାରେ ମହାକାଶ ଗବେଷଣା କାର୍ଯକ୍ରମ ମହାଜାଗତିକ ରଶ୍ମିର ଅଧ୍ୟୟନ, ଉପର ବାୟୁମଣ୍ଡଳରେ ବିବିଧ ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା ଏବଂ କୋଲାରସ୍ଥିତ ଗଭୀର ଖଣି ଗୁଡିକର ଅଭ୍ୟନ୍ତର ପରିକ୍ଷା ଇତ୍ୟାଦି । ୧୯୫୦ରେ ଭାଭାଙ୍କ ନେତୃତ୍ୱରେ ପରମାଣୁଶକ୍ତି ବିଭାଗ ସ୍ଥାପିତହେଲା । ଏହା ପରମାଣୁ ଗବେଷଣାସହ ମହାକାଶ ଗବେଷଣାର ଦାୟିତ୍ୱ ମଧ୍ୟ ବହନ କଲା । ସେସମୟରେ ଜଳବାୟୁର ବିଭିନ୍ନ ଦିଗ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆଦି ଉପରେ ଅନେକ ଅଧ୍ୟୟନ କରାଗଲା ।
|
ବୈଜ୍ଞାନିକ ଏସ. କେ. ମିତ୍ର
|
ai4bharatIndicQA
|
କେଉଁ ନଦୀରେ ଇଲିସୀ ମାଛର ସଂଖ୍ୟା ଅଧିକ ?
|
ସିନ୍ଧୁ ଅବବାହିକାର ମତ୍ସ୍ୟ ସମ୍ପଦରେ ୧୮୦ଟି ପ୍ରଜାତିର ବିବିଧ ମଧୁରଜଳ ମାଛ ଦେଖାଯାନ୍ତି ଓ ତାହା ମଧ୍ୟରୁ ୨୨ଟି ପ୍ରଜାତି ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ । ମାଛ ଧରିବା ବା ଖାଇବା ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାକାର ସଂସ୍କୃତିର ଏକ ଅଂଶ ରହିଆସିଛି । ସିନ୍ଧୁ ସଭ୍ୟତାର ଲିପିରେ ମାଛର ଚିତ୍ର ବାରମ୍ବାର ଦେଖିବାକୁ ମିଳେ । ଏହି ଚିତ୍ର ମାଛ ନଚେତ୍ କୌଣସି ତାରକା ବା ଭଗବାନଙ୍କ ସଙ୍କେତ ଭାବେ ବ୍ୟବହୃତ ହୋଇଥାଇପାରେ । ସିନ୍ଧୁ ନଦୀର ଉପର ମୁଣ୍ଡରେ କମ୍ ପ୍ରଜାତିର ମାଛ, ଯଥା : ସ୍ନୋଟ୍ରାଉଟ୍, ମାଗୁର ଇତ୍ୟାଦି ଦେଖାଯାନ୍ତି । ସେଠାରୁ ତଳକୁ ଆସିଲେ ସିୁନେଲି ମହାଶିର ମାଛ ପରି ପ୍ରଜାତିର ମାଛ ମିଳିଥାନ୍ତି । ଥାକୋଟ, ତର୍ବେଲା, କାବୁଲ-ସିନ୍ଧୁ ସଙ୍ଗମ ପ୍ରଭୃତି ସ୍ଥାନରେ ମାଛ ପ୍ରଜାତିରେ ବିବିଧତା ବହୁମାତ୍ରାରେ ବଢ଼ିଯାଏ । ପଞ୍ଜାବର ସମତଳ ଭୂମିକୁ ପହଞ୍ଚିବା ବେଳକୁ ସିନ୍ଧୁ ନଦୀର ବେଗ ଖୁବ୍ ଧୀର ହୋଇଯାଇଥାଏ । ତେଣୁ ଏହି ଅଞ୍ଚଳରେ ଭାକୁର, ଖଇଙ୍ଗା, ତୁଡ୍ଡି (ଇଲ୍), ପରି ମାଛ ଦେଖିବାକୁ ମିଳନ୍ତି । ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ । ସମଭୂମିର ନିମ୍ନାଂଶରେ ଇଲିଶୀ, ରୋହୀ, ଭାକୁର ପରି ମାଛ ମିଳନ୍ତି । ତ୍ରିକୋଣଭୂମି ନିକଟରେ ମଧୁରପାଣି ମାଛ ସହ ଲୁଣିପାଣି ମାଛ, ଚିଙ୍ଗୁଡ଼ି, ପମ୍ଫ୍ରେଟ୍ ପରି ମାଛ ଆଦି ରୁହନ୍ତି । ଇଲିଶୀ ମାଛ ନଦୀ କୂଳର ବାସିନ୍ଦାଙ୍କ ପାଇଁ ଏକ ମନପସନ୍ଦ ମାଛ ।
|
ସିନ୍ଧୁ
|
ai4bharatIndicQA
|
ଭାରତୀୟ ଅପରାଧ ସଂହିତା କେଉଁ ଅପରାଧ କରିବାରୁ ଦଣ୍ଡ ପ୍ରଦାନ କରିଥାଏ ?
|
ଦ୍ୱିତୀୟ ଅବସ୍ଥା ହେଲା ଅପରାଧ କରିବା ପାଇଁ ପ୍ରସ୍ତୁତି ବା ଯୋଗାଡ଼ଯନ୍ତ୍ର କରିବା । ଏ ଅବସ୍ଥା ମଧ ସର୍ବଦା ଦଣ୍ଡନୀୟ ନୁହେଁ, କେବଳ ଡକାୟତି ଓ ରାଷ୍ଟ୍ରଦ୍ରୋହ ଅପରାଧ ପାଇଁ ଏହି ଅବସ୍ଥା ଦଣ୍ଡନୀୟ (ଦଫା-୩୯୯, ୧୨୨ ଓ ୧୨୬) । ତୃତୀୟ ଅବସ୍ଥା ହେଲା ଅପରାଧ କରିବାର ଚେଷ୍ଟା ବା ଉଦ୍ୟମ । ଅପରାଧର ଏହି ଅବସ୍ଥା ଦଣ୍ଡନୀୟ । ଭାରତୀୟ ଦଣ୍ଡବିଧି ଆଇନରେ କେତେକ ଅପରାଧର ଉଦ୍ୟମ ପାଇଁ ମଧ୍ୟ ଦଣ୍ଡବିଧାନର ପ୍ରାବଧାନ କରାଯାଇଛି । ଯଥା ନରହତ୍ୟା ପାଇଁ ଚେଷ୍ଟା କରିବା, ରାହାଜାନୀ କରିବାର ଚେଷ୍ଟା, ଅନ୍ୟାନ୍ୟ ଅପରାଧ କରିବାର ଚେଷ୍ଟା ବା ଉଦ୍ୟମ ଇତ୍ୟାଦି । ମାତ୍ର ଏପରି ଅବସ୍ଥା ନ ଥିବା କ୍ଷେତ୍ରରେ ସାଧାରଣତଃ ମୂଳ ଦଫା ସହିତ ୫୧୧ ଦଫା ଲଗାଯାଇ ଏହି ଅବସ୍ଥା ଦର୍ଶାଯାଇଥାଏ । ଚତୁର୍ଥ ଅବସ୍ଥା ହେଲା ପ୍ରକୃତ ଅପରାଧର ସଂଘନ, ଯାହା ପାଇଁ କୌଣସି ଟିପ୍ପଣୀର ଆବଶ୍ୟକତା ନାହିଁ ।
|
କେବଳ ଡକାୟତି ଓ ରାଷ୍ଟ୍ରଦ୍ରୋହ ଅପରାଧ
|
ai4bharatIndicQA
|
ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀର ଗଭୀରତା କେତେ ?
|
ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ (କୈଳାସ ପର୍ବତର ଗାଂଗ୍ ରିମ୍ପୋଶେ) ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍ଗିଟ୍ ସହିତ ମିଳିତ ହୋଇଛି । ଶ୍ୟୋକ୍, ଶିଗର୍ ଓ ଗିଲିଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ । ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି ।
|
୪୨୦୦-୫୨୦୦ମିଟର୍
|
ai4bharatIndicQA
|
ଚର୍ମ ରୋଗର ଚିକିତ୍ସା ପାଇଁ ହିମାଳୟର କେଉଁ ଉଦ୍ଭିଦ ବ୍ୟବହୃତ ହୁଏ ?
|
ହିମାଳୟରେ ଅନେକ ଔଷଧୀୟ ବୃକ୍ଷଲତା ଓ ଜଡ଼ିବୁଟି ରହିଛି । ସାମାନ୍ୟ ଥଣ୍ଡା କାଶରୁ ନେଇ ସାପ କାମୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଧିର ଉପଚାର ପାଇଁ ହିମାଳୟର ଔଷଧି ବୃକ୍ଷ ବ୍ୟବହୃତ ହୋଇ ଆସିଛି । ଏହି ସବୁ ଔଷଧୀୟ ଗଛର ମୂଳ, ଫୁଲ, ଡାଙ୍ଗ, ପତ୍ର, ବକ୍କଳ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଏ । ଏବିସ୍ ପିଣ୍ଡ୍ରୋ (abies pindrow) ନାମକ ଗଛର ବକ୍କଳରୁ କାଶ ଓ ଶ୍ୱାସନଳୀ ପ୍ରଦାହ (ବ୍ରୋଂକାଇଟିସ୍) ପରି ରୋଗର ଔଷଧ ତିଆରି ହୁଏ । ଆରାକ୍ନେ କୋର୍ଡିଓଫୋଲିଆ (arachne cordifolia) ଗଛର ପତ୍ର ଓ ନାଡ଼କୁ ବାଟି ପ୍ରସ୍ତୁତ କରାଯାଇଥିବା ରସକୁ ଘା’ରେ ପ୍ରୟୋଗ କରିବା ପାଇଁ ଓ ସାପ କାମୁଡ଼ାର ଉପଚାର ପାଇଁ ବ୍ୟବହାର କରାଯାଏ । କେଲିକେର୍ପା ଆର୍ବୋରିଆ (callicarpa arborea) ଗଛର ବକ୍କଳ ଚର୍ମ ରୋଗର ଉପଚାର ପାଇଁ ଉପଯୋଗୀ । ହିମାଳୟରେ ଦେଖାଯାଉଥିବା ଜିମ୍ନୋସ୍ପର୍ମ୍, ଏଞ୍ଜିଓସ୍ପର୍ମ୍ ଓ ଟେରିଡୋଫାଇଟ୍ ପ୍ରଜାତିର ଏକ-ପଞ୍ଚମାଂଶ (୨୦%) ଗଛରେ ଔଷଧୀୟ ଗୁଣ ରହିଛି ଓ ଆହୁରି ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷଲତା ଆବିଷ୍କାର ହୋଇପାରେ ବୋଲି ଆଶା କରାଯାଉଛି । ଏସିଆ ଓ ଆଫ୍ରିକାର ଜନସଂଖ୍ୟାର ଏକ ବଡ଼ ଭାଗ ଆଧୁନିକ ଔଷଧ ଅପେକ୍ଷା ପ୍ରାକୃତିକ ଜଡ଼ିବୁଟି ଔଷଧକୁ ଅଧିକ ମାନନ୍ତି । ହିମାଳୟର ବହୁ ଲୋକ ଏହି ଔଷଧୀ ବୃକ୍ଷ ଉପରେ ନିର୍ଭର କରୁଥିବାରୁ କିଛି ଲୋକଙ୍କ ପାଇଁ ଏହା ଆମଦାନୀର ଏକ ମାଧ୍ୟମ ହୋଇଥାଏ ।
|
କେଲିକେର୍ପା ଆର୍ବୋରିଆ (
|
ai4bharatIndicQA
|
ରାଜା ଜନକ କ’ଣ ସଂଗଠିତ କଲେ?
|
ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ ।
|
ସ୍ୱୟଂବର
|
ai4bharatIndicQA
|
ଫୃଟିର ଭାଇର ନାମ କ'ଣ ଥିଲା?
|
ଯେତେବେଳେ ଫୃଟିର ମାଆ ମୃତ୍ୟୁବରଣ କଲା, ସେତେବେଳେ ଫୃଟି ବହୁତ ସାନ ଥିଲା । ମୃତ୍ୟୁ ପୂର୍ବରୁ ଫୃଟି ମାଆ ତା'ର ସ୍ୱାମୀ ରୋହିତକୁ ଝିଅ ଫୃଟି ଏବଂ ପୁଅ ଆପିର ଦେଖାଶୁଣା କରିବା ପାଇଁ ଏବଂ ମାଆର ଖାଲି ସ୍ଥାନ ପୂରଣ କରିବା ପାଇଁ ଆଉ ଥରେ ବିବାହ କରିବାକୁ କହିଥିଲା । ତେଣୁ ତା'ର ମୃତ୍ୟୁ ପରେ ରୋହିତ ତା'ର ପ୍ରେମୀ ରୁବୀ ସହ ବିବାହ କରିବାକୁ ସ୍ଥିର କଲା । ଏହିଦିନମାନଙ୍କରେ ଜୋସଲ୍କର ନାମକ ଜଣେ ବୈଜ୍ଞାନିକ ଏବଂ ତା'ର ଚେଲା ବଣ୍ଟି ପରୀ କିମ୍ବା ଜିନ୍ଙ୍କ ପରି ପରଗ୍ରହୀଙ୍କୁ ଧରିବା ଉପରେ ଗବେଷଣା କରୁଥିଲେ । ସେମାନେ ଗୋଟିଏ କପୋତକୁ ଧରିଥିଲେ ଯିଏକି ପ୍ରକୃତରେ ଗୋଟିଏ ପରୀ ଥିଲା କିନ୍ତୁ ସେହି କପୋତଟିକୁ ଫୃଟି ମୁକ୍ତ କରିଦେଇଥିଲା । ଏହା ପରେ ସୋନପରୀ ଏବଂ ତା'ର ସାଥୀ ଜିନ୍ ଆଲ୍ତୁ ସହ ଫୃଟିର ବନ୍ଧୁତା ସ୍ଥାପନ ହୋଇଯାଏ । ସୋନପରୀ ଏବଂ ଆଲ୍ତୁ ଫୃଟିକୁ ଗୋଟିଏ ମୋତି ଦେଲେ, ଯାହକୁ ହାତରେ ଘସିବାଦ୍ୱାରା ସେମାନେ ଦୁଇଜଣ ଫୃଟି ପଖରେ ଆସି ପହଞ୍ଚିଯାଉଥିଲେ । ସୋନପରୀ ଫୃଟିକୁ ଏକ ମାଆ ଭଳି ସ୍ନେହ ଦେଉଥିଲା । ଆଲ୍ତୁ ଏବଂ ସୋନପରୀ ସହ ଫୃଟିର ବନ୍ଧୁତା ବଢ଼ିବାରେ ଲାଗିଲା ଏବଂ ସେମାନେ ସବୁବେଳେ ଫୃଟିକୁ ଦେଖାକରିବାକୁ ପୃଥିବୀଲୋକକୁ ଆସିଲେ । ସବୁବେଳେ ସେମାନେ ଫୃଟିକୁ ସାହାଯ୍ୟ କଲେ । ରୁବୀ ଏବଂ ତା'ର ପରିବାର ବିଷୟରେ ସବୁକିଛି ଜାଣିବାକୁ ସେମାନେ ଫୃଟିକୁ ସାହାଯ୍ୟ କଲେ ।
|
ଆପି
|
ai4bharatIndicQA
|
ଇଣ୍ଡୋନେସିଆ ର ହିନ୍ଦୁ ମନ୍ଦିର ର ନାମ କଣ ?
|
ଇନ୍ଦୋନେସିଆର ହିନ୍ଦୁ ବା ବୁଦ୍ଧ ମନ୍ଦିରକୁ ଚାଣ୍ଡି କୁହାଯାଏ । ଏଥିରେ ସିଂହାସନ, ତା’ ଉପରେ ମୁଖ୍ୟ ମନ୍ଦିର ଓ ପ୍ରବେଶ ଦ୍ୱାର ରହିଥାଏ । ଏଗୁଡ଼ିକ ୭ମ ଶତାବ୍ଦୀରୁ ୧୫ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା । ବାଲିର ହିନ୍ଦୁମନ୍ଦିର ନିର୍ମାଣ ଶୈଳୀରେ ଏକ ପୁର ମଧ୍ୟରେ ଚାଣ୍ଡି ସ୍ଥାନ ପାଉଥିଲା । କେତେକ ପ୍ରମୁଖ ଇନ୍ଦୋନେସୀୟ ମନ୍ଦିର ମଧ୍ୟରେ ୯ମ ଶତାବ୍ଦୀରେ ମଧ୍ୟଜାଭାରେ ନିର୍ମିତ ପ୍ରମ୍ବାନନ ମନ୍ଦିର ଅନ୍ୟତମ । ଇନ୍ଦୋନେସିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ତ୍ରିମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ନିର୍ମିତ ଓ ଏଥିରେ ଥିବା ଶିବଙ୍କ ମନ୍ଦିରର ଉଚ୍ଚତା ୪୭ ମିଟର୍ । ଚାଣ୍ଡି ଶବ୍ଦ ଦୁର୍ଗାଙ୍କ ରୂପ “ଚଣ୍ଡିକା”ରୁ ଉଦ୍ଧୃତ ବୋଲି ବିଶ୍ୱାସ କରାଯାଏ । ଚାଣ୍ଡି ଓ ଚଣ୍ଡିକା ଶବ୍ଦର ସାମଞ୍ଜସ୍ୟ ଯୋଗୁଁ ଚାଣ୍ଡି ଶେଷକୃତ୍ୟ ବା ତାହା ସମ୍ବନ୍ଧୀୟ କର୍ମପାଇଁ ବ୍ୟବହୃତ ଓ ଏହାର ସମ୍ପର୍କ ମୃତ୍ୟୁ ପରବର୍ତ୍ତୀ ଜୀବନ ସହିତ ହୋଇଥାଇପାରେ ବୋଲି କେତେଜଣ ଗବେଷକ ଅନୁମାନ କରିଛନ୍ତି ।
|
ଚାଣ୍ଡି କୁହାଯାଏ
|
ai4bharatIndicQA
|
ସୁଭାଷଙ୍କ ମାତାଙ୍କ ନାମ କ’ଣ ?
|
ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କର ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀଙ୍କର ସୁଭାଷଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି ପଶ୍ଚିମବଙ୍ଗର ଚବିଶ ପ୍ରାଗଣା ଜିଲ୍ଲାରେ । ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ । ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ ।
|
ପ୍ରଭାବତୀ ଦେବୀ
|
ai4bharatIndicQA
|
କିଏ ରାବଣଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ପୃଥିବୀରେ ମାନବ ରୂପ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ ?
|
ରାମ ଜନ୍ମପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ ।
|
ବିଷ୍ଣୁ
|
ai4bharatIndicQA
|
ତାଙ୍କର ସେବା ପାଇଁ ସେ କେଉଁଠାକୁ ନିର୍ବାଚିତ ହୋଇଥିଲେ ?
|
ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ । . ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘Grandmother's Tale’ । ସେ ପ୍ରତିଦିନ ସଂଧ୍ୟାରେ 'The Hindu'ର ପ୍ରକାଶକ ନେ. ରାମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ ଏନ୍. ରାମଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ରେ ରଖାଯାଇଥିଲା ।
|
ରାଜ୍ୟସଭାକୁ
|
ai4bharatIndicQA
|
ହିନ୍ଦୁ ଧର୍ମର ମୂଳମନ୍ତ୍ର କ’ଣ ?
|
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବେସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ ।
|
ସତ୍ୟ, ଅହିଂସା, ଦୟା, କ୍ଷମା
|
ai4bharatIndicQA
|
ଗର୍ଭଧାରଣର ଦ୍ୱିତୀୟାର୍ଦ୍ଧରେ କେଉଁ ପ୍ରଥମ ଲକ୍ଷଣ ଦେଖାଯାଏ ?
|
ସମୁଦାୟ ଗର୍ଭାବସ୍ଥାର ୮ରୁ ୧୦ % ମହିଳାଙ୍କର ଉଚ୍ଚ ରକ୍ତଚାପ ହୁଏ । ଅଧିକାଂଶ ମହିଳାଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଥାଏ, କିନ୍ତୁ ଏହା ଗର୍ଭାବସ୍ଥାର ଦ୍ୱିତୀୟାର୍ଦ୍ଧରେ ପ୍ରିଏକ୍ଲାମ୍ପସିଆ (Pre-eclampsia) ନାମକ ଏକ ସାଂଘାତିକ ରୋଗର ପ୍ରଥମ ଲକ୍ଷଣ ରୁପେ ଦେଖାଯାଏ । ଏହି ପ୍ରିଏକ୍ଲାମ୍ପସିଆ ରୋଗରେ ଉଚ୍ଚ ରକ୍ତଚାପ ସହ ପରିସ୍ରାରେ ପ୍ରୋଟିନ ପଡେ । ଏହି ରୋଗ ସମୁଦାୟ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫ % ମହିଳାଙ୍କର ହୁଏ ଓ ସମୁଦାୟ ମାତୃମୃତ୍ୟୁର କାରଣ ରୁପେ ୧୬ % ମହିଳାଙ୍କର ହୁଏ । ପ୍ରିଏକ୍ଲାମ୍ପସିଆ ମାତୃ ମୃତ୍ୟୁ ସଙ୍କଟକୁ ଦ୍ୱିଗୁଣିତ କରେ । ପ୍ରିଏକ୍ଲାମ୍ପସିଆ ରୋଗର କୌଣସି ପୂର୍ବ ଲକ୍ଷଣ ନାହିଁ, ଏହା ନିୟମିତ ଗର୍ଭାବସ୍ଥା ପରୀକ୍ଷା ବେଳେ ଧରାପଡେ ।
|
ପ୍ରିଏକ୍ଲାମ୍ପସିଆ
|
ai4bharatIndicQA
|
ଏଗାର ବର୍ଷ ବୟସରେ ଗଦାଧର ଉପନୟନ ପରେ କେଉଁ ଦେବତାଙ୍କ ପୂଜାର ଭାର ଗ୍ରହଣ କଲେ ?
|
ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ କ୍ଷୁଦିରାମ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାର ଭାର ଗ୍ରହଣ କଲେ । ଫୁଲ ତୋଳି ମାଳ ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କର ଭଗବଦ୍ଭାବର ଆବେଶ ହେବାକୁ ଲାଗିଲା ।
|
ଗୃହଦେବତା ରଘୁବୀରଙ୍କ
|
ai4bharatIndicQA
|
ତାଙ୍କ କେଉଁଠାରେ ଆଘାତ ଲାଗିଥିଲା ?
|
୧୯୮୨ ମସିହା ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ପରିସରରେ କୁଲି ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ସହ କଳାକାର ପୁନିତ୍ ଇସାର୍ଙ୍କ ସହ ଏକ ଲଢ଼ିବା ଦୃଶ୍ୟର ସୁଟିଙ୍ଗ୍ ବେଳେ ବଚ୍ଚନ ଏକ ପ୍ରାଣଘାତକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ସେ ଆନ୍ତ୍ରିକ ଆଘାତ ପ୍ରାପ୍ତ ହୋଇଥିଲେ । ଗୋଟିଏ ଦୃଶ୍ୟରେ ତାଙ୍କୁ ଉପରୁ ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍ରୁ ତଳକୁ ଡେଇଁବାର ଥିଲା । କିନ୍ତୁ ଯେତେବେଳେ ସେ ଟେବୁଲ୍ ଉପରକୁ ଡେଇଁଲେ, ଟେବୁଲ୍ର ଗୋଟିଏ କୋଣ ତାଙ୍କ ତଳିପେଟରେ ବାଜିଯାଇଥିଲା । ଏହାଦ୍ୱାରା ତାଙ୍କ ପ୍ଲୀହା ଆଘାତପ୍ରାପ୍ତ (Splenic rupture) ହୋଇଥିଲା । ଫଳରେ ତାଙ୍କ ଶରୀରରୁ ବହୁତ ପରିମାଣର ରକ୍ତ ବହିଯାଇଥିଲା । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ପ୍ଲେନେକ୍ଟୋମି (Splenectomy : ପ୍ଲୀହା ପ୍ରତିରୋପଣ) କରାଯାଇଥିଲା । ଏହା ପରେ ସେ ଅନେକ ମାସ ପର୍ଯ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ରହିଥିଲେ ।
|
ପ୍ଲୀହା
|
ai4bharatIndicQA
|
ଗୁମ୍ଫା କ୍ରମାଙ୍କ ୧୪ କେଉଁ ନାମରେ ଜଣାଶୁଣା?
|
ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା ।
|
ରାବଣ ଗର୍ତ୍ତ
|
ai4bharatIndicQA
|
"ଶ୍ରୀଲଙ୍କା ଇଣ୍ଡିଆ ଟୁର୍" ରେ କେତେ ବଲ୍ ଅତିରିକ୍ତ କରି ଶ୍ରୀଲଙ୍କା ଜିତିଥିଲେ?
|
ସାଙ୍ଗାକାରା ୨୦୦୦ମସିହାରେ ଏକ ତ୍ରିରାଷ୍ଟ୍ରିୟ ସିରିଜରେ ପାକିସ୍ତାନ ବିରୁଦ୍ଧରେ ଦିନିକିଆ କ୍ରିକେଟରେ ପ୍ରବେଶ କରି ୩୫ରନ କରିଥିଲେ ଏବଂ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୮୫ରନ କରି ପ୍ରଥମ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେହି ସିରିଜରେ ସାଙ୍ଗା ୧୯୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ଏବଂ ଭବିଷ୍ୟତରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ସିରିଜରେ ତାଙ୍କର ସ୍ଥାନ ପକ୍କା କରିଥିଲେ । ୨୦୦୦ ମସିହା ଜୁଲାଇ ୨୦ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସାଙ୍ଗାକାରା ୨୨ବର୍ଷ ବୟସରେ ୱିକେଟ ରକ୍ଷକ ଭାବରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜରିଆରେ ଟେଷ୍ଟ କ୍ରିକେଟ ଦୁନିଆରେ ପ୍ରବେଶ କରିଥିଲେ । ଟେଷ୍ଟ କ୍ରିକେଟର ପ୍ରଥମ ମ୍ୟାଚରେ ସାଙ୍ଗା ମାତ୍ର ୨୫ କରିବାରେ ସକ୍ଷମ ହୋଇଥିଲେ, ହେଲେ ଶ୍ରୀଲଙ୍କା ସେହି ମ୍ୟାଚଟି ଜିତିଥିଲା । ସାଙ୍ଗା ପ୍ରଥମକରି ଶତକ ହାସଲ କରିବା ଆଗରୁ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିରୁଦ୍ଧ ମ୍ୟାଚରେ ୯୦ରନ କରି ଆଉଟ ହୋଇଯାଇଥିଲେ । ୨୦୦୧ ମସିହା ଅଗଷ୍ଟ ମାସରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିବାବେଳେ ପ୍ରଥମ ଟେଷ୍ଟରେ ସାଙ୍ଗା ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ । ସେହି ମ୍ୟାଚରେ ତାଙ୍କର ଅପରାଜିତ ୧୦୫ ବଳରେ ଶ୍ରୀଲଙ୍କା ୧୦ୱିକେଟରେ ମ୍ୟାଚଟି ଜିତିଥିଲା । ଦ୍ୱିତୀୟ ଏସିଆ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ସାଙ୍ଗା ପାକିସ୍ତାନ ବିରୁଦ୍ଧରେ ତାଙ୍କର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।
|
୧୦୫ ବଳ
|
ai4bharatIndicQA
|
୫ ବର୍ଷ ବୟସ ରେ କିଏ ଗଦାଧର କୁ ବିଦ୍ୟାଳୟ ରେ ନାମ ଲେଖାଇ ଥିଲେ ?
|
ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ କ୍ଷୁଦିରାମ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାର ଭାର ଗ୍ରହଣ କଲେ । ଫୁଲ ତୋଳି ମାଳ ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କର ଭଗବଦ୍ଭାବର ଆବେଶ ହେବାକୁ ଲାଗିଲା ।
|
କ୍ଷୁଦିରାମ
|
ai4bharatIndicQA
|
କେଉଁ ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ବଚ୍ଚନ ଏକ ପ୍ରାଣଘାତକ ଦୁର୍ଘଟଣାର ଶିକାର ହୋଇଥିଲେ?
|
୧୯୮୨ ମସିହା ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ପରିସରରେ କୁଲି ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ସହ କଳାକାର ପୁନିତ୍ ଇସାର୍ଙ୍କ ସହ ଏକ ଲଢ଼ିବା ଦୃଶ୍ୟର ସୁଟିଙ୍ଗ୍ ବେଳେ ବଚ୍ଚନ ଏକ ପ୍ରାଣଘାତକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ସେ ଆନ୍ତ୍ରିକ ଆଘାତ ପ୍ରାପ୍ତ ହୋଇଥିଲେ । ଗୋଟିଏ ଦୃଶ୍ୟରେ ତାଙ୍କୁ ଉପରୁ ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍ରୁ ତଳକୁ ଡେଇଁବାର ଥିଲା । କିନ୍ତୁ ଯେତେବେଳେ ସେ ଟେବୁଲ୍ ଉପରକୁ ଡେଇଁଲେ, ଟେବୁଲ୍ର ଗୋଟିଏ କୋଣ ତାଙ୍କ ତଳିପେଟରେ ବାଜିଯାଇଥିଲା । ଏହାଦ୍ୱାରା ତାଙ୍କ ପ୍ଲୀହା ଆଘାତପ୍ରାପ୍ତ (Splenic rupture) ହୋଇଥିଲା । ଫଳରେ ତାଙ୍କ ଶରୀରରୁ ବହୁତ ପରିମାଣର ରକ୍ତ ବହିଯାଇଥିଲା । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ପ୍ଲେନେକ୍ଟୋମି (Splenectomy : ପ୍ଲୀହା ପ୍ରତିରୋପଣ) କରାଯାଇଥିଲା । ଏହା ପରେ ସେ ଅନେକ ମାସ ପର୍ଯ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ରହିଥିଲେ ।
|
କୁଲି
|
ai4bharatIndicQA
|
ବ୍ରହ୍ମାଣ୍ଡ ସୃଷ୍ଟି ହେବା ପରେ ବ୍ରହ୍ମା କାହାକୁ ବ୍ରହ୍ମାଣ୍ଡର ଦାୟିତ୍ବ ଦେଇଥିଲେ ?
|
ମାନବ ସଭ୍ୟତାର ପ୍ରଥମ ଦେଶ ହୋଇଥିବାରୁ ଏହାକୁ ସନାତନ ରାଷ୍ଟ୍ର କୁହାଯାଏ । ଶ୍ରୀମଦ ଭାଗବତର ପଞ୍ଚମ ସ୍କନ୍ଧରେ ଏହାର ସ୍ଥାପନା ସମ୍ବନ୍ଧରେ ଉଲ୍ଲେଖ ରହିଛି। ଭାରତୀୟ ଦର୍ଶନ ଅନୁସାରେ ସୃଷ୍ଟି ରଚନା ପରେ ବ୍ରହ୍ମା ଜଗତର ଭାର ତାଙ୍କ ପୁତ୍ର ସ୍ୱୟଂଭୁବ ମନୁଙ୍କୁ ଅର୍ପଣ କଲେ। ତାଙ୍କର ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଓ ଉତ୍ତାନପାଦ। ପ୍ରିୟବ୍ରତଙ୍କର ଦଶପୁତ୍ର ଥିଲେ । ଏମାନଙ୍କ ଭିତରୁ ତିନିଜଣ ସଂସାର ପ୍ରତି ବୈରାଗ୍ୟ ଭାବ ରଖିଥିବାରୁ ବିଶ୍ୱକୁ ସାତ ଖଣ୍ଡରେ ବିଭାଜିତ କରି ପ୍ରିୟବ୍ରତ ପୁତ୍ରମାନଙ୍କୁ ଅର୍ପଣ କରିଥିଲେ। ଏମାନଙ୍କ ଭିତରୁ ଜମ୍ବୁଦ୍ୱୀପର ରାଜାଥିଲେ ଅଗ୍ନୀଧ୍ର, ଯିଏ ଜମ୍ବୁଦ୍ୱୀପର ଭିନ୍ନ ଭିନ୍ନ ନଅ ଭାଗର ଦାୟିତ୍ୱ ନିଜର ନଅ ପୁତ୍ରଙ୍କୁ ସମର୍ପି ଥିଲେ। ସେମାନଙ୍କ ଭିତରୁ ହିମବର୍ଷର ଶାସକ ଥିଲେ ନାଭି। ସେ ନିଜ ନାମ (ନାଭି ବା ଅଜନାଭ) ସହିତ ରାଜ୍ୟର ନାମକୁ ଯୋଡ଼ି ଅଜନାଭବର୍ଷ ନାମରେ ପ୍ରଚାର କଲେ।
|
ସ୍ୱୟଂଭୁବ ମନୁ
|
ai4bharatIndicQA
|
ଓଡ଼ିଶାର କେତେ ବର୍ଷର ରାଜସ୍ୱ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା?
|
୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ୱ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ୱ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ ।
|
୧୨ବର୍ଷ
|
ai4bharatIndicQA
|
ମସଲା ବାଣିଜ୍ୟ କେଉଁ କେଉଁ ଦେଶ ମଧ୍ୟରେ ଉତ୍ପାଦନର ଏକ ମୂଳ ଉତ୍ସ ଥିଲା ?
|
ଭାରତୀୟ ଭୋଜନ ରେ ଭାରତୀୟ ଉପମହାଦ୍ୱୀପର ମୂଳ ନିବାସୀ କ୍ଷେତ୍ରୀୟ ଓ ପାରମ୍ପରିକ ବ୍ୟଞ୍ଜନର ଏକ ବିସ୍ତୃତ ବିବିଧତା ଶାମିଲ ରହିଥାଏ । ମାଟିର ପ୍ରକାର, ଜଳବାୟୁ, ସଂସ୍କୃତି, ଜାତୀୟ ସମୂହ ଏବଂ ବ୍ୟବସାୟରେ ବିବିଧତାର ସୀମାକୁ ଦେଖି ଏହି ବ୍ୟଞ୍ଜନ ଦୁହେଁ ଦୁହିଁଙ୍କ ଠାରୁ କାଫି ଭିନ୍ନ ହୋଇଥାଏ ଓ ସ୍ଥାନୀୟ ଋପେ ଉପଲବ୍ଧ (ମସଲା), (ଜଡୀ ବୂଟୀ), (ଫଳ) ଓ (ପରିବା) ଆଦିର ଉପଯୋଗ କରାଯାଇଥାଏ । ଭାରତୀୟ ଭୋଜନ ମଧ୍ୟ ଧର୍ମ, ବିଶେଷ ଋପେ ହିନ୍ଦୁ, ସାଂସ୍କୃତିକ ବିକଳ୍ପ ଓ ପରମ୍ପରା ସହିତ ବହୁ ପ୍ରଭାବିତ ହୋଇଥାଏ । ଏହାଛଡା, ମଧ୍ୟ ପୂର୍ବ ଓ ମଧ୍ୟ ଏସିଆର (ମୁଗଲ ସାମ୍ରାଜ୍ୟ)ର ଶାସନ ସମୟରୁ ଇତ୍ତରୀ ଭାରତୀୟ ବ୍ୟଞ୍ଜନ ଉପରେ ପ୍ରଭାବ ପଡିଛି । ଅନ୍ୟ ସମାଜ ସହିତ ଦେଶର ସାଂସ୍କୃତିକ କଥାବାର୍ତ୍ତାର ପରିଣାମ ସ୍ୱରୂପ ଭାରତୀୟ ବ୍ୟଞ୍ଜନ ଏବେ ମଧ୍ୟ ବିକଶିତ ହେବାରେ ଲାଗିଛି । ବିଦେଶୀ ଆକ୍ରମଣ, ବ୍ୟାପାର ସମ୍ବନ୍ଧ ଓ ଉପନିବେଶବାଦ ପରି ଐତିହାସୀକ ଘଟଣା ଆଦି ଦେଶରେ କିଛି ଖାଦ୍ୟ ପଦାର୍ଥକୁ ଆରମ୍ଭ କରିବାର ଭୂମିକା ରହିଛି । ଉଦାହରଣ ଋପେ: ଆଳୁ, ଭାରତର କିଛି କ୍ଷେତ୍ରରେ ଏକ ପ୍ରମୂଖ ଆହାର ଅଟେ । ଏହା ପୂର୍ତ୍ତଗାଳୀଙ୍କ ଦ୍ୱାରାଭାରତକୁ ଅଣାଯାଇ ଥିଲା, ଯେଉଁଥିରେ ଲଙ୍କା ଓ ବ୍ରେଡ ଫୃଟ ମଧ୍ୟ ପରିଚୟ କରାଯାଇ ଥିଲା । ଭାରତୀୟ ବ୍ୟଞ୍ଜନ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର ଇତିହାସକୁ ଆକାର ଦେଇଛି । ମସଲା ବ୍ୟାପାର ଭାରତ ଓ ୟୁରୋପ ମଧ୍ୟରେ ଉତ୍ପତ୍ତୀର ସମୟ ସୀମା ପ୍ରାଥମିକ ଉତ୍ପେରକ ଥିଲା । ଭାରତ ସାଧାରଣତଃ ଖାଦ୍ୟ ଓ ମସଲା ପାଇଁ ବେଶି ପ୍ରସିଦ୍ଧ ଥାଏ ।
|
ଭାରତ ଓ ୟୁରୋପ
|
ai4bharatIndicQA
|
କେଉଁ ଭାରତୀୟ ମହିଳା ପ୍ରଥମ ମହିଳା ମହାକାଶ ଯାତ୍ରୀ ଥିଲେ ?
|
୧୯୯୭ ମସିହା ନଭେମ୍ବର ୧୯ ତାରିଖରେ ସେ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ଦଳରେ ସମୁଦାୟ ଛଅ ଜଣ ସଦସ୍ୟ ଥିଲେ ଏବଂ ତାଙ୍କ ମହାକାଶଯାନର ନାମ ଥିଲା କଲମ୍ବିଆ ଏସ୍.ଟି.ଏସ୍.-୮୭ (Space Shuttle Columbia flight STS-87)। ଚାୱଲା ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା ତଥା ଦ୍ୱିତୀୟ ଭାରତୀୟ ବ୍ୟକ୍ତି ଥିଲେ। ଭାରତର ପ୍ରଥମ ମହାକାଶଯାତ୍ରୀ ହେଉଛନ୍ତି ରାକେଶ ଶର୍ମା। ସେ ୧୯୮୪ ମସିହାରେ ସୋୟୁଜ୍ ଟି-୧୧ (Soyuz T-11) ନାମକ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ନିଜର ପ୍ରଥମ ମହାକାଶଯାତ୍ରାରେ କଳ୍ପନା ମହାକାଶରେ ୧୦.୬୭ ନିୟୁତ କିଲୋମିଟର ବା ୧୦.୪ ନିୟୁତ ମାଇଲ୍ ଯାତ୍ରା କରିଥିଲେ। ଏହି ଦୂରତା ପ୍ରାୟ ୨୫୨ ଥର ପୃଥିବୀ ଚାରିପଟେ ବୁଲି ଆସିବା ସହ ସମାନ। ଏହି ଦୂରତା ଅତିକ୍ରମ କରିବାକୁ ତାଙ୍କୁ ୩୭୨ ଘଣ୍ଟା ଲାଗିଥିଲା। ଏହି ଯାତ୍ରା କାଳରେ ସେ ୱିନ୍ଷ୍ଟନ୍ ସ୍କଟ୍ (Winston Scott) ଓ ଟାକାଓ ଡୋଇ (Takao Doi)ଙ୍କ ସହ ମହାକାଶଯାନରୁ ବାହାରକୁ ଯାଇ ବିଗିଡ଼ି ଯାଇଥିବା ସ୍ପାର୍ଟାନ୍ କୃତ୍ରିମ ଉପଗ୍ରହ (Spartan satellite) ଟିକୁ ନେଇଆସିଥିଲେ। ନାସାର କର୍ମକର୍ତ୍ତାମାନେ ଚାୱଲାଙ୍କ ସହ ମିଶି ମହାକାଶଯାନରେ ଥିବା ତ୍ରୁଟି, ସଫ୍ଟଓୟାର୍ ତଥା ଏହାର କାର୍ଯ୍ୟ କରିବା ପ୍ରଣାଳୀ ଉପରେ ଟିକିନିଖି ଯାଞ୍ଚ କରିଥିଲେ।
|
କଳ୍ପନା
|
ai4bharatIndicQA
|
କେଉଁ ଦେଶ ପାଇଁ ନଦୀଗୁଡ଼ିକର ଜଳକୁ ବିକାଶମୂଳକ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଆଗ୍ରହ ସ୍ୱାଭାବିକ ?
|
ସିନ୍ଧୁ ନଦୀ ବ୍ୟବସ୍ଥାରେ ସମସ୍ତ ନଦୀ ମୁଖ୍ୟତଃ ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳାରୁ ବାହାରିଛନ୍ତି । ଏହି ନଦୀଗୁଡ଼ିକ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ସିନ୍ଧ ପ୍ରଦେଶରେ ପ୍ରବାହିତ ହେବା ପରେ କରାଚୀ ସହରର ଦକ୍ଷିଣକୁ ରହିଥିବା ଗୁଜରାଟର କୋରି କ୍ରିକ୍ଠାରେ ଆରବ ସାଗରରେ ସମ୍ମିଳିତ ହୋଇଥାନ୍ତି । [୨୭] ପାକିସ୍ତାନକୁ ଏହି ନଦୀମାନଙ୍କରୁ ବାର୍ଷିକ ହାରାହାରି ୧୭.୭ କୋଟି ଏକର-ଫୁଟ୍ ବା ୨୧,୮୪୦ କୋଟି ଘନ ମିଟର୍ ଜଳ ସମ୍ବଳ ପ୍ରାପ୍ତ ହୋଇଥାଏ । [୨୮] ପୂର୍ବେ ଏହି ଅବବାହିକାର ଏକ କ୍ଷୁଦ୍ର ଭାଗ ଜଳସେଚିତ ହେଉଥିଲା । କିନ୍ତୁ କେନାଲ୍ ଓ ଜଳଭଣ୍ଡାରମାନ ନିର୍ମାଣ କରାଯାଇ ୨୦୦୯ ମସିହା ବେଳକୁ ଏହି ଅବବାହିକାରୁ ପାକିସ୍ତାନର ୪୭୦ ଲକ୍ଷ ଏକର ଅଞ୍ଚଳକୁ ଜଳ ପହଞ୍ଚି ପାରୁଛି । ବିଶ୍ୱରେ କୌଣସି ନଦୀ ଅବବାହିକାରୁ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରେ ଏହା ବୃହତ୍ତମ । [୨୯]ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟରେ ଭାରତୀୟ ଭୂଖଣ୍ଡର ବିଭାଜନ ହୋଇ ଭାରତ ଓ ପାକିସ୍ତାନ ସୃଷ୍ଟି ହେବା ପରେ ସିନ୍ଧୁ ଅବବାହିକାର ଜଳକୁ ନେଇ ବିବାଦ ସୃଷ୍ଟି ହେଲା । ନୂତନ ଭାବେ ପ୍ରସ୍ତୁତ ଦୁଇ ଦେଶ କିପରି ଭାବେ ରହି ଆସିଥିବା ଏକ ଜଳସେଚନ ବ୍ୟବସ୍ଥାରୁ ଉପକୃତ ହେବେ ଓ କିପରି ନିଜର ଭାଗ ନେବେ ତାହା ବିବାଦର କାରଣ ହେଲା ।
|
ଭାରତ ଓ ପାକିସ୍ତାନ
|
ai4bharatIndicQA
|
ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ କାହାକୁ ଅଣାଗଲା?
|
ସେ ଦ୍ୱାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପର ଠାରୁ ଖଣ୍ଡମଣ୍ଡଳର ଇଶ୍ୱର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ । ଭଗବାଙ୍କର ଇଚ୍ଛାନୁସାରେ ସେ ଶିବଲିଙ୍ଗର ସ୍ଥାପନ କଲେ । ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଅଣାଗଲା । ଏକ ତାଳପତ୍ର ଛତାରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା ।
|
ପାଞ୍ଚଜଣ ବ୍ରାହ୍ମଣଙ୍କୁ
|
ai4bharatIndicQA
|
୧୯୩୬ ମସିହାରେ ହେଇଥିବା ଅଲିମ୍ପିକର ନାମ କଣ?
|
୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ ।
|
ବର୍ଲିନ
|
ai4bharatIndicQA
|
ବର୍ଗ କାହା ଦ୍ବାରା ଆବଦ୍ଧ ହୋଇଥାଏ ?
|
ଚାରିଟି ପ୍ରାଥମିକ ଦିଗ (ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ)ରେ ଦୁଇଟି ଅକ୍ଷ ଭଳି ସରଳରେଖାର କଳ୍ପନା କରି ଏକ ବର୍ଗାକୃତି କ୍ଷେତ୍ର ନିଶ୍ଚିତ ହୁଏ । ମଣ୍ଡଳ ବୃତ୍ତ ଏହି ବର୍ଗକ୍ଷେତ୍ରକୁ ଚାରିପଟୁ ଆବଦ୍ଧ କରି ରଖେ । ବର୍ଗକ୍ଷେତ୍ରଟି ଅଲୌକିକତାର ଏବଂ ବୃତ୍ତଟି ମାନବ ଜୀବନ ସମ୍ବନ୍ଧୀୟ ନିତିଦିନିଆ କର୍ମ ଓ ଜ୍ଞାନର ସାଙ୍କେତିକ ପରିପ୍ରକାଶ । ବର୍ଗକ୍ଷେତ୍ରଟିକୁ ପୁଣି ଅନେକ ଛୋଟ ଛୋଟ ବର୍ଗକ୍ଷେତ୍ରରେ (୮×୮ =୬୪ ବା ୯×୯=୮୧) ବିଭକ୍ତ କରାଯାଏ । ଏହି ଛୋଟ ବର୍ଗକ୍ଷେତ୍ରମାନଙ୍କୁ “ପଦ” କୁହାଯାଏ । ବର୍ଗକ୍ଷେତ୍ରଟି ବୈଦିକ ଯଜ୍ଞକୁଣ୍ଡର ସଂକେତ ମଧ୍ୟ ବହନ କରେ । ଗ୍ରୀସ୍ ସଭ୍ୟତା ଭଳି କେତେକ ପ୍ରାଚୀନ ସଭ୍ୟତାରେ ମଧ୍ୟ ଏହି ପ୍ରକାରର ସଂକେତ ଦେଖାଯାଇଛି । ପଦଗୁଡ଼ିକ ୧, ୪, ୯, ୧୬, ୨୫, ୩୬, ୪୯, ୬୪, ୮୧ ଏପରି ୧୦୨୪ଟି ବର୍ଗ ପର୍ଯ୍ୟନ୍ତ ରହିଥାନ୍ତି । ଗୋଟିଏ ପଦ ସମସ୍ତଙ୍କ ମଧ୍ୟରେ ମୌଳିକ ଅଭିନ୍ୟାସ । ୧ ପଦ ବା ୪ ପଦଦ୍ୱାରା ନିରୂପିତ ସ୍ଥାନରେ ଭକ୍ତ ବସି ଧ୍ୟାନ, କର୍ମ, ଯଜ୍ଞ ଆଦି କରିଥାଏ । ୪ ପଦର ମଧ୍ୟଭାଗରେ (ବୃହତ୍ ବର୍ଗର କର୍ଣ୍ଣମାନଙ୍କ ଛେଦବିନ୍ଦୁରେ) ଏହାର ସାଙ୍କେତିକ କେନ୍ଦ୍ର ରହିଛି । ୯ ପଦ ବିଶିଷ୍ଟ ସ୍ଥାନକୁ ଏକ କ୍ଷୁଦ୍ରତମ ମନ୍ଦିରର ନକସା ବୋଲି କୁହାଯାଇପାରେ । ପୁରାତନ ହିନ୍ଦୁ ମନ୍ଦିରମାନଙ୍କରେ ବାସ୍ତୁମଣ୍ଡଳ ୯ରୁ ୪୯ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ୬୪ ପଦକୁ ଜ୍ୟାମିତିକ ଦୃଷ୍ଟିକୋଣରୁ ସବୁଠାରୁ ଉତ୍ତମ ବା ପବିତ୍ର କୁହାଯାଏ ।
|
ମଣ୍ଡଳ ବୃତ୍ତ
|
ai4bharatIndicQA
|
କାହାର ନିର୍ଦ୍ଦେଶରେ ଶ୍ରୀରାମକୃଷ୍ଣ ତୋତାପୁରୀରୁ ଆନୁଷ୍ଠାନିକ ସନ୍ନ୍ୟାସ ଗ୍ରହଣ କରିଥିଲେ ?
|
ସକଳ ପ୍ରକାର ଦ୍ୱୈତ ସାଧନାରେ ସିଦ୍ଧି ଲାଭ କରି ଶ୍ରୀରାମକୃଷ୍ଣଙ୍କ ମନରେ ଭାବାତୀତ ଅଦ୍ୱୈତ-ସାଧନାର ଇଚ୍ଛା ବଳବତୀ ହେଲା । ଦକ୍ଷିଣେଶ୍ୱର କାଳୀବାଡ଼ିରେ ସଦାବ୍ରତର ବ୍ୟବସ୍ଥା ଥିଲା । ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ । ସେତିକିବେଳେ ପୁରୀ ସଂପ୍ରଦାୟର ଜଟାଜୁଟଧାରୀ ବ୍ରହ୍ମଦର୍ଶୀ ନାଗା (ଉଲଙ୍ଗ) ସନ୍ନ୍ୟାସୀ ତୋତାପୁରୀ ଦକ୍ଷିଣେଶ୍ୱରକୁ ଆସିଲେ । ଶ୍ରୀରାମକୃଷ୍ଣଙ୍କୁ ଦେଖି ସେ ବେଦାନ୍ତ ସାଧନାର ଉତ୍ତମ ଅଧିକାରୀ ବୋଲି ଚିହ୍ନିପାରିଲେ ଏବଂ ତାଙ୍କୁ ବେଦାନ୍ତ-ସାଧନ କରିବେ କି ନାହିଁ ବୋଲି ପଚାରିଲେ । ଶ୍ରୀରାମକୃଷ୍ଣ ମା’ ଭବତାରିଣୀଙ୍କ ଆଦେଶ ନେଇ ତୋତାପୁରୀଙ୍କ ନିକଟରୁ ବିଧିବଦ୍ଧ ସନ୍ନ୍ୟାସ ଗ୍ରହଣ କରି ବେଦାନ୍ତସାଧନର ଉପଦେଶ ଗ୍ରହଣ କଲେ ଓ ସେଥିରେ ମନ ନିବିଷ୍ଟ କଲେ । ଅଳ୍ପ ସମୟ ମଧ୍ୟରେ ଶ୍ରୀରାମକୃଷ୍ଣଙ୍କ ମନ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲା । ଯେଉଁ ସମାଧିଭୂମିରେ ଅଧିଷ୍ଠିତ ହେବାକୁ ତାଙ୍କୁ ଦୀର୍ଘ ଚାଳିଶ ବର୍ଷ କଠୋର ସାଧନା କରିବାକୁ ପଡ଼ିଥିଲା, ଶିଷ୍ୟ ଅନାୟାସରେ କେଇଦିନ ଭିତରେ ସେହି ଅବସ୍ଥା ଲାଭ କରିବା ଦେଖି ତୋତାପୁରୀ ଚମତ୍କୃତ ହୋଇଗଲେ ।
|
ମା’ ଭବତାରିଣୀଙ୍କ
|
ai4bharatIndicQA
|
କ୍ଷୁଦ୍ର ବର୍ଗ ଗୁଡ଼ିକୁ କ’ଣ କୁହାଯାଏ?
|
ଚାରିଟି ପ୍ରାଥମିକ ଦିଗ (ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ)ରେ ଦୁଇଟି ଅକ୍ଷ ଭଳି ସରଳରେଖାର କଳ୍ପନା କରି ଏକ ବର୍ଗାକୃତି କ୍ଷେତ୍ର ନିଶ୍ଚିତ ହୁଏ । ମଣ୍ଡଳ ବୃତ୍ତ ଏହି ବର୍ଗକ୍ଷେତ୍ରକୁ ଚାରିପଟୁ ଆବଦ୍ଧ କରି ରଖେ । ବର୍ଗକ୍ଷେତ୍ରଟି ଅଲୌକିକତାର ଏବଂ ବୃତ୍ତଟି ମାନବ ଜୀବନ ସମ୍ବନ୍ଧୀୟ ନିତିଦିନିଆ କର୍ମ ଓ ଜ୍ଞାନର ସାଙ୍କେତିକ ପରିପ୍ରକାଶ । ବର୍ଗକ୍ଷେତ୍ରଟିକୁ ପୁଣି ଅନେକ ଛୋଟ ଛୋଟ ବର୍ଗକ୍ଷେତ୍ରରେ (୮×୮ =୬୪ ବା ୯×୯=୮୧) ବିଭକ୍ତ କରାଯାଏ । ଏହି ଛୋଟ ବର୍ଗକ୍ଷେତ୍ରମାନଙ୍କୁ “ପଦ” କୁହାଯାଏ । ବର୍ଗକ୍ଷେତ୍ରଟି ବୈଦିକ ଯଜ୍ଞକୁଣ୍ଡର ସଂକେତ ମଧ୍ୟ ବହନ କରେ । ଗ୍ରୀସ୍ ସଭ୍ୟତା ଭଳି କେତେକ ପ୍ରାଚୀନ ସଭ୍ୟତାରେ ମଧ୍ୟ ଏହି ପ୍ରକାରର ସଂକେତ ଦେଖାଯାଇଛି । ପଦଗୁଡ଼ିକ ୧, ୪, ୯, ୧୬, ୨୫, ୩୬, ୪୯, ୬୪, ୮୧ ଏପରି ୧୦୨୪ଟି ବର୍ଗ ପର୍ଯ୍ୟନ୍ତ ରହିଥାନ୍ତି । ଗୋଟିଏ ପଦ ସମସ୍ତଙ୍କ ମଧ୍ୟରେ ମୌଳିକ ଅଭିନ୍ୟାସ । ୧ ପଦ ବା ୪ ପଦଦ୍ୱାରା ନିରୂପିତ ସ୍ଥାନରେ ଭକ୍ତ ବସି ଧ୍ୟାନ, କର୍ମ, ଯଜ୍ଞ ଆଦି କରିଥାଏ । ୪ ପଦର ମଧ୍ୟଭାଗରେ (ବୃହତ୍ ବର୍ଗର କର୍ଣ୍ଣମାନଙ୍କ ଛେଦବିନ୍ଦୁରେ) ଏହାର ସାଙ୍କେତିକ କେନ୍ଦ୍ର ରହିଛି । ୯ ପଦ ବିଶିଷ୍ଟ ସ୍ଥାନକୁ ଏକ କ୍ଷୁଦ୍ରତମ ମନ୍ଦିରର ନକସା ବୋଲି କୁହାଯାଇପାରେ । ପୁରାତନ ହିନ୍ଦୁ ମନ୍ଦିରମାନଙ୍କରେ ବାସ୍ତୁମଣ୍ଡଳ ୯ରୁ ୪୯ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ୬୪ ପଦକୁ ଜ୍ୟାମିତିକ ଦୃଷ୍ଟିକୋଣରୁ ସବୁଠାରୁ ଉତ୍ତମ ବା ପବିତ୍ର କୁହାଯାଏ ।
|
ପଦ
|
ai4bharatIndicQA
|
ଜୀବନ ବଞ୍ଚାଇବା ପାଇଁ କାହା ସହ ଫୃଟି ବନ୍ଧୁତା କରିଥିଲେ?
|
ଧାରାବାହିକର ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟତଃ ସବୁ ଚରିତ୍ରରେ ଫୃଟି ସହ ଯୋଡ଼ିହୋଇଥିଲା । ତନ୍ଭି ହୋଗ୍ଡ଼େ ଫୃଟି ଭୂମିକାରେ ଅଭିନୟ କରିଥିଲେ । ମାଆ ମୃତ୍ୟୁବରଣ କରିବା ପରେ ତା'ର ବାପା ରୁବୀକୁ ବିବାହ କରିବାକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲା । ଏପରିକି ଘରେ କୌଣସି ଜିନିଷ କିଛି ଏପଟସେପଟ ହେଲେ ସେମାନେ ଫୃଟିକୁ ଦୋଷ ଦୋଷ ହେଉଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା । ତା'କୁ ସର୍ବଦା ଲାଗୁଥିଲା କି ତା'ର ମାଆ ତାରା ହୋଇ ସେଇ ତାରକାପୁଞ୍ଜଙ୍କ ମେଳରେ ରହିଯାଇଛି । ଫୃଟି ସବୁବେଳେ ସମସ୍ତଙ୍କର ଭଲ ଚିନ୍ତାକରେ । ଫୃଟି ସୋନପରୀର ଜୀବନ ବଞ୍ଚେଇବା ପରେ ତା' ସହ ବନ୍ଧୁତା ସ୍ଥାପନ କଲା । ଫୃଟିକୁ ସର୍ବଦା ସାହାଯ୍ୟ କରିବାକୁ ସୋନପରୀ ଆସୁଥିଲା । ଫୃଟିର ସବୁ କାର୍ଯ୍ୟରେ ସେମାନେ ଫୃଟିକୁ ସାହାଯ୍ୟ କରୁଥିଲେ । ରୁବୀର ସମସ୍ତ ମନ୍ଦ ଉଦେଶ୍ୟ ବିଷୟରେ ସେମାନେ ସବୁକିଛି ଜାଣିପାରି ଫୃଟିକୁ ତା' ବିଷୟରେ ଜଣାଇଥିଲେ । ସୋନପରୀ ବିଭିନ୍ନ ଅସୁବିଧାରେ ପଡ଼ିଥିବା ବେଳେ ତାକୁ ଫୃଟି ମଧ୍ୟ ସାହାଯ୍ୟ କରୁଥିଲା । ବୈଜ୍ଞାନିକ ଜୋସଲ୍କରର ବିଭିନ୍ନ ସଇତାନିକ ମନ୍ଦ ଚକ୍ରାନ୍ତରୁ ସେ ସୋନପରୀକୁ ଉଦ୍ଧାର କରୁଥିଲା । ଏକଦା ସୋନପରୀକୁ ଜଙ୍ଗୋବାବା କଣ୍ଢେଇ କରିଦେଇଥିଲା ।
|
ସୋନପରୀ
|
ai4bharatIndicQA
|
କେଉଁମାନଙ୍କ ପାଇଁ ଜୈନ ଗୁମ୍ପାର ଆବିଷ୍କାରରେ ବାଧା ସୃଷ୍ଟି ହୋଇଥିଲା ?
|
ହୋଜେ ପେରେରାଙ୍କ ଅନୁସାରେ ବିଭିନ୍ନ ସମୟରେ ୨୩ଟି ଅଲଗା ଅଲଗା ଖୋଦନଦ୍ୱାରା ଜୈନ ଗୁମ୍ଫାଗୁଡ଼ିକ ନିର୍ମିତ ହୋଇଥିଲା । ବର୍ତ୍ତମାନ ସମୟରେ ଏଥିରୁ ୧୩ଟିକୁ ଇନ୍ଦ୍ରସଭାର ଅଂଶ, ୬ଟିକୁ ଜଗନ୍ନାଥ ସଭାର ଅଂଶ ଓ ଅବଶିଷ୍ଟକୁ ଛୋଟ କୈଳାସର ଅଂଶ ଭାବେ ପରିଗଣିତ କରାଯାଉଛି । ବିଭିନ୍ନ ଉତ୍ସର ଅଧ୍ୟୟନ କରି ଶ୍ରୀ ପେରେରା ମତ ରଖିଥିଲେ ଯେ ଏଲୋରାର ଜୈନ ଗୁମ୍ଫାମାନଙ୍କର ଖୋଦନ କାର୍ଯ୍ୟ ଅଷ୍ଟମ ଶତାବ୍ଦୀର ଶେଷଆଡ଼କୁ ଆରମ୍ଭ ହୋଇ ଦଶମ ଶତାବ୍ଦୀ ପର ଯାଏଁ ଚାଲିଥିଲା; ଓ ତ୍ରୟୋଦଶ ଶତାବ୍ଦୀରେ ଦିଲ୍ଲୀର ମୋଗଲ ସାମ୍ରାଜ୍ୟର ଆକ୍ରମଣ ପରେ ଏହି ସବୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ୧୨୩୫ ମସିହାର ଏକ ଦାନ ପଟ୍ଟଳର ଶିଳାଲେଖ ଅନୁଯାୟୀ ଦାତା ଚରଣାଦ୍ରିକୁ ଏକ ତୀର୍ଥରେ ପରିଣତ କରିବା ପାଇଁ ଜୈନମାନଙ୍କ ପାଇଁ ଗୁମ୍ଫା ଓ ଜିନ ପ୍ରତିମା ଖୋଳାଇଥିଲେ । ପ୍ରମୁଖ ଜୈନ ଗୁମ୍ଫାଗୁଡ଼ିକ ହେଲେ – ଛୋଟ କୈଳାସ (ଗୁମ୍ଫା କ୍ରମାଙ୍କ ୩୦, ୪ଟି ଖୋଦିତ ଗୁମ୍ଫାର ସମାହାର), ଇନ୍ଦ୍ର ସଭା (ଗୁମ୍ଫା କ୍ରମାଙ୍କ ୩୨, ୧୩ଟି ଖୋଦିତ ଗୁମ୍ଫାର ସମାହାର), ଜଗନ୍ନାଥ ସଭା (ଗୁମ୍ଫା କ୍ରମାଙ୍କ ୩୩, ୪ଟି ଖୋଦିତ ଗୁମ୍ଫାର ସମାହାର) , ଅସମାପ୍ତ ଚତୁଃସ୍ତମ୍ଭ ଓ ପ୍ରକୋଷ୍ଠବିଶିଷ୍ଟ ଗୁମ୍ଫା କ୍ରମାଙ୍କ ୩୧ । ଗୁମ୍ଫା କ୍ରମାଙ୍କ ୩୪ ଆକାରରେ ଛୋଟ ଓ ଗୁମ୍ଫା କ୍ରମାଙ୍କ ୩୩ର ବାମ ପଟେ ଥିବା ଏକ ଛୋଟ ଗଳାବାଟଦ୍ୱାରା ଏଥିରେ ପ୍ରବେଶ କରାଯାଇପାରିବ । ଜୈନ ଗୁମ୍ଫାମାନଙ୍କରେ ପୁରାତନ ସମବଶରଣ (ବା ସମୋଶରଣ) ଧାର୍ମିକ ଶିକ୍ଷାର ଶିଳାଚିତ୍ର ରହିଛି । କେବଳ ଜ୍ଞାନପ୍ରାପ୍ତି ପରେ ତୀର୍ଥଙ୍କରମାନଙ୍କ ଧର୍ମୋପଦେଶ ପ୍ରଦାନର ଚିତ୍ର ଏହି ପ୍ରକୋଷ୍ଠରେ ରହିଥିବାରୁ ଜୈନମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗୁମ୍ଫା ।
|
ମୋଗଲ ସାମ୍ରାଜ୍ୟର ଆକ୍ରମଣ
|
ai4bharatIndicQA
|
‘କଭି କଭି’ରେ ରୋମାଣ୍ଟିକ ହିରୋ ଭୂମିକାରେ କିଏ ଅଭିନୟ କରିଥିଲେ?
|
୧୯୭୬ ମସିହାରେ ସେ ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ରୋମାଣ୍ଟିକ୍ ତଥା ପାରିବାରିକ ଚଳଚ୍ଚିତ୍ର କଭି କଭିରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା (ରାକ୍ଷୀ ଗୁଲ୍ଜାର୍) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ଜଞ୍ଜିର୍ ଓ ଦିୱାର୍ ଆଦି ଚଳଚ୍ଚିତ୍ରରେ କରିଥିବା "ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍" ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ଅଦାଲତ୍ ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ଅମର୍ ଅକବର୍ ଆନ୍ଥୋନି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ ବିନୋଦ ଖନ୍ନା ଓ ଋଷି କପୁରଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍ଜାଲ୍ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ପର୍ବରିଶ୍ ଓ ଖୁନ୍ ପସିନା ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।
|
ବଚ୍ଚନ
|
ai4bharatIndicQA
|
କେଉଁ ଋତୁ ରେ, ନଦୀ କମ୍ ଜଳ ପାଇଥାଏ ?
|
ସିନ୍ଧୁ ନଦୀରେ ଜୁଆର ଆସିଲେ ନଦୀ ମୁହାଣରେ ବିପରୀତ ଦିଗରେ ପ୍ରବାହ ଘଟିଥାଏ । ତିବ୍ବତ, ଭାରତ ଓ ପାକିସ୍ତାନରେ ରହିଥିବା ହିମାଳୟ, କାରାକୋରମ ଓ ହିନ୍ଦୁକୁଶର ହିମସ୍ରୋତମାନେ ସିନ୍ଧୁ ନଦୀ ବ୍ୟବସ୍ଥାର ମୁଖ୍ୟ ଉତ୍ସ । ଋତୁଚକ୍ରର ପରିବର୍ତ୍ତନରେ ସିନ୍ଧୁ ନଦୀର ପ୍ରବାହରେ ମଧ୍ୟ ଭିନ୍ନତା ଦେଖାଯାଇଥାଏ । ଶୀତ ଋତୁରେ ନଦୀରେ ପାଣି କମ୍ ଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସମୟରେ ନଦୀରେ ପ୍ରଚୁର ବନ୍ୟା ଜଳ ପ୍ରବାହିତ ହୋଇଥାଏ । ପ୍ରାଗୈତିହାସିକ ସମୟରୁ ନଦୀର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେବାର ପ୍ରମାଣ ରହିଛି – ଯଥା : ୧୮୧୬ ମସିହାରେ ଏକ ଭୂମିକମ୍ପ ପରେ ବନ୍ନି ତୃଣଭୂମିକୁ ଲାଗି କଚ୍ଛର ଲବଣମରୁକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ସାମାନ୍ୟ ପଶ୍ଚିମାଭିମୁଖୀ ହୋଇ ପ୍ରବାହିତ ହେବାକୁ ଲାଗିଲା । ବର୍ତ୍ତମାନ ସମୟରେ ବନ୍ୟାଜଳ ଅଧିକ ହେଲେ ହିଁ ସିନ୍ଧୁ ନଦୀର ଏକ ଅଂଶ କଚ୍ଛ ଲବଣ ମରୁକୁ ପ୍ରବାହିତ ହୋଇଥାଏ । ତିବ୍ବତରେ କୈଳାସ ପର୍ବତ ନିକଟବର୍ତ୍ତୀ ସେଙ୍ଗେ ଖବାବ ସ୍ରୋତକୁ (ଅର୍ଥାତ୍ ସିଂହର ମୁଖ) ସିନ୍ଧୁ ନଦୀର ଉତ୍ସ ବୋଲି ପୁରୁଣା ବିଶ୍ୱାସ ରହିଛି ।
|
ଶୀତ ଋତୁ
|
ai4bharatIndicQA
|
ପରିଶେଷରେ କିଏ ବିଜୟ ଲାଭ କଲା ?
|
ଏହି ବିପଦପୂର୍ଣ୍ଣ ସମୟରେ ଆକବର ଓ ବୈରାମ ଖାଁ ଦିଲ୍ଲୀ ଅଧିକାର କରିବା ପାଇଁ ପଞ୍ଜବରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ହିମୁଙ୍କର ଏକ ବିଶାଳ ସେନା ଥିଲା । ଉଭୟ ପକ୍ଷ ମଧ୍ୟରେ ଇତିହାସ ପ୍ରସିଦ୍ଧ ପାନିପଥ କ୍ଷେତ୍ରରେ ଯୁଦ୍ଧ ହେଲା । ହିମୁଙ୍କର ପ୍ରଚଣ୍ଡ ଆକ୍ରମଣ ଫଳରେ ମୋଗଲ ସେନା ପରାସ୍ତ ହେବାକୁ ଲାଗିଲା । କିନ୍ତୁ ଶତ୍ରୁ ପକ୍ଷର ଏକ ତୀର ହିମୁଙ୍କର ଚକ୍ଷୁରେ ବିଦ୍ଧ ହେବାରୁ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ସେନାପତିଙ୍କର ଏପରି ଦୁର୍ଦ୍ଦଶା ଦେଖି ସୈନ୍ୟମାନେ ପଳାୟନ କଲେ । ମୋଗଲ ମାଏନ୍ ବିଜୟୀ ହେଲେ ।
|
ମୋଗଲ
|
ai4bharatIndicQA
|
ଶ୍ରୀରାମକୃଷ୍ଣ କାହାଙ୍କୁ ରେ ବ୍ରାହ୍ମମନ୍ଦିର ଓ ସାଧାରଣ ସମାଜ ଉପାସନା ସମୟରେ ଦେଖିବାକୁ ଯାଇଥିଲେ?
|
ଶ୍ରୀରାମକୃଷ୍ଣଙ୍କ ନିକଟକୁ ସବୁ ଧର୍ମର ସାଧକଗଣ ଆସୁଥିଲେ । ସେ ମଧ୍ୟ ସେମାନଙ୍କୁ ପରମ ଆତ୍ମୀୟ ମନେକରି ସାଧନା ପଥରେ ସାହାଯ୍ୟ କରୁଥିଲେ । କେଶବ ଚନ୍ଦ୍ର ସେନ ୧୮୭୫ ଖ୍ରୀଷ୍ଟାବ୍ଦରେ ଯେତେବେଳେ ବେଲଘରିଆ ଉଦ୍ୟାନରେ ଭକ୍ତମଣ୍ଡଳୀ ସହ ଈଶ୍ୱରଙ୍କ ଧ୍ୟାନଚିନ୍ତାରେ ନିମଗ୍ନ ଥିଲେ, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କ ସହିତ ଦେଖା କରିବାକୁ ଗଲେ । ସେହି ପରିଚୟ କ୍ରମେ ଗଭୀର ଆତ୍ମୀୟତାରେ ପରିଣତ ହେଲା । ପରେ ଶ୍ରୀରାମକୃଷ୍ଣ କେଶବଙ୍କୁ ବ୍ରାହ୍ମମନ୍ଦିର ଓ ସାଧାରଣ ସମାଜ ଉପାସନା ସମୟରେ ଦେଖିବାକୁ ଯାଇଥିଲେ । ସେ କେଶବଙ୍କ ଘରକୁ ମଧ୍ୟ ଯାଉଥିଲେ । ବ୍ରାହ୍ମଭକ୍ତଙ୍କ ସହ କେତେ ଆନନ୍ଦ କରୁଥିଲେ ।
|
ଘରକୁ
|
ai4bharatIndicQA
|
ସିନ୍ଧୁ ଜଳ ଚୁକ୍ତିରୁ ଭାରତକୁ କେତେ ପ୍ରତିଶତ ଜଳ ମିଳିଥାଏ?
|
ସିନ୍ଧୁ ଜଳ ଚୁକ୍ତିରୁ ଭାରତକୁ ୧୬% (ପ୍ରାୟ ୩.୩ କୋଟି ଏକର-ଫୁଟ୍) ଜଳ ମିଳୁଥିବା ବେଳେ ପାକିସ୍ତାନକୁ ୮୪% (୧୭୭ କୋଟି ଏକର-ଫୁଟ୍) ଜଳ ମିଳିଥାଏ । ତେବେ ପଶ୍ଚିମ ପଟର ନଦୀମାନଙ୍କ ପାଣିରୁ ୧୨.୫ ଲକ୍ଷ ଏକର-ଫୁଟ୍ ଗଚ୍ଛିତ କରି ଭାରତ ୭,୦୧,୦୦୦ ଏକର ଅଞ୍ଚଳରେ ଜଳସେଚନ କରିପାରିବ, ୧୬ ଲକ୍ଷ ଏକର-ଫୁଟ୍ ପାଣି ଗଚ୍ଛିତ ରଖି ଜଳବିଦ୍ୟୁତ୍ ପ୍ରକଳ୍ପରେ ଉପଯୋଗ କରିପାରିବ ଏବଂ ୭.୫ ଲକ୍ଷ ଏକର-ଫୁଟ୍ ପାଣି ବନ୍ୟା ନିୟନ୍ତ୍ରଣ ପାଇଁ ଗଚ୍ଛିତ ରଖିପାରିବ । ଏହି ଚୁକ୍ତିରୁ ମିଳୁଥିବା ଜଳ ଜାମୁ ଓ କାଶ୍ମୀରର ଅଳ୍ପ ଅଞ୍ଚଳରେ ଜଳସେଚନ ହୋଇପାରୁଥିବା ବେଳେ ପାକିସ୍ତାନର ୮୦% ଜମି ଜଳସେଚିତ ହୋଇପାରେ । ଚୁକ୍ତି ଅନୁସାରେ ଭାରତରେ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଯେତିକି ଜଳ ଗଚ୍ଛିତ ରଖିପାରିବାର ପ୍ରସ୍ତାବ ରହିଛି, ଯଦି କେବଳ ଜାମୁ-କାଶ୍ମୀରର ନଦୀମାନଙ୍କର ସମ୍ପୂର୍ଣ୍ଣ ଜଳକୁ ବାନ୍ଧି ରଖାଯାଏ ତେବେ ତାହାଠାରୁ ଅଧିକ ପଟୁମାଟି ବନ୍ଧରେ ଜମା ହେବ । ଜାମୁ-କାଶ୍ମୀରରେ ବନ୍ଧ ବାନ୍ଧିବାର ବିରୋଧ ନକଲେ ପାକିସ୍ତାନକୁ ନିଜ ଭୂଖଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣର ଆବଶ୍ୟକତା ରହିବ ନାହିଁ । ପରିଣାମ ସ୍ୱରୂପ ଜାମୁ-କାଶ୍ମୀରରେ ଥିବା ଜଳଭଣ୍ଡାରମାନଙ୍କୁ ସଚଳ ରଖିବା ପାଇଁ ପ୍ରତିବର୍ଷ ଜମା ପଟୁ ମାଟି ଓ ବାଲି ଅଧିକ ଅର୍ଥ ବ୍ୟୟରେ ସଫା କରିବାକୁ ପଡ଼ୁଛି । କିନ୍ତୁ ପାକିସ୍ତାନରେ ୪୫୦୦ ମେଗାୱାଟ କ୍ଷମତାସମ୍ପନ୍ନ ଡାୟମର୍-ବାଶା ବନ୍ଧ, ୩୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାଲାବାଘ ବନ୍ଧ, ୬୦୦ ମେଗାୱାଟ କ୍ଷମତା ସମ୍ପନ୍ନ ଅଖୋରି ବନ୍ଧ, ଦାସୁ ବନ୍ଧ, ବୁଞ୍ଜି ବନ୍ଧ, ଥାକୋଟ ବନ୍ଧ, ପଟାନ ବନ୍ଧ ପରି ବହୁମୁଖୀ ଯୋଜନାର ନିର୍ମାଣ ହୋଇପାରୁଛି । ଏହି ସମସ୍ତ ବନ୍ଧ ଭୂମିକମ୍ପ-ପ୍ରବଣ ବଳୟର ଅନ୍ତର୍ଭୁକ୍ତ ଓ ଦୈବାତ୍ ଭୂମିକମ୍ପ ଯୋଗୁଁ ନଦୀବନ୍ଧ ଭାଙ୍ଗିଗଲେ ପାକିସ୍ତାନରେ ସିନ୍ଧୁର ତଳମୁଣ୍ଡ ଓ କଚ୍ଛ ଲବଣମରୁ ଅତ୍ୟଧିକ ବନ୍ୟା ପ୍ଳାବିତ ହେବାର ଆଶଙ୍କା ରହିଛି । ୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା । ୨୦୧୬ ମସିହାରେ ଏହାର ପୁନରାବୃତ୍ତି ଘଟିଥିଲା । ଜାମୁ-କାଶ୍ମୀରର ତତ୍କାଳୀନ ବିଧାୟକମାନେ ମତ ରଖିଥିଲେ ଯେ ଏହି ଚୁକ୍ତି ଜାମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରି ଏହାର ନାଗରିକଙ୍କ ଅଧିକାର କ୍ଷୁଣ୍ଣ କରୁଛି । କିନ୍ତୁ ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ଭାରତକୁ ଏକ ସାମରିକ ଲାଭ ମଧ୍ୟ ମିଳିଛି ।
|
୧୬%
|
ai4bharatIndicQA
|
ସିନ୍ଧୁ ଜଳ ଚୁକ୍ତିରୁ ପାକିସ୍ତାନର କେତେ ପ୍ରତିଶତ ଜମି ଜଳସେଚିତ ହୋଇପାରେ?
|
ସିନ୍ଧୁ ଜଳ ଚୁକ୍ତିରୁ ଭାରତକୁ ୧୬% (ପ୍ରାୟ ୩.୩ କୋଟି ଏକର-ଫୁଟ୍) ଜଳ ମିଳୁଥିବା ବେଳେ ପାକିସ୍ତାନକୁ ୮୪% (୧୭୭ କୋଟି ଏକର-ଫୁଟ୍) ଜଳ ମିଳିଥାଏ । ତେବେ ପଶ୍ଚିମ ପଟର ନଦୀମାନଙ୍କ ପାଣିରୁ ୧୨.୫ ଲକ୍ଷ ଏକର-ଫୁଟ୍ ଗଚ୍ଛିତ କରି ଭାରତ ୭,୦୧,୦୦୦ ଏକର ଅଞ୍ଚଳରେ ଜଳସେଚନ କରିପାରିବ, ୧୬ ଲକ୍ଷ ଏକର-ଫୁଟ୍ ପାଣି ଗଚ୍ଛିତ ରଖି ଜଳବିଦ୍ୟୁତ୍ ପ୍ରକଳ୍ପରେ ଉପଯୋଗ କରିପାରିବ ଏବଂ ୭.୫ ଲକ୍ଷ ଏକର-ଫୁଟ୍ ପାଣି ବନ୍ୟା ନିୟନ୍ତ୍ରଣ ପାଇଁ ଗଚ୍ଛିତ ରଖିପାରିବ । ଏହି ଚୁକ୍ତିରୁ ମିଳୁଥିବା ଜଳ ଜାମୁ ଓ କାଶ୍ମୀରର ଅଳ୍ପ ଅଞ୍ଚଳରେ ଜଳସେଚନ ହୋଇପାରୁଥିବା ବେଳେ ପାକିସ୍ତାନର ୮୦% ଜମି ଜଳସେଚିତ ହୋଇପାରେ । ଚୁକ୍ତି ଅନୁସାରେ ଭାରତରେ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଯେତିକି ଜଳ ଗଚ୍ଛିତ ରଖିପାରିବାର ପ୍ରସ୍ତାବ ରହିଛି, ଯଦି କେବଳ ଜାମୁ-କାଶ୍ମୀରର ନଦୀମାନଙ୍କର ସମ୍ପୂର୍ଣ୍ଣ ଜଳକୁ ବାନ୍ଧି ରଖାଯାଏ ତେବେ ତାହାଠାରୁ ଅଧିକ ପଟୁମାଟି ବନ୍ଧରେ ଜମା ହେବ । ଜାମୁ-କାଶ୍ମୀରରେ ବନ୍ଧ ବାନ୍ଧିବାର ବିରୋଧ ନକଲେ ପାକିସ୍ତାନକୁ ନିଜ ଭୂଖଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣର ଆବଶ୍ୟକତା ରହିବ ନାହିଁ । ପରିଣାମ ସ୍ୱରୂପ ଜାମୁ-କାଶ୍ମୀରରେ ଥିବା ଜଳଭଣ୍ଡାରମାନଙ୍କୁ ସଚଳ ରଖିବା ପାଇଁ ପ୍ରତିବର୍ଷ ଜମା ପଟୁ ମାଟି ଓ ବାଲି ଅଧିକ ଅର୍ଥ ବ୍ୟୟରେ ସଫା କରିବାକୁ ପଡ଼ୁଛି । କିନ୍ତୁ ପାକିସ୍ତାନରେ ୪୫୦୦ ମେଗାୱାଟ କ୍ଷମତାସମ୍ପନ୍ନ ଡାୟମର୍-ବାଶା ବନ୍ଧ, ୩୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାଲାବାଘ ବନ୍ଧ, ୬୦୦ ମେଗାୱାଟ କ୍ଷମତା ସମ୍ପନ୍ନ ଅଖୋରି ବନ୍ଧ, ଦାସୁ ବନ୍ଧ, ବୁଞ୍ଜି ବନ୍ଧ, ଥାକୋଟ ବନ୍ଧ, ପଟାନ ବନ୍ଧ ପରି ବହୁମୁଖୀ ଯୋଜନାର ନିର୍ମାଣ ହୋଇପାରୁଛି । ଏହି ସମସ୍ତ ବନ୍ଧ ଭୂମିକମ୍ପ-ପ୍ରବଣ ବଳୟର ଅନ୍ତର୍ଭୁକ୍ତ ଓ ଦୈବାତ୍ ଭୂମିକମ୍ପ ଯୋଗୁଁ ନଦୀବନ୍ଧ ଭାଙ୍ଗିଗଲେ ପାକିସ୍ତାନରେ ସିନ୍ଧୁର ତଳମୁଣ୍ଡ ଓ କଚ୍ଛ ଲବଣମରୁ ଅତ୍ୟଧିକ ବନ୍ୟା ପ୍ଳାବିତ ହେବାର ଆଶଙ୍କା ରହିଛି । ୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା । ୨୦୧୬ ମସିହାରେ ଏହାର ପୁନରାବୃତ୍ତି ଘଟିଥିଲା । ଜାମୁ-କାଶ୍ମୀରର ତତ୍କାଳୀନ ବିଧାୟକମାନେ ମତ ରଖିଥିଲେ ଯେ ଏହି ଚୁକ୍ତି ଜାମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରି ଏହାର ନାଗରିକଙ୍କ ଅଧିକାର କ୍ଷୁଣ୍ଣ କରୁଛି । କିନ୍ତୁ ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ଭାରତକୁ ଏକ ସାମରିକ ଲାଭ ମଧ୍ୟ ମିଳିଛି ।
|
୮୦%
|
ai4bharatIndicQA
|
ଲଦାଖର କେଉଁ ମୁଣ୍ଡରେ ସିନ୍ଧୁ ନଦୀ ପ୍ରବାହିତ ହେଉଛି ?
|
ସିନ୍ଧୁ ନଦୀର ଅଧିକାଂଶ ଭାଗ ପାକିସ୍ତାନରେ ପ୍ରବାହିତ ଏବଂ ପାକିସ୍ତାନ ଏକ ମୁସଲିମ୍ ଦେଶ ହୋଇଥିବାରୁ ସିନ୍ଧୁ ନଦୀ କୂଳରେ ବାସ କରୁଥିବା ସର୍ବାଧିକ ଲୋକ ଇସଲାମ ଧର୍ମାବଲମ୍ବୀ ବୋଲି କୁହାଯାଇପାରିବ । ତେବେ ଏମାନଙ୍କ ଜାତି, ଭାଷା ଓ ବର୍ଣ୍ଣରେ ବିବିଧତା ପରିଲକ୍ଷିତ ହୋଇଥାଏ । ନିଜର ଉପରାର୍ଦ୍ଧରେ ସିନ୍ଧୁ ନଦୀ ଲଦାଖ ଦେଇ ପ୍ରବାହିତ ହୋଇଛି । ସେହି ଅଞ୍ଚଳରେ ମୁଖ୍ୟତଃ ତିବ୍ବତୀୟ ବୌଦ୍ଧ ଓ ଇସଲାମପନ୍ଥୀ ଦାର୍ଦ ଲୋକମାନେ ବାସ କରନ୍ତି । ଲଦାଖ ପରେ ଏହା ଉତ୍ତର-ପାକିସ୍ତାନର ବାଲ୍ଟିସ୍ତାନକୁ ପ୍ରବେଶ କରିଛି ଓ ସ୍କାର୍ଦୁ ସହର ନିକଟଦେଇ ଅଗ୍ରସର ହୋଇଛି । ଦୁବୈର ବଜାର ନିକଟରେ ଦୁବୈର ବାଲାରୁ ଆସୁଥିବା ଏକ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ଏହି ସ୍ଥାନର ଲୋକେ ମୁଖ୍ୟତଃ କୋହିସ୍ତାନୀ ଓ ସେମାନେ କୋହିସ୍ତାନୀ ଭାଷା କୁହନ୍ତି । କୋହିସ୍ତାନ ଜିଲ୍ଲାର ଦାସୁ, ପଟ୍ଟନ ଓ ଦୁବୈର ପ୍ରଭୃତି ସିନ୍ଧୁ ନଦୀ କୂଳରେ ଥିବା ପ୍ରମୁଖ ସହର ।
|
ଉପରାର୍ଦ୍ଧରେ
|
ai4bharatIndicQA
|
କେଉଁ ନଦୀ ର ବିରାଟ ବାଙ୍କ ରେ ନାମଚେ ବରୁଆ ଗିରିଶୃଙ୍ଗ ଅବସ୍ଥିତ?
|
ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ ସିକ୍କିମ ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର ଲାସାକୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “ନାଥୁ ଲା” ଗିରିପଥଦ୍ୱାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା ଗଂଗଖାର ପ୍ୟୁନ୍ସୁମ୍ । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ ଅରୁଣାଚଳ ପ୍ରଦେଶ ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ ।
|
ୟାରଲୁଂ ତ୍ସାଂଗପୋ
|
ai4bharatIndicQA
|
ଅଂକୋର୍ ୱାଟର ପୂର୍ବରେ କ’ଣ ରହିଛି ?
|
ବାହାର ପଟର ପାଚେରୀଟି ମାପରେ ୩୩୬୦′ × ୨୬୩୧′ (୧୦୨୪ ମି. × ୮୦୨ ମି.)ର ଆୟତାକାର କ୍ଷେତ୍ର । ଏହା ପ୍ରାୟ ୧୫ ଫୁଟ୍ ବା ୪.୫ ମିଟର୍ ଉଚ୍ଚତା ବିଶିଷ୍ଟ । ବାହାର ପଟର ପାଚେରୀ ୩୦ ମି. (୯୮ ଫୁଟ୍) ଖୋଲା ପଡିଆଦ୍ୱାରା ଆବଦ୍ଧ । ତାହାକୁ ଚାରିପଟରୁ ୧୯୦ ମି. (୬୨୦ ଫୁଟ୍) ପ୍ରସ୍ଥବିଶିଷ୍ଟ ମନୁଷ୍ୟକୃତ ଜଳାଶୟ ବା ଖାଇ ଘେରି ରହିଛି । ମନ୍ଦିରକୁ ଯିବା ପାଇଁ ପୂର୍ବପଟରେ ଏକ ମାଟିବନ୍ଧ ଓ ପଶ୍ଚିମ ପଟେ ବାଲୁକା ପ୍ରସ୍ତର ନିର୍ମିତ ପୋଲ ରହିଛି । ପ୍ରଥମେ ତିଆରି ହୋଇଥିବା ଏକ କାଠ ପୋଲ ସ୍ଥାନରେ ପରବର୍ତ୍ତୀ ସମୟରେ ପଥର ନିର୍ମିତ ପୋଲ ତିଆରି ହୋଇଥିବା ଅନୁମାନ କରାଯାଏ । ପ୍ରତ୍ୟେକ ଦିଗରେ ଗୋପୁର ରହିଥିଲା । ପଶ୍ଚିମ ପଟର ଗୋପୁର ସବୁଠାରୁ ବଡ ମନେ ହୁଏ ଓ ଏହାର ଅନ୍ୟ ଶିଖରଗୁଡିକ ବର୍ତ୍ତମାନ ଭଗ୍ନାବସ୍ଥାରେ ରହିଛନ୍ତି । ଗ୍ଲେଜ୍ଙ୍କ ମତରେ ଅଂକୋର୍ ୱାଟ୍ର ଗୋପୁର ମନ୍ଦିରର ପ୍ରକୃତ ରୂପର କିଛି ଅଂଶ ଦର୍ଶାଏ ଓ କିଛି ଅଂଶ ଲୁଚାଇ ରଖେ । ଦକ୍ଷିଣ ଗୋପୁର ତଳେ ଭଗବାନ ବିଷ୍ଣୁଙ୍କର “ତା ରିଚ୍” ନାମକ ଏକ ପ୍ରତିମୂର୍ତ୍ତି ରହିଛି । ଏହି ପ୍ରତିମୂର୍ତ୍ତିଟି ଏକଦା ମୁଖ୍ୟ ମନ୍ଦିରର ଶୋଭା ବଢାଉଥିବାର ଅନୁମାନ କରାଯାଏ । ସମସ୍ତ ଗୋପୁର ଚିତ୍ରଶାଳାର ପାଚେରୀଦ୍ୱାରା ସଂଯୁକ୍ତ । ଗୋପୁରର ଦୁଇ ପାର୍ଶ୍ୱରେ ତୋରଣ ଏବଂ ପ୍ରବେଶ ଦ୍ୱାର ରହିଛି । ଏହି ପ୍ରବେଶ ଦ୍ୱାର ଆକାରରେ ପ୍ରଶସ୍ତ, ଉଚ୍ଚ ଯେପରିକି ହାତୀ ପରି ବଡ ଜୀବ ମଧ୍ୟ ଏହି ଦ୍ୱାର ଦେଇ ପ୍ରବେଶ କରିପାରିବେ ଓ ସେଥିପାଇଁ ଏମାନଙ୍କୁ “ହସ୍ତୀ ଦ୍ୱାର” ବୋଲି ମଧ୍ୟ କୁହାଯାଏ ।
|
ଏକ ମାଟିବନ୍ଧ
|
ai4bharatIndicQA
|
ପ୍ରଭୁ ରାମ ରାମେଶ୍ୱରରେ କାହାକୁ ପୂଜା କରିଥିଲେ?
|
ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ । ଏପଟେ ଶ୍ରୀରାମ ନିଜର ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ । ଅଙ୍ଗଦ ରାମଙ୍କ ଦୂତ ହୋଇ ଲଙ୍କାରେ ରାବଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣ ନେବାକୁ ପରାମର୍ଶ ଦେଲେ । କିନ୍ତୁ ରାବଣ ମାନିଲେ ନାହିଁଁ ।
|
ଭଗବାନ ଶଙ୍କରଙ୍କ ପୂଜା
|
ai4bharatIndicQA
|
Subsets and Splits
No community queries yet
The top public SQL queries from the community will appear here once available.